-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||      ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ   (11-Nov-2025)       ||     

HOME   ରାଜ୍ୟ

ଭୁବନେଶ୍ୱରରେ ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

25-May-2024

ଭୁବନେଶ୍ୱରରେ ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ -

ଭୁବନେଶ୍ୱର/ସମ୍ବଲପୁର, ମଇ ୨୫ – ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ ୨୦୨୪ ଲୋକସଭା ଓ ବିଧାନସଭା ଆସନ ପାଇଁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ଭୋଟ୍ ଦେଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମୁଁ ବେଶ୍ ଆନନ୍ଦିତ । ଭାରତର ଗଣତନ୍ତ୍ର ଦୁନିଆର ପ୍ରଭାବଶାଳୀ ଓ ପାରଦର୍ଶୀ ମଧ୍ୟ । ଲୋକତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଜାତନ୍ତ୍ରରେ ଭୋଟ୍ ଠାରୁ ପ୍ରଭାବଶାଳୀ ଆଉ କିଛି ନୁହେଁ । ସମ୍ବଲପୁର ଓ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ସମସ୍ତେ ଭୋଟ୍ ଦେବା ସହ ଆମର ଗଣତନ୍ତ୍ରକୁ ଆହୁରି ସଶକ୍ତ କରନ୍ତୁ । ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲୋକମାନେ ଆଜି ପରିବର୍ତ୍ତନ ମୁହାଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିବେଦନ କରିଛନ୍ତି, ଓଡ଼ିଶାବାସୀ ତାଙ୍କ ଉପରେ ଆଶୀର୍ବାଦ କରିବେ । ଦେଶରେ ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ବିଜେପିର ସରକାର ହେବ । ଓଡ଼ିଶାର ୨୧ଟି ଲୋକସଭାରୁ ୨୧ ଲୋକସଭା ବିଜେପି ଜିତିବ । ଓଡ଼ିଶାରେ ମଧ୍ୟ ବିଜେପି ବହୁମତ ହାସଲ ନୂଆ ସରକାର ଗଠନ କରିବ । ମୋଦୀ ସରକାରରେ ଗରିବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକମାନଙ୍କ କଲ୍ୟାଣ ହେବ ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପ୍ରଥମେ ଦର୍ଶନ କରିଥିଲେ । ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଥରୁ ବୁଥ ବୁଲି ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ । ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଗୁଡ଼ିକରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ନେଇ ଶ୍ରୀ  ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାନ

News Comment

Photo in News

Advertisment
Lastest News
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025
  ଜିଲ୍ଲା  
ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   11-Nov-2025

You Might Also Like