-+91-9937148622 |

prerana_bgr@rediffmail.com |

  Sunday 9th February 2025 |

| | | |

R.N.I. Regd No. ODIODI/2010/46693

Breaking News

ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||      ସିନାପାଲି ନେହେରୁ ମଣ୍ଡପ ଛକ ଠାରେ ସିନାପାଲି ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ    (08-Feb-2025)       ||      ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ପାଇଁ ଭରତ ପ୍ରଧାନଙ୍କୁ ସମ୍ମାନିତ    (08-Feb-2025)       ||      ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସଂଖ୍ୟାଗରିଷ୍ଠତା ହାସଳ-,,,, ବିଜୟ ଉତ୍ସବ ପାଳନ କଲା ସୋନପୁର ବିଜେପି   (08-Feb-2025)       ||      ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ   (08-Feb-2025)       ||      ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର, କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ଯୋଗଦାନ   (08-Feb-2025)       ||      ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ସାହୁଙ୍କ ପରଲୋକ   (08-Feb-2025)       ||      ଏଚିଭର୍ସ ଫାଉଣ୍ଡେସନର ଅଧ୍ୟକ୍ଷଙ୍କ ମହାନତା   (08-Feb-2025)       ||      ଫ୍ରେଣ୍ଡସ କ୍ଳବ ତରଫରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (08-Feb-2025)       ||      ଇଗ୍ନାଇଟେଡ -୫୦ ପ୍ରଶିକ୍ଷଣ ଶିବିର ଉଦଯାପିତ ,,,, ନିରନ୍ତର ଅଭ୍ୟାସ ଓ କଠିନ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର ବୋଲି ମତ ପ୍ରକାଶ   (08-Feb-2025)       ||      ଜାତୀୟ କୃମି ନାଶକ ଦିବସ ପାଇଁ ଏକ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ,,,, ଆସନ୍ତା ୧୦ ଓ ୧୭ ଦୁଇଟି ପର୍ଯ୍ୟାୟ ରେ ପିଲା ଖାଇବେ କୃମି ନାଶକ ବଟିକା   (08-Feb-2025)       ||      ସରସ୍ବତୀ ଶିଶୁ ମନ୍ଦିର ରେ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ   (08-Feb-2025)       ||      ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ କାର୍ଯ୍ୟକ୍ରମ    (08-Feb-2025)       ||      ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା କୁ ଏନ.ଏ. ଏ.ସି ଦ୍ୱାରା ବି ଗ୍ରେଡ଼ ମାନ୍ୟତା   (08-Feb-2025)       ||      ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ ଶୁଣାଣି ପରେ ହେବ କାର୍ଯ୍ୟାନୁଷ୍ଠାନ : ଈଓ ଦେବାନନ୍ଦ ସାହୁ   (08-Feb-2025)       ||     

HOME   ରାଜନୀତି

ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର, ମିଡିଆ ଓ ବିଜେପି ଉପରେ ଖୁବବର୍ଷିଲେ,ବିଜେଡି ଉପରେ ଚୁପ ,ମୋଦୀସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛି-ରାହୁଲ

15-May-2024



ବଲାଙ୍ଗୀର, ଓଡିଶାରେ ଦ୍ୱିତୀୟପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୫ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଦଳର ବଡନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସି ସାଲେପୁର ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ କଂଗ୍ରେସ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ତେବେ ସାଲେପୁରରେ ରାହୁଲ ରାଜ୍ୟ ସରକାରରେ ଥିବା ବିଜେଡିସରକାର ବିରୁଦ୍ଧରେ ବର୍ଷିଥିବା ବେଳେ ବଲାଙ୍ଗୀର ସଭାରେ ସଂପୂର୍ଣ୍ଣ ନୀରବ ରହିଥିଲେ । ବଲାଙ୍ଗୀରରେ ରାହୁଲ ମିଡିଆ ଓ କେନ୍ଦ୍ରସରକାରେ ଥିବା ବିଜେପିଦଳ ଉପରେ ଖୁବବର୍ଷିଥିଲେ । ବିଜେପି ଚଳିତ ୨୦୨୪ରେ ସରକାରକୁ ଆସିଲେ ସମ୍ବିଧାନକୁ ପରିବର୍ତ୍ତନ କରିବ । ସମ୍ବିଧାନ ଆଜି ବିପଦରେ ରହିଛି । ମହାତ୍ମାଗାନ୍ଧୀ, ବାବାସାହେବ ଆମ୍ବେଦକର କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇଦେବାକୁ ସମ୍ବିଧାନକୁ ପରିବତ୍ତର୍ତ୍ତନର ଷଡଯନ୍ତ୍ର କରାଯାଉଛି l ଦଳିତ ଆଦିବାସୀ ଦେଶରେ ପଛୁଆବର୍ଗ ଓବିସି,ଦଳିତ ଓ ଆଦିବାସୀ ନ୍ୟାୟ ପାଉନାହାଁନ୍ତି । ଆଜି ପର୍ଯ୍ୟନ୍ତ ଜାତିଗତ ଜନଗଣନା କରାଯାଉନାହିଁ । କେଉଁବର୍ଗର କେତେ ଚାକିରିଆ ରହିଛନ୍ତି ତାହା ସ୍ପଷ୍ଟ କରାଯାଉନାହିଁ । ମୋଦୀ ସରକାର ଦେଶବାସୀଙ୍କ ବଦଳରେ

କେବଳ ୨୨ଜଣ ପୁଞ୍ଜିପତି ଆଦାନୀ-ଆମ୍ବାନୀଙ୍କ ପାଇଁ କାମକରୁଛନ୍ତି । ସାଧାରଣ ଜନତା ଦେଉଥିବା ଟେକ୍ସ ପଇସାରୁ ସେହି ୨୨ଜଣ ପୁଞ୍ଜିପତିଙ୍କର ୧୬ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଯାଇଛି ବୋଲି ଅଭିଯୋଗ ଉଠାଇଥିଲେ । ମୋଦୀଙ୍କ କାର୍ଯ୍ୟାଳୟରେ ୯୦ଜଣ ଉଚ୍ଚବର୍ଗର ଅଧିକାରୀ ରହିଛନ୍ତି ଓ ସେମାନେ ମୋଦୀସରକାରଙ୍କ ନିସ୍ପତ୍ତି ନେଉଛନ୍ତି । କେବଳ ସେତିକି ନୁହେଁ ଦେଶର ମିଡିଆ ଉପରେ ମଧ୍ୟ ରାହୁଲ ଖୁବବର୍ଷିଥିଲେ । ମିଡିଆ ଆଜି ଆଦାନୀ ଆମ୍ବାନୀଙ୍କ ଭଳି କର୍ପୋରେଟ ହାଉସ ଦ୍ୱାରା ପରିଚାଳିତ ହେଉଛି ଓ ସେଥିପାଇଁ ସେମାନେ ମୋଦୀଙ୍କ କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ସାଧାରଣ ନାଗରିକଙ୍କ ସମସ୍ୟାକୁ ଦେଖାଉନାହାଁନ୍ତି ବୋଲି କହିଥିଲେ । ଦେଶର ୯୫% ଦଳିତ, ଆଦିବାସୀ,ସଂଖ୍ୟାଲଘୁ ବର୍ଗର ଯୁବକ ଚାକିରି ପାଉନଥିବା ବେଳେ ମିଡିଆ ହାଉସର ମେନେଜରିଆଲ ପୋଷ୍ଟରେ କେବଳ ଉଚ୍ଚବର୍ଗର ଲୋକ ରହିଛନ୍ତି ବୋଲି କହିଥିଲେ । ତେଣୁ ଆଗକୁ ଦେଶବାସୀ ଏକ ବଡ ପରିବର୍ତ୍ତନ ଚାହୁଁଛନ୍ତି ଓ ଆସନ୍ତା ଜୁଲାଇ ୪ ତାରିଖରେ ଦେଶରେ ଇଣ୍ଡିମେଣ୍ଟ ସରକାର ଗଢିବ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଥିଲେ । ରାହୁଲ ତାଙ୍କ ବକ୍ତବ୍ୟରେ ଆହୁରି କହିଲେ ଯେ,ଦେଶରେ ଅନେକ ସରକାରୀ ଉଦ୍ୟୋଗ ବିକ୍ରୀ ହୋଇଯାଇଛି ଓ ଯୁବକମାନେ ଚାକିରି ହରାଇ ଥିବା କାରଣରୁ ବେରୋଜଗାରୀ ବଢିଛି । ଆଗକୁ ଦେଶରେ ଇଣ୍ଡିମେଣ୍ଟ ସରକାର ଆସିଲେ ପ୍ରଥମକରି ଜାତିଜନଗଣନା କରାଇବେ, ଦେଶରେ ଗରୀବମାନଙ୍କ ଏକ ତାଲିକା ପ୍ରସ୍ତୁତକରି ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମାସକୁ ୮୫୦୦ ଟଙ୍କା ଲେଖାଏଁଦେଇ ଗୋଟିଏ ବର୍ଷ ଭିତରେ କୋଟିଏ ଲକ୍ଷପତି ତିଆରି

କରିବେ,କୃଷିଋଣ ଓ ଏସଏଚଜି ଋଣଛାଡ କରାଯିବ,ଚାଷିଙ୍କ ଉତ୍ପାଦିତ ଧାନର ଉଚିତ ସହାୟକମୁଲ୍ୟ ପ୍ରଦାନ କରିବେ, ମନରେଗା ଶ୍ରମିକଙ୍କ ମଜୁରି ଦୈନିକ ୪୦୦ଟଙ୍କାକୁ ବୃଦ୍ଧି, ଖାଲିଥିବା ୨୦ଲକ୍ଷ ଚାକିରି ଦେବା ତଥା ବେରୋଜଗାର ଯୁବକମାନଙ୍କୁ ମାସିକ ୮୫୦୦ ଟଙ୍କା ଲେଖାଏଁ ଦେବାକୁ ରାହୁଲ ଘୋଷଣା କରିଥିଲେ । ଆଜି ରାହୁଲ ପ୍ରାୟ ଦିନ ୧୨ଟାରେ ମନୋହରପୁର ହେଲିପେଡରେ ଓହ୍ଲାଇଥିଲେ । ସେଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ,ବଲାଙ୍ଗୀର କଂଗ୍ରେସପ୍ରାର୍ଥି ସମରେନ୍ଦ୍ର ମିଶ୍ର,କଂଗ୍ରେସର ବରିଷ୍ଠନେତା ଭକ୍ତଚରଣ ଦାସ, ବଲାଙ୍ଗୀର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ମନିଷ ମିଶ୍ର, ସେବାଦଳମୁଖ୍ୟ ଅସୀତ ମିଶ୍ର, ଉମାଶଙ୍କର ପଣ୍ଡା ରାହୁଲଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସେଠାରୁ କଂଗ୍ରେସ କର୍ମିମାନେ ଏକ ବିଶାଳ ମୋଟରସାଇକେଲ ରାଲିରେ ମନୋହରପୁର ଛକରୁ କୋସଳକଳାମଣ୍ଡଳ ପଡିଆ ପର୍ଯ୍ୟନ୍ତ ରାହୁଲଙ୍କୁ ଆଣିଥିଲେ । କୋସଲକଳାମଣ୍ଡଳ ପଡିଆଠାରେ ଆୟୋଜିତ ଜନଆଶୀର୍ବାଦ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ରାଜ୍ୟକଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରୀ ଉଲାକା,ବିଧାୟକ ତାରାପ୍ରସାଦ ବାହିନୀ ପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା, ବଲାଙ୍ଗୀର ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର,ପାଟଣାଗଡ ବିଧାୟକ ପ୍ରାର୍ଥି ଅନିଳ ମେହେର,ଟିଟିଲାଗଡ ବିଧାୟକ ପ୍ରାର୍ଥି ବୀରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥି ଓମପ୍ରକାଶ କୁମ୍ଭାର, ସୋନପୁର ବିଧାୟକ ପ୍ରାର୍ଥି ପ୍ରୀୟବ୍ରତ ସାହୁ, ବୀରମହାରାଜପୁର ବିଧାୟକ ପ୍ରାର୍ଥି ପ୍ରଦୀପ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ବଲାଙ୍ଗୀର କଂଗ୍ରେସ ସାଂସଦ ପ୍ରାର୍ଥି ମନୋଜ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଭାପତି ଅଶୋକ ନନ୍ଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   08-Feb-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   08-Feb-2025
  ଜିଲ୍ଲା  
ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   08-Feb-2025
  ଜିଲ୍ଲା  
ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   08-Feb-2025
  ଜିଲ୍ଲା  
ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   08-Feb-2025
  ଜିଲ୍ଲା  
ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   08-Feb-2025
  ଜିଲ୍ଲା  
ସିନାପାଲି ନେହେରୁ ମଣ୍ଡପ ଛକ ଠାରେ ସିନାପାଲି ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ    08-Feb-2025
  ଜିଲ୍ଲା  
ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ପାଇଁ ଭରତ ପ୍ରଧାନଙ୍କୁ ସମ୍ମାନିତ   08-Feb-2025
  ଜିଲ୍ଲା  
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସଂଖ୍ୟାଗରିଷ୍ଠତା ହାସଳ-,,,, ବିଜୟ ଉତ୍ସବ ପାଳନ କଲା ସୋନପୁର ବିଜେପି   08-Feb-2025
  ଜିଲ୍ଲା  
ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ   08-Feb-2025
  ଜିଲ୍ଲା  
ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର, କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ଯୋଗଦାନ   08-Feb-2025
  ଜିଲ୍ଲା  
ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ସାହୁଙ୍କ ପରଲୋକ   08-Feb-2025

You Might Also Like