-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   ରାଜନୀତି

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ୭୭.୫୨% ମତଦାନ ବିଧାନସଭାକ୍ଷେତ୍ର ; ସୋନପୁରରେ ସର୍ବାଧିକ ୮୩.୨୧% ଓ କଣ୍ଟାବାଞ୍ଜିରେ ସର୍ବନିମ୍ନ ୭୩.୮୫%

25-May-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଭଲ ପୋଲିଂ ହୋଇଛି । ଏହି ଲୋକସଭାଚ କ୍ଷେତ୍ର ଅଞ୍ଚଳର ୭ଟିଯାକ ନିର୍ବାଚନମଣ୍ଡଳିରେ ହାରାହାରି ୭୭.୫୨% ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୋନପୁର ନିର୍ବାଚନମଣ୍ଡଳିରେ ସର୍ବାଧିକ୮୩.୨୧% ଓ କଣ୍ଟାବାଞ୍ଜିରେ ସର୍ବନିମ୍ନ ୭୩.୪୨% ମତଦାନ ହାର ରହିଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିରେ ଖୋଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ହୋଇଥିଲେ ହେଁ ସେହି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିଯାଇଥିବାରୁ ମତଦାନ ହାର କମଥିବା କୁହାଯାଉଛି । ଠିକ ସେହିପରି ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ୭୬.୩୩%, ଲୋଇସିଂହା ନିର୍ବାଚନମଣ୍ଡଳିରେ ୭୬.୬୨%, ପାଟଣାଗଡରେ ୭୩.୪୪%, ଟିଟିଲାଗଡରେ ୭୯.୪୩% ଓ ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ୮୧.୯୨% ମତଦାନ ହାର ରହିଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଗତଥର ୧୩,୦୬,୭୪୪ ଭୋଟ (୭୪.୯୧%) ମତଦାନ ହାର ରହିଥିବା ବେଳେ ଚଳିତ ୨୦୨୪ରେ ଏହା ବଢି ୧୩,୯୬,୭୧୯ (୭୭.୫୨%) ରେ ପହଞ୍ଚିଛି । ମୋଟ ଉପରେ ୭,୦୫୦,୭୮ଜଣ ପୁରୁଷ ଓ ୬,୯୧,୫୭୬ଜଣ ,ମହିଳା ଭୋଟର ତାଙ୍କର ମତଦାନ କରିଛନ୍ତି । ବଲାଙ୍ଗୀରରେ ମୋଟ ୨,୪୩,୦୪୮ଜଣ ଭୋଟରଙ୍କ ମଧ୍ୟରୁ ୧,୮୫,୫୨୯ (୯୪,୨୨୧-ପୁରୁଷ,୯୧,୨୯୬-ମହିଳା) ଜଣ ମତଦାନ କରିଛନ୍ତି । ଲୋଇସିଂହାରେ ମୋଟ ୨,୪୫,୪୬୬ଜଣ ଭୋଟରଙ୍କ ମଧ୍ୟରୁ ଭୋଟଦେଇଛନ୍ତି ୧,୮୮,୦୬୯ (ପୁରୁଷ-୯୫,୮୫୮ ଓ ମହିଳା-୯୨,୨୦୧) ଜଣ । ପାଟଣାଗଡରେ ମୋଟ ୩,୦୫,୮୬୧ ଭୋଟରଙ୍କ ମଧ୍ୟରୁ ଭୋଟଦେଇଛନ୍ତି ୨,୨୪,୬୨୫ (ପୁରୁଷ-୧,୧୧,୯୦୧ ଓ ୧,୧୨,୭୧୬)ଜଣ । ଟିଟିଲାଗଡରେ ମୋଟ ଭୋଟର ସଂଖ୍ୟା ୨,୫୭,୫୧୭ ଜଣ ମଧ୍ୟରୁ ଭୋଟଦେଇଛନ୍ତି ୨,୦୪,୫୪୫ (ପୁରୁଷ-୧,୦୧,୭୪୦ ଓ ମହିଳା-୧,୦୨,୭୮୦)ଜଣ । କଣ୍ଟାବାଞ୍ଜିରେ ମୋଟ ଭୋଟରସଂଖ୍ୟା ୨,୭୮,୦୫୫ ମଧ୍ୟରୁ ଭୋଟଦେଇଛନ୍ତି ୨,୦୪,୧୪୨ (ପୁରୁଷ-୧,୦୧,୦୩୨ ଓ ମହିଳା-୧,୦୩,୧୦୦) ଜଣ । ସେହିପରି ସୋନପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନମଣ୍ଡଳିର ମୋଟ ଭୋଟରସଂଖ୍ୟା ୨,୧୫,୯୪୪ ମଧ୍ୟରୁ ଭୋଟଦେଇଛନ୍ତି ୧,୭୬,୯୦୩ (ପୁରୁଷ-୯୨,୨୦୬ ଓ ମହିଳା-୮୪,୬୯୭)ଜଣ । ସୋନପୁର ନିର୍ବାଚନମଣ୍ଡଳିରେ ମୋଟ ଭୋଟରସଂଖ୍ୟା ୨,୫୫,୮୫୫ ମଧ୍ୟରୁ ଭୋଟଦେଇଛନ୍ତି ୨,୧୨,୯୦୬ (ପୁରୁଷ-୧,୦୮,୧୨୦ ଓ ମହିଳା-୧,୦୪,୭୮୬)ଜଣ । ତେବେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ୧ହଜାର ଜଣ, ପାଟଣାଗଡରେ ୯୦୦ଜଣ ଓ କଣ୍ଟାବାଞ୍ଜିରେ ୨ହଜାର ଜଣ ମହିଲା ଭୋଟର ପୁରୁଷଙ୍କ ଅପେକ୍ଷା ଅଧିକ ଭୋଟଦେଇଛନ୍ତି । ଏହି ତିନିଟି ନିର୍ବାଚନ ମଣ୍ଡଳିରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଭୋଟ ଦେଇଛନ୍ତି ଯାହାକି ମତଦାନରେ ମହିଳାଙ୍କ ଯୋଗଦାନକୁ ସୂଚାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like