-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
13-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ଥାନା ବୁଢ଼ିମାଳ ଗାଁ ଜଙ୍ଗଲ ରାସ୍ତାରେ ଡକାୟତି l ଲୁଟିନେଲେ ଟଙ୍କା ସମେତ ମୋବାଇଲ ଓ ବାଇକ l ସୂଚନା ପ୍ରକାରେ ଘଣ୍ଟାପଡା ଥାନା ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଗ୍ରାମର ଦେବଦାସ ମହାପାତ୍ର ଶୁକ୍ରବାର କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ରବିଙ୍ଗିଆ ଗ୍ରାମକୁ ନିଜର ବଡ଼ ଭଉଣୀ ଘରକୁ ଯାଇଥିଲେ l ଦୁଇଦିନ ପରେ ରବିବାର ନିଜ ଗ୍ରାମକୁ ଫେରୁଥିବା ବେଳେ ଅପରାହ୍ନ ୩. ୩୦ମି. ସମୟରେ ବୁଢ଼ିମାଳ ଗାଁ ପାଖ ଜଙ୍ଗଲ ରାସ୍ତାରେ ହଠାତ ମୁଖରେ ଧଳା ଗାମୁଛା ବାନ୍ଧିଥିବା ୨ ଜଣ ବ୍ୟକ୍ତି ଆସି ଅଟକାଇ ଥିଲେ l ଛୁରୀ ଓ ଭଙ୍ଗା ବୋତଲ ଦେଖାଇ ଧମକାଇ ଥିଲେ l ଯାହା ଯାହା ଧରିଛୁ ଦେଇଦେ ନଚେତ ମାରିଦେବୁ ବୋଲି କହିଥିଲେ l ପାଖରେ ଥିବା ୨ ହଜାର ଟଙ୍କା, ଗୋଟିଏ ସାମସଙ୍ଗ ମୋବାଇଲ ଏବଂ ଏକ ଲାଲ ରଙ୍ଗର ହିରୋ ଏଚଏଫ ବାଇକ ନେଇ ଲୋଇସିଂ ଗ୍ରାମ ଅଭିମୁଖେ କ୍ଷୀପ୍ର ଗତିରେ ପଳାଇଲେ l ଏନେଇ ଅଭିଯୋଗକାରୀ ଦେବଦାସ ଘଣ୍ଟାପଡା ଥାନରେ ଲିଖିତ ଅଭିଯୋଗ କରିଛନ୍ତି l ଦୁର୍ବୃତ୍ତ ୨ଜଣ ଆଞ୍ଚଳିକ ଭାଷାରେ କଥା କହୁ ଥିବାରୁ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରିଛନ୍ତି l ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଇ ଉଚିତ ତଦନ୍ତ ପୂର୍ବକ ଆସାମୀଙ୍କୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି l