-+91-9937148622 |

prerana_bgr@rediffmail.com |

  Sunday 16th March 2025 |

| | | |

R.N.I. Regd No. ODIODI/2010/46693

Breaking News

ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ    (15-Mar-2025)       ||      ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   (15-Mar-2025)       ||      କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   (15-Mar-2025)       ||      ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   (15-Mar-2025)       ||      ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   (15-Mar-2025)       ||      ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   (15-Mar-2025)       ||      ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   (15-Mar-2025)       ||      ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ    (15-Mar-2025)       ||      ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   (15-Mar-2025)       ||      ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Mar-2025)       ||      ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣଙ୍କ ସହ ନାଚିଲେ ଡାବୁଗାଁ ବିଧାୟକ   (15-Mar-2025)       ||      ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ    (15-Mar-2025)       ||      ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ   (15-Mar-2025)       ||      ରାଜ୍ୟସ୍ତରୀୟ ଦୋଳ ମହୋତ୍ସବ ସପ୍ତମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ    (15-Mar-2025)       ||      ବୁଢୀ ଜାଗୁଳାଇ ମେଳଣ ପାଳିତ   (15-Mar-2025)       ||      ଆଗଲପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଆଗାମୀ ସୋମବାର ଅନୁଷ୍ଠିତ ହେବ   (14-Mar-2025)       ||      ପ୍ରାରମ୍ଭ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ    (14-Mar-2025)       ||      ସୟାଁ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ                           (14-Mar-2025)       ||     

HOME   ଜିଲ୍ଲା

ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

17-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ବର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ। ନେତା ପ୍ରଚାର ଏବଂ ପ୍ରଶାସକ ବ୍ୟସ୍ତ ଏହି ପର୍ବ ଆୟୋଜନରେ। ଅସହାୟ ନିରାଶ୍ରିତଙ୍କ ଜୀବନ ସଂଗ୍ରାମ କଥା ଏହି ମୁହୂର୍ତ୍ତରେ ଅବା ଆଉ କିଏ ପଚାରେ। ସେ ବି ଜଣେ ଭୋଟର କିନ୍ତୁ ତା' ପାଇଁ କାହାରି ଦରଦ ନାହିଁ। ସହର ଛାତି ଉପରେ ବସବାସ କରୁଥିଲେ ମଧ୍ୟ ଅଳିଏ ଖାଇବା, ଖଣ୍ଡିଏ ଶରୀର ଢାଙ୍କିବା କି ଛାୟାଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ତା' ଭାଗ୍ୟରେ ନାହିଁ।

ଏହିପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଆଜି ବଲାଙ୍ଗିର ସହର ମଧ୍ୟରେ ଦେଖିବାକୁ ମିଳିଥିଲା। ରେଲୱେ ଷ୍ଟେସନ-ଖୁଜେନପାଲି-ସାଲେପାଲି ରାସ୍ତା ମଠଖାଇ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡି ରହିଥିଲା ଜଣେ ଅସହାୟ ଯୁବକର ଶବ। ୪/୫ ଦିନ ହେଇଯାଇଥିବା ଶବଟି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ସେହି ଯୁବକଟି ସାଲେପାଲି ନିବାସୀ ୨୭ ବର୍ଷୀୟ ଗଣେଷ ବେହେରା ଅଟେ। ତାର ମାଁଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ବାପା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଭେଣ୍ଡିଆ ପୁଅଟି କିଛିଦିନ ଶ୍ରମିକ ଭାବରେ ରୋଜଗାର କରି ପେଟପାଟଣା କରୁଥିଲା। ପରେ ଶରୀର ଅସୁସ୍ଥ ହେବାରୁ ସେହି ପରିତ୍ୟକ୍ତ ଘରେ ୧୫/୨୦ ଦିନ ହେବ ଅଖିଆ ଅପିଆ ନିର୍ବସ୍ତ୍ର ଅବସ୍ଥାରେ ପଡି ରହିଥିଲା। ପରେ ଅନାହାରରେ ତାର ମୃତ୍ୟୁବରଣ ଘଟି ଯାଇଥିଲା।

ଖବର ପାଇ ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପୋଲିସ ବିଟ ହାଉସ ଅଧିକାରୀ ଗିରି ଧାରୀ ରାକ୍ସା, ଲକ୍ଷ୍ମୀଜୋର ଥାନାର ଏ.ଏସ୍.ଆଇ ଅଶ୍ବିନୀ ଘିବେଲା, ମାଜିଷ୍ଟ୍ରେଟ ଦାୟିତ୍ୱରେ ବଲାଙ୍ଗିର ତହସିଲଦାର ସୁନୀଲ ମେହେରଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବଟି ପଚା ସଢା ଅବସ୍ଥାରେ ପୋକ ସାଲୁବାଲୁ ହୋଇ ପଡି ରହିଥିବା ବେଳେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡୁଥିଲା। ଫଳରେ ପୋଲିସ ଅଧିକାରୀ ଉକ୍ତ ଶବକୁ ଟେକି ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବା ପାଇଁ ପୌର ପ୍ରଶାସନର ସହାୟତା ଲୋଡିଥିଲେ। ପୌର ପ୍ରଶାସନର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ହେଁ ଶବକୁ ଦେଖିବା ପରେ ମାନବ ସମ୍ବଳ ଅଭାବ ଦର୍ଶାଇ ହାତ ଟେକି ଦେଇଥିଲେ। ବଲାଙ୍ଗିର ସହରର ୨୧ ଗୋଟି ୱାର୍ଡ ପରିଚାଳନା ଦାୟିତ୍ବରେ ଥିବା ପୌର ପରିଷଦର ଏଭଳି ଅପାରଗତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ।

ତେଣୁକରି ପୋଲିସ ଅଧିକାରୀ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରି ସାହାଯ୍ୟ ଲୋଡିଥିଲେ। ସଂଗଠନର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ଶବକୁ ସାଧାରଣ ଭାବରେ ଉଦ୍ଧାର କରିବା ସହଜସାଧ୍ୟ ନୁହେଁ ବୋଲି ଅନୁଭବ କରିଥିଲେ। ପରେ ୪୦° ପ୍ରଚଣ୍ଡ ରୌଦ୍ରତାପରେ ପିପିଇ କିଟ୍ ମଗେଇ ଧାରଣ କରିବା ପରେ ସେହି ପରିତ୍ୟକ୍ତ ଘରେ ପ୍ରବେଶ କରି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ ଓ ଲିଙ୍କନ ସେଠ ଉକ୍ତ ପୋକ ସାଲୁବାଲୁ ପଚା ଶବକୁ ଉଠାଇଥିଲେ। ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରକୁ ପୋଲିସ ଉପସ୍ଥିତିରେ ଆମ୍ବୁଲାନ୍ସ ଯୋଗେ ନେଇ ସଂରକ୍ଷିତ କରି ଫେରିଥିଲେ।

ଏଠି ସୂଚନାଯୋଗ୍ୟ ଯେ, ଗତ ୪ ଏପ୍ରିଲରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେହି ପରିତ୍ୟକ୍ତ ଘରେ ନିର୍ବସ୍ତ୍ର ପଡି ରହିଥିବା ସେହି ଅସହାୟ ଯୁବକକୁ ଉଦ୍ଧାର କରିବା ପରେ ବସ୍ତ୍ର ପରିଧାନ କରାଇ ଖାଇବା ପିଇବା ଦେଇ ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ସହ ଡାକ୍ତରଙ୍କ ଦ୍ଵାରା ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସାଲାଇନ, ଔଷଧ, ଇଂଜେକସନ ଦିଆଯାଇଥିଲା। ପରେ ତାକୁ ହସ୍ପିଟାଲରେ ଆଡମିଟ କରିଦେବା ପାଇଁ ଡାକ୍ତର ପରାମର୍ଶ କରିବାରୁ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ହସ୍ପିଟାଲସ୍ଥିତ ହେଲ୍ପ ଡେସ୍କକୁ ମଧ୍ୟ ଖବର ଦିଆଯାଇଥିଲା। ଯୁବକଟି ଟିକିଏ ସୁସ୍ଥ ଅନୁଭବ କଲେ ତାର ଆଶ୍ରୟ ବ୍ୟବସ୍ଥା ଦାୟିତ୍ୱ ମଧ୍ୟ ନେଇଥିଲା ସଂଗଠନ। ହେଲେ ସେ ହସ୍ପିଟାଲ କର୍ମଚାରୀଙ୍କ ଅଜ୍ଞାତରେ କିପରି ଓ କେବେ ହସ୍ପିଟାଲରୁ ବାହାରି ପୁଣି ସେହି ପରିତ୍ୟକ୍ତ ଘରକୁ ଆସି ପହଞ୍ଚି ଯାଇଥିଲା ତାର କୌଣସି ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଅସହାୟ ରୋଗୀଟିଏର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ହସ୍ପିଟାଲ କର୍ମଚାରୀ ନେଇ ନ ପାରିବା ଏକ ଦୁର୍ଭାଗ୍ୟଜନକ ବିଷୟ। ଯାହାକି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ବାରମ୍ବାର ଦାବି କରି ଆସୁଛି।

ଏହି ଅସହାୟ ଶବ ଉଦ୍ଧାର କାର୍ଯ୍ୟରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଶ୍ୱେତା ସାହୁ ଓ ଚିନ୍ମୟୀ ବୀର ସାମିଲ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଲାଙ୍ଗରେ ଆଠଦେଶ ଠାକୁରଙ୍କ ଦୋଳଯାତ୍ରା ଓ ହୋଲି ମହୋତ୍ସବ ପାଳିତ   15-Mar-2025
  ଜିଲ୍ଲା  
ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ବାଳକ   15-Mar-2025
  ଜିଲ୍ଲା  
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ   15-Mar-2025
  ଜିଲ୍ଲା  
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର   15-Mar-2025
  ଜିଲ୍ଲା  
ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନ - ଦିବଂଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ   15-Mar-2025
  ଜିଲ୍ଲା  
ଛୁରୀ ମାଡରେ ଠିକାଦାରଙ୍କ ମୃତ୍ୟୁ   15-Mar-2025
  ଜିଲ୍ଲା  
ଘର ବାହୁଡିରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ   15-Mar-2025
  ଜିଲ୍ଲା  
ନିର୍ଝରିଣୀ ତରଫରୁ ଫଗୁଣ ଆସର ଅନୁଷ୍ଠିତ     15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025
  ଜିଲ୍ଲା  
କଣ୍ଟାମାଳ: କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ   15-Mar-2025
  ଜିଲ୍ଲା  
ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ଲୋଲି ଉତ୍ସବ ପାଳନ   15-Mar-2025
  ଜିଲ୍ଲା  
ହୀରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଗପ ଶୁଣିବା ଓ କହିବା "କାର୍ଯ୍ୟକ୍ରମ ଅନୁଷ୍ଠିତ   15-Mar-2025

You Might Also Like