-+91-9937148622 |

prerana_bgr@rediffmail.com |

  Sunday 16th March 2025 |

| | | |

R.N.I. Regd No. ODIODI/2010/46693

Breaking News

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ    (15-Mar-2025)       ||      ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   (15-Mar-2025)       ||      କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   (15-Mar-2025)       ||      ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   (15-Mar-2025)       ||      ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   (15-Mar-2025)       ||      ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   (15-Mar-2025)       ||      ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   (15-Mar-2025)       ||      ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ    (15-Mar-2025)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ   (15-Mar-2025)       ||      ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ    (15-Mar-2025)       ||      ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ   (15-Mar-2025)       ||      ରାଜ୍ୟସ୍ତରୀୟ ଦୋଳ ମହୋତ୍ସବ ସପ୍ତମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ    (15-Mar-2025)       ||      ବୁଢୀ ଜାଗୁଳାଇ ମେଳଣ ପାଳିତ   (15-Mar-2025)       ||      ଆଗଲପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଆଗାମୀ ସୋମବାର ଅନୁଷ୍ଠିତ ହେବ   (14-Mar-2025)       ||      ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ    (14-Mar-2025)       ||      ସୟାଁ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ                           (14-Mar-2025)       ||     

HOME   ଜିଲ୍ଲା

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୋନପୁର ଜିଲ୍ଲାର ଘରୋଇ, କୃଷି ତଥା ଶିଳ୍ପ ଉପଭୋକ୍ତାଙ୍କ ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଅଛି 

15-May-2024



ବୁର୍ଲା/ବଲାଙ୍ଗିର (ଦେବାଶିଷ ବହିଦାର ):ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏହାର ବିଦ୍ୟୁତ ଉପଭୋକ୍ତଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ବୃଦ୍ଧି ତଥା ବିତରଣ ବ୍ୟବସ୍ଥାର ଉନ୍ନତି ଦିଗରେ ଆଉ ଏକ ପଦକ୍ଷେପ ହାତକୁ ନେଇଛି ।

ଏହି ପରିପ୍ରେକ୍ଷୀରେ, ସୋନପୁର ଜିଲ୍ଲାର ଘରୋଇ, କୃଷି ଏବଂ ଶିଳ୍ପ ଉପଭୋକ୍ତାମାନଙ୍କ ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଦୋଳ ଠାରୁ କେତୁପାଲି ପର୍ଯ୍ୟନ୍ତ ବ୍ୟାପିଥିବା ୧୧ କେ.ଭି. ବିଦ୍ୟୁତ୍ ତାରର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଅଛି ।  

ପ୍ରକାଶଥାଉ କି, ବିଦ୍ୟମାନ ୧୧କେ.ଭି. ବିଦ୍ୟୁତ୍ ତାରଟି ଅନେକ ଆହ୍ୱାନପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେଉଅଛି । ମୁଖ୍ୟତଃ ଯାହାର କାରଣ ହେଉଛି, ପୁରୁଣା ଭିତ୍ତିଭୂମି ଏବଂ ଦିନକୁ ଦିନ ବୃଦ୍ଧି ପାଉଥିବା ବିଦ୍ୟୁତ୍‌ ଚାହିଦା । ଯେଉଁଥିପାଇଁ ଉକ୍ତ ଅଞ୍ଚଳର ଉପଭୋକ୍ତାମାନେ ଲ-ଭୋଲଟେଜ୍ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ବାଧାପ୍ରାପ୍ତ ହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏହି ଅଞ୍ଚଳରେ ହାତୀଙ୍କ ଗମାନାଗମନ ଦେଖିବାକୁ ମିଳିଥାଏ । ତେଣୁ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବର୍ତ୍ତମାନ କମ୍ ଉଚ୍ଚତାରେ ରହିଥିବା ଏହି ୧୧କେଭି ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସରବରାହ ବନ୍ଦ କରାଯିବାକୁ ଆବଶ୍ୟକ ହେଉଅଛି । ସେହିପରି ଉକ୍ତ ଅଞ୍ଚଳରେ ଅନେକ ଜଙ୍ଗଲ ରହିଥିବାରୁ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ବେଆଇନ ଭାବେ ବନ୍ୟଯନ୍ତୁ ଶିକାର କରିବା ଘଟଣା ମଧ୍ୟ ଆମ ନଜିରରେ ରହିଛି  ।   

ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ କମ୍ପାନୀ ପକ୍ଷରୁ ପାଖାପାଖି ୧୬କିଲୋମିଟର ଦୂରତା ବିଶିଷ୍ଟ ସିନ୍ଦୋଳ ଠାରୁ କେତୁପାଲି ପର୍ଯ୍ୟନ୍ତ ଏହି ୧୧ କେ.ଭି. ବିଦ୍ୟୁତ୍ ତାରର ରୂପାନ୍ତିକରଣ କାର୍ଯ୍ୟ ଆରମ୍ଭ କରାଯାଇଅଛି । ଏହି ୧୧ କେ.ଭି. ବିଦ୍ୟୁତ୍ ତାରର ଉନ୍ନତିକରଣ ହେବା ଫଳରେ ବିରମହାରାଜପୁର ବ୍ଲକର କେତୁପାଲି, ବେହେରାମାଲ, ରାଜନଗର, କପାସିରା, ସିନ୍ଦୋଳ, ଏସ୍. ପତ୍ରାପାଲି, କୁଟପାଲି ଆଦି ଅଞ୍ଚଳରେ ଥିବା ଘରୋଇ, କୃଷି, ତଥା ଶିଳ୍ପ ଉପଭୋକ୍ତାମାନେ ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇ ପାରିବେ । ଏହି ୧୧କେଭି ବିଦ୍ୟୁତ୍ ତାରର ଉନ୍ନତିକରଣ ଦ୍ୱାରା ଉକ୍ତ ଅଞ୍ଚଳର ପ୍ରାୟ ୧୧ଶହ ଉପଭୋକ୍ତା, ୩୫୦ଉଠା ଜଳସେଚନ ଏବଂ ଅନେକ ଚାଉଳ ମିଲ୍ ଗୁଡ଼ିକ ଉପକୃତ ହୋଇ ପାରିବେ । ଏହି ପ୍ରକଳ୍ପର କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହୋଇଥିବା ବେଳେ ସମଗ୍ର କାର୍ଯ୍ୟ ଶେଷ ହୋଇ ବିଦ୍ୟୁତ୍ ସଂଯୋଗ ହେବାକୁ ୩ ମାସ ସମୟ ଲାଗିବ । ଏଥିଲାଗି କମ୍ପାନୀ ପକ୍ଷରୁ ୨.୭୧ କୋଟି ଖର୍ଚ୍ଚର ବ୍ୟୟ ବରାଦ କରାଯାଇଅଛି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ   15-Mar-2025
  ଜିଲ୍ଲା  
ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   15-Mar-2025
  ଜିଲ୍ଲା  
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   15-Mar-2025
  ଜିଲ୍ଲା  
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   15-Mar-2025
  ଜିଲ୍ଲା  
ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   15-Mar-2025
  ଜିଲ୍ଲା  
ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   15-Mar-2025
  ଜିଲ୍ଲା  
ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   15-Mar-2025
  ଜିଲ୍ଲା  
ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025
  ଜିଲ୍ଲା  
କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ   15-Mar-2025
  ଜିଲ୍ଲା  
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025

You Might Also Like