-+91-9937148622 |

prerana_bgr@rediffmail.com |

  Monday 10th February 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   (09-Feb-2025)       ||      ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (09-Feb-2025)       ||      ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   (09-Feb-2025)       ||      ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   (09-Feb-2025)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   (09-Feb-2025)       ||      ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (09-Feb-2025)       ||      ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   (09-Feb-2025)       ||      ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   (09-Feb-2025)       ||      ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   (09-Feb-2025)       ||      *ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ*-   (09-Feb-2025)       ||      ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ଅନୁଷ୍ଠିତ    (09-Feb-2025)       ||      ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||     

HOME   ରାଜ୍ୟ

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ଭିଏଲ୍‌ଡବ୍ଲୁଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦିଅ

22-May-2024



କଟକ (ପ୍ରେରଣା ଖବର): ପଞ୍ଚାୟତ ସେକ୍ରେଟାରିରୁ ଭିଏଲ୍ଡବ୍ଲୁ(ଗ୍ରାମ ସେବକ)କୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନ୍ସନ୍ ଦେବାକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ୍ ନିରଞ୍ଜନ ବିଶ୍ୱାଳ ମାମଲାରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଆଧାରରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ଆବେଦନକାରୀ ଏନେଇ ରାଜ୍ୟ ସରକାରଙ୍କୁ ଦରଖାସ୍ତ ଦେବାର ୧୦ଦିନ ମଧ୍ୟରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି । ବିଜୟ କୁମାର ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି ଯେ, ରାଜ୍ୟ ସରକାର ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭିଏଲ୍ଡବ୍ଲୁ ପଦକୁ ପଦୋନ୍ନତି ଦେଇଥିଲେ । ଏହି ଆଦେଶ ଆସିବା ପରେ ଅନେକ କର୍ମଚାରୀ ୩/୪ ବର୍ଷ ଭିଏଲ୍ଡବ୍ଲୁ ଭାବେ କାମ କରି ଅବସର ଗ୍ରହଣ କରିଥିଲେ । ଫଳରେ ସେମାନଙ୍କୁ ଭିଏଲ୍ଡବ୍ଲୁ ହିସାବରେ ଅବସରକାରୀକାଳୀନ କୌଣସି ପ୍ରାପ୍ୟ କିମ୍ବା ପେନ୍ସନ୍ ମିଳିନଥିଲା । ଏନେଇ ନିରଞ୍ଜନ ବିଶ୍ୱାଳଙ୍କ ସମେତ ୭୮୦ ଜଣ ଭିଏଲ୍ଡବ୍ଲୁ ସେତେବେଳେ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍ ଏହିସବୁ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ସର୍ବନିମ୍ନ ପେନ୍ସନ୍ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟ ମଧ୍ୟ ସ୍ୟାଟ୍ଙ୍କ ଆଦେଶକୁ କାଏମ୍ ରଖିବା ସହ ଆବେଦନକାରୀଙ୍କୁ ସର୍ବନିମ୍ନ ପେନ୍ସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟକୁ ଯାଇଥିଲେ । ସୁପ୍ରିମ୍କୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ । 

ଏଭଳି ସ୍ଥିତିରେ ବିଜୟ କୁମାର ରାଉତଙ୍କ ସମେତ ପ୍ରାୟ ୧୮୦ ଜଣ ଆବେଦନକାରୀଙ୍କୁ ପେନ୍ସନ୍ ସୁବିଧା ନମିଳିବାରୁ ସେମାନେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପେନ୍ସନ୍ ପାଇଁ ଭିଏଲ୍ଡବ୍ଲୁ ପିରିୟଡ୍ରୁ ଯେତିକି ସମୟ ଅଭାବ ରହିଛି ତାହାକୁ ହିସାବକୁ ନେଇ ଆବେଦନକାରୀଙ୍କୁ ରାଜ୍ୟ ସରକାର ବନାମ ନିରଞ୍ଜନ ବିଶ୍ୱାଳ ମାମଲାର ରାୟ ଆଧାରରେ ସର୍ବନିମ୍ନ ପେନ୍ସନ୍ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ ସହଯୋଗ କରୁଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   09-Feb-2025
  ଜିଲ୍ଲା  
ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   09-Feb-2025
  ଜିଲ୍ଲା  
ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   09-Feb-2025
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   09-Feb-2025
  ଜିଲ୍ଲା  
ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   09-Feb-2025
  ଜିଲ୍ଲା  
ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   09-Feb-2025
  ଜିଲ୍ଲା  
ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   09-Feb-2025

You Might Also Like