-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
23-May-2024
ସିନାପାଲି(ଚିନ୍ତାମଣି ନେତାମ): ଓଡ଼ିଆ ଭାଷା,ସାହିତ୍ଯ ଓ ସାହିତ୍ଯିକଙ୍କ ବିକାଶ ପାଇଁ କାର୍ଯ୍ଯ କରୁଥିବା ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଜନ୍ମଜୟନ୍ତୀ ଗୁରୁବାର ସ୍ଥାନୀୟ ହାଇସ୍କୁଲ ପରିସରସ୍ଥ ଏନସିସି ଗୄହରେ ଅନୁଷ୍ଠିତ ହୋଇଛି । ଏ ଅବସରରେ ଆୟୋଜିତ ସଭାରେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ଅତିଥି ଭାବରେ ବରିଷ୍ଠକବି ମୁରଳୀଧର ସା ଓ ଶିକ୍ଷକ ପରେଶନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବୈଶାଖ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ସନ୍ଥକବି ଭୀମ ଭୋଇଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କ ଚେତନାମୟ ଜୀବନ ଓ ମାନବ କଲ୍ଯାଣ ନିମନ୍ତେ ସମର୍ପିତ ଭାବକୁ ଆଲୋଚନା କରାଯାଇଥିଲା lଏଥିସହ ଆଜି ଯୋଗଜନ୍ମା ମହାପୁରୁଷ ଗୌତମ ବୁଦ୍ଧଙ୍କ ଜନ୍ମତିଥି ହୋଇଥିବାରୁ ତାଙ୍କ ଆଦର୍ଶ ଜୀବନକୁ ମଧ୍ଯ ସ୍ମରଣ କରାଯାଇଥିଲା। ଏ ଅବସରରେ ଯୁବକବି ପ୍ରଦ୍ଯୁମ୍ନ କୁମାର ସିଂହଚିନ୍ଦାଙ୍କ ସଂଯୋଜନାରେ ଭ୍ରମର ବାଗ, ରଶ୍ମିରଂଜନ ସା, ନିଲାଂଚଳ ମେହେର, ଲଳିତ କୁମାର ସୁନାରୀ, ହରେକୃଷ୍ଣ ମେହେର, ଗୌତମ ମେହେର,ଗୋବିନ୍ଦ ସରାଫ, ମନୋଜ କୁମାର ଜଗତ, ପ୍ରମୁଖ ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ବ୍ଯଙ୍ଗକବି ନିଲାଂଚଳ ମେହେର ଧନ୍ଯବାଦ ଦେଇଥିଲେ ।