-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
16-Apr-2024
ବାଲାଙ୍ଗୀର(ପ୍ରେରଣା ଖବର ) ବଲାଙ୍ଗୀର ବିଜେଡି ଦଳ ଟାର୍ଗେଟରେ ସଦର ବ୍ଲକ । ଗତଥର ଯେଉଁ ୫ଟି ପଞ୍ଚାୟତରେ ବିଜେଡି କମ ଭୋଟ ପାଇଥିଲା ସେହି ଅଞ୍ଚଳକୁ ଦଳ ଫୋକସ କରିଛି । ରାଜ୍ୟସରକାରଙ୍କ ଅନେକ ଯୋଜନାର ପ୍ରକଲ୍ପ ଏହି ଅଞ୍ଚଳକୁ ଦେଇ ଗାଁଗାଁରେ ବିକାଶ ପହଞ୍ଚାଇଛି ।ଖଲିଆପାଲି ପଞ୍ଚାୟରେ ଏକ ବିଶାଳ ଯୁବସମାବେଶ କରି ସିଧାସଳଖ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିବା ସହିତ ନବୀନ ସରକାରଙ୍କ ବିକାଶ ପ୍ରକଲ୍ପ ଉପରେ ଲୋକଙ୍କୁ ସଚେତନ କରାଯାଇଛି । ମନହିରା, ଖଲିଆପାଲି, ସକମା, ଚନ୍ଦନଭାଟି, ମିର୍ଦ୍ଧାପାଲି ଓ କୁଟୁମଡୋଲା ପଞ୍ଚାୟତର ହଜାରେରୁ ଅଧିକ ସଂଖ୍ୟକ ଯୁବକ ପ୍ରଥମେ ଏକ ବାଇକରାଲି କରିଥିଲେ । ପରେ ଆୟୋଜିତ ଯୁବସମାବେଶରେ ଯୋଗଦେଇଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଯୁବସମାବେଶରେ ବିଜେଡିର ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ ଯୋଗଦେଇ ଏହି୫ଟି ପଞ୍ଚାୟତରେ କରାଯାଇଥିବା ବିକାଶମୂଳକ ପ୍ରକଲ୍ପ ବିଷୟରେ କହିଥିଲେ । ନବୀନ ସରକାର ଯୁବକମାନଙ୍କ ପାଇଁ କରିଥିବା ସହାୟତା ଯୋଜନା, ଗାଁମାନଙ୍କରେ କରାଯାଇଥିବା ରାସ୍ତାଘାଟ, ବ୍ରୀଜ, ମନ୍ଦିର, ମସଜିଦ, ଚର୍ଚ୍ଚର ଉନ୍ନତିକରଣ,ଜଳସେଚନ ପାଇଁ କରାଯାଇଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପ ଉପରେ କଳିକେଶ ଉପସ୍ଥିତ ଯୁବକମାନଙ୍କୁ କହିଥିଲେ । ସ୍କୁଲ, କଲେଜର ରୂପାନ୍ତରଣ, କ୍ରୀଡାର ବିକାଶ ପାଇଁ ଖେଳପଡିଆ ଇତ୍ୟାଦି ଉପରେ ନବୀନ ସରକାର ଫୋକସ କରିଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦରବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁଲାବ ବାଗ, ସଦରବ୍ଲକ ଯୁବସଭାପତି ଟିଟୁ ସାହୁ,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ ।