-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
22-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ୨୩ ତାରିଖରେ ପୁନଃ ମତଦାନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ଵାଚନ ଅଧିକାରୀ ଘୋଷଣା କରିଛନ୍ତି l କଣ୍ଟାମାଳ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କିରାସିରା ବୁଥରେ ବିଜେଡି କର୍ମୀଙ୍କ ଦ୍ୱାରା ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରିକି ସେ ସମ୍ପର୍କିତ ପ୍ରମାଣ ମଧ୍ୟ ଦାଖଲ କରିଥିଲା l ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ପ୍ରକାରେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୁନସ୍ଥ ବୁଥ ନମ୍ୱର-୨୬ ଓ ବୁଥ ନମ୍ବର-୨୮ ରେ ୨୩ ମଇ, ୨୦୨୪ ରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏହି ପ୍ରକ୍ରିୟା ଉକ୍ତ ଦିନ ସକାଳ ୭ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ । ଏଣୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ବୟର ସମସ୍ତ ମତଦାତାଙ୍କ ଅବଗତି ନିମନ୍ତେ ସୂଚନା ଜାରି କରାଯାଇଛି l