-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   (23-Jan-2025)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||     

HOME   ରାଜନୀତି

ଓଡ଼ିଶା ନିର୍ବାଚନରେ ଛତିଶଗଡ଼ ନେତୃବୃନ୍ଦଙ୍କର ଜୋରଦାର ପ୍ରଚାର

25-May-2024



ଭୁବନେଶ୍ୱର(ପ୍ରେରଣା ଖବର ): ଓଡ଼ିଶାରେ ବର୍ତ୍ତମାନ ଚାଲିଥିବା ବିଧାନସଭା ଓ ଲୋକସଭା ନିର୍ବାଚନର ପ୍ରଚାର ମୈଦାନରେ ପଡୋଶୀ ଛତିଶଗଡ଼ ରାଜ୍ୟର ନେତାମାନେ ଦମଦାର ଢଙ୍ଗରେ ଅବତୀର୍ଣ୍ଣ ହୋଇଥିବା ଲକ୍ଷ୍ୟ କରାଯାଉଛି। ଛତିଶଗଡ଼ର ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତୃବୃନ୍ଦ ସେଠାକାର ଲୋକସଭା ପାଇଁ ମତଦାନ ଶେଷ ହେବା ମାତ୍ରକେ ଓଡ଼ିଶା ଆସି ଏଠାରେ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଥିବା ଦେଖାଯାଉଛି। ଛତିଶଗଡ଼ ରାଜ୍ୟ ବିଜେପିର ଶୀର୍ଷ ନେତାଙ୍କଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ପର୍ଯ୍ୟନ୍ତ ପ୍ରାୟ ୧୬୦ଜଣ ପ୍ରତିନିଧି ସମଗ୍ର ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ନିର୍ବାଚନୀ ଜନସଭା, ବିଜୟ ସଂକଲ୍ପ ସମାବେଶ,ପଥପ୍ରାନ୍ତ ବୈଠକ, ରୋଡ଼ଶୋ, ଶୋଭାଯାତ୍ରା, ପଦଯାତ୍ରା ଏବଂ ଘରକୁ ଘର ଜନସମ୍ପର୍କ ଆଦି କାର୍ଯ୍ୟକ୍ରମ ମାନଙ୍କରେ ବଳିଷ୍ଠ ଭାବରେ ଅଂଶ ଗ୍ରହଣ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ଓଡ଼ିଶାରେ ଖୁବ ସକ୍ରୀୟ ଭାବେ ପ୍ରଚାର ମୋର୍ଚ୍ଚା ସମ୍ଭାଳିଥିବା ଛତିଶଗଡ଼ର ଆଗ ଧାଡ଼ିର ନେତାମାନଙ୍କ ମଧ୍ୟରେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଵ ସାୟଙ୍କର ନାମ ଆସୁଛି। ସେ ରାୟପୁରରୁ ବାରମ୍ବାର ହେଲିକପ୍ଟର ଯୋଗେ ଆସି ନବରଙ୍ଗପୁର,କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ଼,ବଲାଙ୍ଗୀର ଏବଂ ସୁନ୍ଦରଗଡ ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବିଧାନସଭା କ୍ଷେତ୍ରରେ ତୋଫାନୀ ଗ୍ରସ୍ତ କରିଛନ୍ତି। ତାଙ୍କ ପଛକୁ ଓଡ଼ିଶାରେ ଘମାଘୋଟ ନିର୍ବାଚନ ପ୍ରଚାର କରିଥିବା ଛତିଶଗଡ଼ ନେତାମାନଙ୍କ ମଧ୍ୟରେ ବିଜେପିର ଓଡ଼ିଶା ରାଜ୍ୟର ସହ-ପ୍ରଭାରୀ ତଥା ବିଧାୟିକା ଲତା ଉଷେଣ୍ଡି, ବିଜେପିର ରାଜ୍ୟ ସଭାପତି କିରଣ ସିଂହଦେଓ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ବିଜୟ ଶର୍ମା, କ୍ୟାବିନେଟ ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରୱାଲ, କେଦାର କାଶ୍ୟପ,ଲଖନ ଲାଲ ଦେୱାଙ୍ଗନ, ଟଙ୍କ ରାମ ବର୍ମା, ଓମ ପ୍ରକାଶ ଚୌଧୁରୀ, ଦଳର ରାଜ୍ୟ ଉପ-ସଭାପତି ଶିଵ ରତନ ଶର୍ମା, ସାଂସଦ ସନ୍ତୋଷ ପାଣ୍ଡେ, ପୂର୍ଵତନ ବାଚ୍ଚସ୍ପତ୍ତି ପ୍ରେମ ପ୍ରକାଶ ପାଣ୍ଡେ, ପୂର୍ଵତନ କ୍ୟାବିନେଟ ମନ୍ତ୍ରୀ ରାଜେଶ ମୁନଟ ଏବଂ ଓଡ଼ିଶା ନିର୍ବାଚନ ପାଇଁ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ନିଯୁକ୍ତ ସହ-ପ୍ରଭାରୀ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ପ୍ରମୁଖ ଅନ୍ୟତମ। ଏହି ନେତାମାନେ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ, କେଉଁଝର, ଭୁବନେଶ୍ୱର, ପୁରୀ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଇଲାକାରେ ଦଳର ପ୍ରଚାର ମଙ୍ଗକୁ ଧରିଥିବାର ସୂଚନା ହସ୍ତଗତ ହୋଇଛି। ବିଭିନ୍ନ ସଭାମାନଙ୍କରେ ଉଦବୋଧନ ଦେଇ ଏହି ନେତା ମାନେ ଛତିଶଗଡ଼ ଭଳି ଓଡ଼ିଶାରେ ଶାସନ ପରିବର୍ତ୍ତନ କରିବାକୁ ରାଜ୍ୟବାସୀଙ୍କୁ ଭାବପ୍ରବଣ ଆହ୍ୱାନ ଜଣାଇଛନ୍ତି। ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାରର ସ୍ଥାପନା ହେବାପରେ ରାଜ୍ୟର ବିକାଶ ଶୀଖର ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଶାସନକୁ ଆସିଲେ ରାଜ୍ୟ ଅନୁରୂପ ଭାବେ କ୍ଷୀପ୍ର ଗତିରେ ଅଗ୍ରଗତି କରିବ ବୋଲି ସେମାନେ ଭରସା ପ୍ରଦାନ କରିଥିଲେ। ଛତିଶଗଡ଼ରେ ବିଜେପି ସରକାର ଆସିବାର ମାତ୍ର ୬ମାସ ମଧ୍ୟରେ ମୋଦିଙ୍କର ଅଧାଅଧି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯାଇ ସାରିଥିବା ସେମାନେ ଦର୍ଶାଇଥିଲେ। ଏମଧ୍ୟରେ କୃଷକ ମାନଙ୍କୁ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦/-ଟଙ୍କା ପ୍ରଦାନ କରାଯିବା, ମହିଳାମାନଙ୍କୁ ପ୍ରତିମାସ ସମ୍ମାନ ରାଶି ୧୦୦୦/- ଟଙ୍କା ଓ ଉଜ୍ବଳା ଯୋଜନା ଅନୁଯାୟୀ ରୋଷେଇ ଗ୍ୟାସ ସଂଯୋଗ ମାଗଣାରେ ଦିଆଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଗୁରୁବାଙ୍କୁ ପକ୍କାଘର ଯୋଗାଯିବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଜରିଆରେ ଗରିବଙ୍କୁ ମାସକୁ ୩୫କିଲୋ ନିଶୁଳ୍କ ରେସନ ଉପଲବ୍ଧ କରାଯିବା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯିବା, ଆଦିବାସୀ କଲ୍ୟାଣ ଯୋଜନା ଅନୁଯାୟୀ ଆଦିବାସୀ ମାନଙ୍କର ମଙ୍ଗଳ ସାଧନ କରାଯିବା ଏବଂ ନଳଜଳ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବା ଆଦି ଅନ୍ତର୍ଭୁକ୍ତ ଥିବା ଏହି ନେତୃମଣ୍ଡଳୀ ସୂଚାଇଥିଲେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନହେଲେ ଛତିଶଗଡ଼ ପରି ଏହି ସବୁ ଜନହୀତକର ଯୋଜନା ଓଡ଼ିଶାରେ ମଧ୍ୟ ଲାଗୁ କରାଯିବ ବୋଲି ସେମାନେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୁତରାଂ ପଦ୍ମ ଫୁଲ ଚିହ୍ନରେ ଦୁଇ ଥର ଭୋଟ ଦେଇ ଓଡ଼ିଶାରେ ବିଜେପି ସରକାରକୁ ପ୍ରତିଷ୍ଠା କରିବା ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ଆସୀନ କରିବା ପାଇଁ ସେମାନେ ବିନମ୍ର ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   23-Jan-2025
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025

You Might Also Like