-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   ରାଜ୍ୟ

ନିଖୋଜପୁଅକୁ ଝୁରି ଝୁରି ବିଧବା ବୃଦ୍ଧାମାଆର ଆତ୍ମହତ୍ୟା ଉଦ୍ୟମ ! କେହି ଶୁଣିଲେନି : ପୁଲିସ୍ , ଜିଲ୍ଲାପାଳ , ଶ୍ରମବିଭାଗ କି ସ୍ବେଚ୍ଛାସେବୀ

26-Apr-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଏଥର ପଶ୍ଚିମ ଓଡିଶାରେ ଦଳର ଦୁର୍ବଳସ୍ଥିତିକୁ ସଜାଡିବାକୁ ଅଥବା  ନିଜର ସହଜବିଜୟ ସମ୍ଭାବନା ନିମନ୍ତେ ପୁଣିଥରେ ପଶ୍ଚିମଓଡିଶାକୁ ବାଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜଳି ସମେତ କଣ୍ଟାବାଞ୍ଜି ବିଧାନସଭା ଆସନରେ ଠିଆହେବାକୁ ଘୋଷଣା କରାଯାଇଛି । ତେବେ  ନକଲି ରାଜଧାନୀ ଓ ଦାଦନଗଡର ଅପଖ୍ୟାତ କଣ୍ଟାବାଞ୍ଜି ଏଥିରେ କେତେ ସହାୟକ ହେବ, ପରେ ଜଣାପଡିବ । 

କିନ୍ତୁ ବିଡମ୍ବନା ହେଲା , ଆଜି ପୁଲିସ୍ ଓ ପ୍ରଶାସନଠାରୁ ନିରାଶ ହୋଇ ପାଗଳୀପ୍ରାୟ ହୋଇଯାଇଥିବା ଜଣେ ବିଧବାବୃଦ୍ଧା ଦାଦନଚାଲାଣ ହେବାପରେ ନିଖୋଜ ହୋଇଯାଇଥିବା ନିଜର  ଯୁଆନ୍ ପୁଅକୁ ଝୁରି ଝୁରି କଣ୍ଟାବାଞ୍ଜି ଡାକ୍ତରଖାନା  ତିନିମହଲାକୋଠାର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଚର୍ଚ୍ଚିତ ହୋଇପଡିଛି ।

ପ୍ରାୟ ଚାରିମାସ ତଳେ ମୁରିବାହାଲ ଥାନା ଅନ୍ତର୍ଗତ ବଡସାଇମରା ପଞ୍ଚାୟତର ସାନ ଝରବାହାଲି ଗ୍ରାମର ମଇତ୍ର ସେଠ୍ ( ୨୧ )କୁ ସେହି ପଞ୍ଚାୟତର ଅଣ୍ଡାଲଦରୋ ଗ୍ରାମର ସର୍ଦ୍ଦାର ସୁଶାନ୍ତ ପାତ୍ର ଆନ୍ଧ୍ରପ୍ରଦେଶକୁ ଦାଦନଶ୍ରମିକ ଭାବରେ ଚାଲାଣ କରିଥିଲା । ସେଠାରେ ସେ ନିଖୋଜ ହୋଇଯାଇଥିବା କୁହାଯିବାରୁ ତା'ର ବିଧବା ବୃଦ୍ଧା ମାଆ ପଦ୍ମାବତୀ ସେଠ୍ କେତେକ ତଥାକଥିତ ସ୍ବେଚ୍ଛାସେବୀଙ୍କ ସହାୟତାରେ ସ୍ଥାନୀୟ ମୁରିବାହାଲ ଥାନା , ଶ୍ରମବିଭାଗ ଓ ପ୍ରଶାସନ ନିକଟରେ ଏତଲା ଦେବା ସହ ଖୋଜି ଆଣିବାକୁ ଦରଖାସ୍ତ କରିଥିଲେ । ପୁଲିସ୍ ଆଗରେ ସର୍ଦ୍ଦାର ତାକୁ ଫେରାଇ ଆଣିବାପାଇଁ ପ୍ରତିଶ୍ରୁତି ଦେଇ କିଛିଦିନ ମହଲତ ମାଗିଥିବା ପ୍ରକାଶ । କିଛିଦିନ ପରେ ପୁଅର କୌଣସି ଖୋଜଖବର ନ ମିଳିବାରୁ ଅନ୍ୟ କୌଣସି ଉପାୟ ନପାଇ ବୃଦ୍ଧାଜଣକ ଚାଲି ଚାଲି ଗାଁ'ରୁ ପ୍ରାୟ ୭୦ କିମି ଯାଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଗୁହାରି କରିଥିଲା । ତଥାପି କେହି କର୍ଣ୍ଣପାତ କରି ନଥିଲେ ଓ ଅଭିଯୋଗ ଅନୁଯାୟୀ  ତଦନ୍ତକାରୀ ପୁଲିସ୍ , ଶ୍ରମ ଅଧିକାରୀ , ତଥାକଥିତ ସ୍ବେଚ୍ଛାସେବୀମାନେ ସର୍ଦ୍ଦାରଠାରୁ ହାତଚିକ୍କଣ କରି ଚୁପ୍ ପଡିଯାଇଥିଲେ ଓ ଜିଲ୍ଲାପାଳ ଆଦୌ କର୍ଣ୍ଣପାତ କରି ନଥିଲେ । ସେହିଦିନଠାରୁ ବୃଦ୍ଧାମାଆଟି ପାଗଳୀପ୍ରାୟ ହୋଇଯାଇଥିବା ଶୁଣିବାକୁ ମିଳୁଛି । 

ଆଜି ତା ୨୬ ତାରିଖରେ ପଦ୍ମାବତୀ ଅସୁସ୍ଥ ବଡପୁଅକୁ ଚିକିତ୍ସା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଅନ୍ୟମାନଙ୍କ ପୁଅକୁ ଦେଖି ତାଙ୍କର ନିଖୋଜ ସାନପୁଅର କଥା ମନେପଡିବାରୁ ସେ ଡାକ୍ତରଖାନା ମେଡିସିନ୍ ଉଆର୍ଡର ତିନିମହଲା କୋଠାର ଛାତକୁ ଚଢିଯାଇ  ଡେଇଁପଡି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେତେବେଳେ ତାଙ୍କୁ ଦୈବାତ୍ ସୁସ୍ମିତା ଖୁରା ନାମ୍ନୀ ଜଣେ ମହିଳା ଦେଖିପାରି ସୁରକ୍ଷାକର୍ମୀ ଓ ଲୋକଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ କରୁଛି । ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ , ସର୍ଦ୍ଦାର ଦ୍ବାରା ପଠାରାଇଥିବା ଯୁବକଟି ସେଠାରେ ଜେସିବି ଚଳାଇବାବେଳେ କୌଣସି ଦୁର୍ଘଟଣାରେ ମରିଯାଇଥାଇପାରେ ବୋଲି ଶୁଣିବାକୁ ମିଳୁଛି । ସେ ଯା'ହେଉ ଏହି ଅଞ୍ଚଳରେ କୌଣସି ଦାଦନଶୋଷଣ ବା ନିର୍ଯାତନା ମାମଲାର ସଠିକ୍ ତଦନ୍ତ ହେଉନଥିବା ସହିତ ପୁଲିସ୍ , ଶ୍ରମବିଭାଗ ଓ ପ୍ରଶାସନ ସମେତ ରାଜନେତା , ଲୋକପ୍ରତିନିଧି ଓ ସାମ୍ବାଦିକ ଦାଦନବଟିରେ ଜଡିତ ହୋଇପଡିଛନ୍ତି । ଶହେବର୍ଷର ଏହି ପରମ୍ପରା ଭାଙ୍ଗିବା ଓ ଲୋକଙ୍କ ପାଇଁ ବିକଳ୍ପ ରୋଜଗାରର ବ୍ୟବସ୍ଥା କରିବାରେ ବର୍ଷ ବର୍ଷ ଧରି ସରକାର ବିଫଳ ହୋଇଛନ୍ତି । ଏପରିକି ଦାଦନ ସମସ୍ୟାର ନିରାକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନା ପ୍ରହସନରେ ପରିଣତ ହୋଇଛି । ମିଛ ଶ୍ରମଦିବସ ଓ ମିଛମଜୁରୀରେ କୋଟି କୋଟି ଟଙ୍କାର ବାଟମାରଣା ଅବ୍ୟାହତ ରହିଛି । ଅଭିଯୋଗ ହେଲେ ମଧ୍ୟ ସଠିକ୍ ତଦନ୍ତ ହେଉନଥିବାର ଉଦାହରଣ ଅନେକ । ତେବେ ଏଭଳି ଏକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ଏପରି ଦାଦନଦୁଃଖ ଏଥର ତାଙ୍କ ନିର୍ବାଚନକୁ ପ୍ରଭାବିତ କରିବ କି ବୋଲି ଲୋକେ ଆଲୋଚନା କରୁଛନ୍ତି ।

ଦାଦନଚାଲାଣର ମୁଖ୍ୟକାରଣ ହେଉଛି ମୋଟାଅଙ୍କର ଅଗ୍ରୀମ । ଓଡିଶା ବା କଣ୍ଟାବାଞ୍ଜି ଇତ୍ୟାଦି ଦାଦନପ୍ରବଣ ଅଞ୍ଚଳକୁ ବ୍ୟାଙ୍କ୍ , ଅନ୍ ଲାଇନ୍ ଓ ବିଡା ବିଡା ଟଙ୍କା ଧରି ଆସୁଥିବା ସେଠ୍ ମାନଙ୍କୁ ଧରାଯାଇ କୋଟି କୋଟି ଟଙ୍କାର ଅଗ୍ରୀମ ଜବତ କରାଯାଇପାରିଲେ , ଏହା ଅନେକପରିମାଣରେ ଅଟକାଯାଇ ପାରିବ । ଏହାଦ୍ୱାରା ମଧ୍ୟ ଏହି ବିପୁଳ ବେଆଇନ ଟଙ୍କାରୁ କମିଶନୀ ନେଉଥିବା ପୁଲିସ୍ , ଶ୍ରମବିଭାଗ ଅଧିକାରୀ ଓ ସଂରକ୍ଷଣ ଦେଉଥିବା ରାଜନେତା ବା ଲୋକପ୍ରତିନିଧିଙ୍କ ସହାୟତାକୁ ରୋକାଯାଇ ପାରିବ । ଉଲ୍ଲେଖନୀୟ ଯେ ଗତବର୍ଷ ପ୍ରାୟ ଏକକୋଟି ଟଙ୍କା ରାଜ୍ୟବାହାରର ସେଠ୍ ମାନଙ୍କଠାରୁ ହଡପ କରି କଣ୍ଟାବାଞ୍ଜିର ପୂର୍ବତନ ଏସଡିପିଓ ଧରାପଡିଥିବା ଏହାର ଏକ ଜ୍ବଳନ୍ତ ଉଦାହରଣ ।  ଏଣୁ ଶହେବର୍ଷର ବେଆଇନ୍ ଦାଦନଚାଲାଣର ମୂଳ ପର୍ଯ୍ୟନ୍ତ ସରକାର ପହଞ୍ଚିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ଏଥରର ଏଠାରେ ନିର୍ବାଚନ ଲଢିବା ଅନ୍ତତଃ ଏହି ବେଆଇନ୍ କାରବାରକୁ ରୋକିବା ଦିଗରେ ସରକାରଙ୍କ ଦୃଷ୍ଟି ପଡୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like