-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
15-May-2024
ବୋଡ଼େନ - (ରାମନାଥ ପଣ୍ଡା) ବୋଡ଼େନ ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେଶରାଜପୁରର ୨୦୨୩-୨୪ ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟ ପାସ ହାର ୭୧.୮୭ % ଥିବାବେଳେ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି ୩ ଜଣ ( ୨ଜଣ ଛାତ୍ରୀ ଓ ଜଣେ ଛାତ୍ର) ।ସୋଭାଗିନି ନାଗ ପି - ବଂଶୀଧର ନାଗ ମା - ଅହଲ୍ୟା ନାଗ ୪୬୩ ମାର୍କ (୯୨.୬୦ %)ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ରିତୁ ପର୍ଣା ବଘେଲ ପି - ବିଜୟ କୁମାର ବଘେଲ ମା - ଲକ୍ଷ୍ମୀ ପ୍ରିୟା ବିଶି ୪୬୧ ମାର୍କ (୯୨.୨୦%)ରଖି ବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ପାଇଥିବାବେଳେ ବସନ୍ତ ଦୀପ ପି - ଭାସ୍କର ଦୀପ ମା - ଜଳନ୍ଦ୍ରୀ ଦୀପ ୪୫୬ ମାର୍କ (୯୧.୨୦%) ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ ପ୍ରାପ୍ତ କରିଛନ୍ତି ।୬୦% ରୁ ଉର୍ଦ୍ଧ୍ବ ୯୦% ରୁ ତଳ ମାର୍କ ରଖି ୨୯ ଜଣ ଛାତ୍ର ଛାତ୍ରୀ ଏବଂ ୫୦% ରୁ ଉର୍ଦ୍ଧ୍ବ ୬୦%ରୁ ତଳ ମାର୍କ ରଖି ୧୪ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବିଷୟ ଅନୁସାରେ ଟପ୍ପର ଭାବରେ ଇଂଲିଶ୍ ପାଇଁ ନମିତା ନାଗ ୮୭ ମାର୍କ ,ଓଡ଼ିଆ ପାଇଁ ବସନ୍ତ ଦୀପ ୯୯ ମାର୍କ,ମ୍ୟାଥମାଟିକ୍ସ ପାଇଁ ଦେବଶ କୁମାର କର୍ଣ୍ଣ ୯୬ ମାର୍କ,ସାଇନ୍ସ ପାଇଁ ଯଶଶ୍ଵିନି ବାଗ ୯୬ ମାର୍କ ,ସୋସିଆଲ ସାଇନ୍ସ ପାଇଁ ସୋଭଗିନି ନାଗ ଓ ଦେବଶ କୁମାର କର୍ଣ୍ଣ ଉଭୟେ ୯୮ ମାର୍କ ପ୍ରାପ୍ତ କରିଛନ୍ତି। ବିଦ୍ୟାଳୟରେ ତିନି ଟପ୍ପର ତଥା ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ଆସୁଛି ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛାତ୍ର ଛାତ୍ରୀଙ୍କ କୃତିତ୍ୱ ପାଇଁ ଅଭିଭାବକ ମହଲରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।