-+91-9937148622 |

prerana_bgr@rediffmail.com |

  Sunday 16th March 2025 |

| | | |

R.N.I. Regd No. ODIODI/2010/46693

Breaking News

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ    (15-Mar-2025)       ||      ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   (15-Mar-2025)       ||      କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   (15-Mar-2025)       ||      ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   (15-Mar-2025)       ||      ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   (15-Mar-2025)       ||      ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   (15-Mar-2025)       ||      ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   (15-Mar-2025)       ||      ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ    (15-Mar-2025)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ   (15-Mar-2025)       ||      ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ    (15-Mar-2025)       ||      ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ   (15-Mar-2025)       ||      ରାଜ୍ୟସ୍ତରୀୟ ଦୋଳ ମହୋତ୍ସବ ସପ୍ତମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ    (15-Mar-2025)       ||      ବୁଢୀ ଜାଗୁଳାଇ ମେଳଣ ପାଳିତ   (15-Mar-2025)       ||      ଆଗଲପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଆଗାମୀ ସୋମବାର ଅନୁଷ୍ଠିତ ହେବ   (14-Mar-2025)       ||      ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ    (14-Mar-2025)       ||      ସୟାଁ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ                           (14-Mar-2025)       ||     

HOME   ରାଜ୍ୟ

_ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଙ୍କ ଶୁଭେଛା I_

28-Apr-2024




 *_ସମ୍ବଲପୁର:( ସଂଜୀବପାଣିଗ୍ରାହୀ) - ସମ୍ବଲପୁର ଲୋକସଭା ର କଂଗ୍ରେସ ପ୍ରାର୍ଥୀ ଭାବେ ଆଜି ପୂର୍ବତନ ସାଂସଦ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ନାମ ଘୋଷଣା ହୋଇଛି I ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଯୁବ ନେତା ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରିଥିଲା l କିନ୍ତୁ, କଂଗ୍ରେସର ଘୋଷିତ ପ୍ରାର୍ଥୀ ଦୁଲାଲ ଙ୍କ ସ୍ଥାନରେ ଆଜି ଅଭିଙ୍କ ନଗେନ୍ଦ୍ର ଙ୍କ ନାମ ଘୋଷଣା କରିଛି ଦଳ l ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର ତଥା ବହୁ କଂଗ୍ରେସ କର୍ମୀ ଶୁଭେଛା ଜଣାଇବା ସହିତ ଉତ୍ସାହିତ ଥିବା ଜଣାପଡିଛି I ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭାରୁ ୩ ଥର ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିବା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହା ଉଭୟ ବିଜେଡି ଓ ବିଜେପି ର ହିସାବକୁ ବିଗାଡିବା ଥୟ ହୋଇଛି I ନଗେନ୍ଦ୍ର ପ୍ରଧାନ ପ୍ରଥମେ ୧୯୯୦ ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ I ବିଜେଡି ଗଠନ ହେବାପରେ ସେ ଏହି ଦଳରୁ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ I ୨୦୦୪ ରେ ତାଙ୍କୁ ପୁଣିଥରେ ବାଛିଥିଲେ ଆଠମଲ୍ଲିକବାସୀ I ୩ ଥର ବିଧାୟକ ରହିବା ସହ ଗୁରୁତ୍ବପୂର୍ଣ୍ଣ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ନଗେନ୍ଦ୍ର I ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା I ଏଥିରେ ନଗେନ୍ଦ୍ର ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ I ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା I ନଗେନ୍ଦ୍ର ବିଜେଡି ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ I ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ବୋଲି କଂଗ୍ରେସ ରେ ଯୋଗଦାନ ସମୟରେ ନଗେନ୍ଦ୍ର ପ୍ରକାଶ କରିଥିଲେ I ନଗେନ୍ଦ୍ର ପ୍ରଧାନ ଜଣେ ଦୃଢ ସଙ୍ଗଠକ ଏବଂ ତାଙ୍କର ରୋକଠୋକ୍ କଥା ପାଇଁ ବେଶ ଚର୍ଚ୍ଚିତ I ଚାଷୀ ପରିବାର ରୁ ଆସିଥିବା ନଗେନ୍ଦ୍ର ସବୁବେଳେ ଚାଷ ଏବଂ ଚାଷୀ ର ଉର୍ନତି ପାଇଁ ଲଢେଇ କରିଥାନ୍ତି I ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀ ଙ୍କୁ ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ରେ ବିଫଳ ହେବା, ଚାଷୀ ଆତ୍ମହତ୍ୟା କୁ ସରକାର ସ୍ୱୀକାର ନ କରିବା ନେଇ ସାଂସଦ ଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଙ୍କୁ ସିଧା ସଳଖ ତୀର ମାରି ଚର୍ଚ୍ଚା ରେ ରହିଥିଲେ I ରାଜ୍ୟରେ ଚାଲୁଥିବା ଅମଳାତନ୍ତ୍ରିକ ଶାସନ ବ୍ୟବସ୍ଥା କୁ ନେଇ " ନେତା ବଡ଼ ନା ଅଫିସର ବଡ଼ " ବୟାନ ଦେଇ ରାଜ୍ୟରେ ଚାଲୁଥିବା ହୁଗୁଳା ଶାସନ କୁ କଟୁ ସମାଲୋଚନା କରିଥିଲେ I
ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସମ୍ବଲପୁର ରେ ପ୍ରତିଷ୍ଠା ହେବା, ଓଡିଶାର ଦ୍ଵିତୀୟ ରାଜଧାନୀ ସମ୍ବଲପୁର ରେ ଓଡିଶା ବିଧାନସଭାର ଶୀତ କାଳୀନ ଅଧିବେଶନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ସମ୍ବଲପୁର କୁ ସ୍ଥାନାସ୍ତରିତ ହେବା, ମହାନଦୀ - ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ କରିବା, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା, ସନ୍ଥ କବି ଭୀମ ଭୋଇ ଙ୍କ ସୃତି ପୀଠ ରେଢ଼ାଖୋଲ ର କନ୍ଧରା, ଦେବଗଡ଼ ର ପ୍ରଧାନପାଟ ଜଳ ପ୍ରପାତ ଆଦି ର ବିକାଶ ପାଇଁ ଦୃଢ ଦାବି କରିଥିଲେ I ସମ୍ବଲପୁର ରେ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ "ଆଇଆଇଏମ୍ " ପ୍ରତିଷ୍ଠା,ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚିର ଅବହେଳିତ ଜମନାକିରା ବ୍ଲକ ର ସରଡ଼ା ଏବଂ ବର୍ଷ କୁ ୪ ମାସ ଜଳ ବନ୍ଦୀ ଜୀବନ ଅତିବାହିତ କରୁଥିବା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୁଦଗୁଣ୍ଡେରପୁର କୁ ସାଂସଦ ଆଦର୍ଶ ଗ୍ରାମ ରେ ସାମିଲ କରି ଉଭୟ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ କରିବା ଆଦି ନଗେନ୍ଦ୍ର ଙ୍କ ପ୍ରଚେଷ୍ଟା ର ପ୍ରତିଫଳନ ଅଟେ I ତେବେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡ଼ି ବିଜେପି ପ୍ରାର୍ଥୀ ନବାଗତ ଥିବା ବେଳେ କଂଗ୍ରେସ ଅଭିଜ୍ଞ ନଗେନ୍ଦ୍ର ଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଉଭୟ ଦଳ ପାଇଁ ବଡ଼ ଆହ୍ୱାନ ପାଲଟିଛି I ଭାରତୀୟ ଜାତୀୟ କଂଗ୍ରେସ ସମ୍ବଲପୁର ଲୋକସଭା ରୁ ପ୍ରାର୍ଥୀ କରିଥିବାରୁ ଲୋକସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ସହଯୋଗ କାମନା କରିବା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ଜନ ନାୟକ ରାହୁଲ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନଗେନ୍ଦ୍ର କୁମାର ପ୍ରଧାନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ   15-Mar-2025
  ଜିଲ୍ଲା  
ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   15-Mar-2025
  ଜିଲ୍ଲା  
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   15-Mar-2025
  ଜିଲ୍ଲା  
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   15-Mar-2025
  ଜିଲ୍ଲା  
ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   15-Mar-2025
  ଜିଲ୍ଲା  
ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   15-Mar-2025
  ଜିଲ୍ଲା  
ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   15-Mar-2025
  ଜିଲ୍ଲା  
ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025
  ଜିଲ୍ଲା  
କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ   15-Mar-2025
  ଜିଲ୍ଲା  
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025

You Might Also Like