-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
16-May-2024
ବଲାଙ୍ଗିର(ଦେବାଶିଷ ବହିଦାର):ଜିଲ୍ଲା ରେ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଭୋଟିଂ l ନିର୍ବାଚନ ସମୟରେ ଜରୁରୀ ସେବା ରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀ ପୋଷ୍ଟାଲ ବାଲାଟରେ ଭୋଟ ଦେଉଛନ୍ତି । ଗଣମାଧ୍ୟମ, ଅଗ୍ନିସେବା, ପରିବହନ, ବିଦ୍ୟୁତ ସେବାରେ ନିୟୋଜିତ କର୍ମଚାରୀମାନେ ଆସନ୍ତା ୧୭ ତାରିଖ ଯାଏ ରିଟର୍ନିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିପାରିବେ । ଏଥିନିମନ୍ତେ ସମସ୍ତ ରିଟର୍ନିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିରର ସମସ୍ତ ପାର୍ଥୀଙ୍କ ପାଇଁ ପୋଷ୍ଟାଲ ଭୋଟିଂ ସେଂଟର୍ (ପିଭିସି) ଗୃହରେ ମତଦାନ କରାଯାଉଛି । ଲୋଇସିଂହା, କଣ୍ଟାବାଞ୍ଜି ନିମନ୍ତେ ରିଟର୍ନିଙ୍ଗ ଅଧିକାରୀଙ୍କ ଅଫିସ ଗୃହ ଏବଂ ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାନ ସୁବିଧା ହେଇଛି । ସେହିପରି ଭିନ୍ନକ୍ଷମ ଓ ୮୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କୁ ହୋମ ଭୋଟିଂ ମାଧ୍ୟମରେ ଘରେ ଘରେ ମତଦାନ ବ୍ୟବସ୍ଥା କରାଇଛି ପ୍ରଶାସନ । ୮୫ ବର୍ଷରୁ ଉର୍ଦ୍ଧ ବୟସ୍କ ବର୍ଗରେ ୨୧୬ ଜଣ ଏବଂ ୪୭୨ ଜଣ ଭିନ୍ନକ୍ଷମ ହୋମ ଭୋଟିଂ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଟିମ ରେ ଘରକୁ ଘର ଯାଇ ପ୍ରଶାସନ ତରଫରୁ ମତଦାନ ସଂଗ୍ରହ କରାଯାଉଛି ।