-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
17-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଜୋନରେ ଉପକୂଳ ତୈଳିକ ସମାଜର ଘଣ୍ଟାପଡ଼ା, କୋଡ଼ି ବାହାଲ , ଆମ୍ବଗାଁ ଓ ଉମା ଗ୍ରାମରୁ ମୋଟ ୨୧ଟି ପରିବାରକୁ ନେଇ ଆମ୍ବଗାଁସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସଭା ଆୟୋଜନ କରାଯାଇଥିଲା। ବୈଠକରେ ବୟୋଜ୍ୟେଷ୍ଠ ସଦସ୍ୟ ନିରଞ୍ଜନ ପୁଷ୍ଠିଙ୍କ ସଭାପତିତ୍ଵରେ ଉକ୍ତ ଅଞ୍ଚଳରେ ଥିବା ଉପକୂଳ ତୈଳିକ ଜାତିର ଏକତା, ଭାଇଚାରା, ସଂସ୍କୃତି ଆଦି ବିଭିନ୍ନ ପାରମ୍ପାରିକ ସମସ୍ୟାର ସମାଧାନ ପାଇଁ ଏକ ଜାତି ଭିତ୍ତିକ ସମାଜର ଆବଶ୍ୟକତାକୁ ଉପଲବ୍ଧ କରି ସର୍ବସମ୍ମତିକ୍ରମେ ଏକ ସମାଜ ଗଠନ କରାଗଲା ଏବଂ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଜୟ କୁମାର ସାହୁ, ଉପସଭାପତି ଭାବେ ନିରଞ୍ଜନ ପୃଷ୍ଟି, ସଂପାଦକ/କୋଷାଧ୍ଯକ୍ଷ ଭାବେ ପ୍ରଭାତ କୁମାର ସାହୁଙ୍କୁ ମନୋନୀତ କରାଗଲା। ସେହିପରି ଯୁବ ମଞ୍ଚର ସଭାପତି ଭାବେ ରାଜକିଶୋର ସାହୁ ଏବଂ ମାତୃମଞ୍ଚର ସଭାନେତ୍ରୀ ଭାବେ ଶ୍ରୀମତୀ ପ୍ରିୟଙ୍କା ସାହୁଙ୍କୁ ମନୋନୀତ କରାଗଲା। ଆଗାମୀ ଦିନରେ ସମାଜ ପାଇଁ ମନୋନୀତ ସଦସ୍ୟ ସମାଜର ସମସ୍ତ କାର୍ଯ୍ୟ କରିବା ନିମନ୍ତେ ସୁପାରିଶ କରାଯାଇଛି।ସଦସ୍ୟ ଶରତ କୁମାର ସାହୁ ଧନ୍ୟବାଦ ଦେଇଥିବା ସ୍ଥଳେ ଉପସ୍ଥିତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।