-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
16-Apr-2024
ବଲାଙ୍ଗିର(ପ୍ରେରଣା ଖବର ): ସୁବର୍ଣ୍ଣପୁର ଜିଲ୍ଲାର ବିଜେପି ନେତାମାନଙ୍କ ଏକ ବୈଠକ ସୋନପୁର ସୁରେଶ୍ଵରୀ ମନ୍ଦିର ପାଖରେ ଅନୁଷ୍ଠିତ ହୋଇଛି। ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ୍ ଙ୍କ ନେତୃତ୍ଵ ରେ ଆହୁତ ହୋଇଥିବା ଏହି ବୈଠକରେ ବଶିଷ୍ଠ ବିଜେପି ନେତା ଶ୍ରୀ ବଳରାମ ସିଂ ଯାଦବ ଯୋଗ ଦେଇଥିଲେ। ଜିଲ୍ଳାର ୧୩ ଟି ଜିଲ୍ଳା ପରିଷଦ ଜୋନ୍ ଓ ତିନୋଟି ନଗରରୁ ପାଞ୍ଚ ଜଣ ଲେଖାଏଁ ବିଜେପି ବରିଷ୍ଠ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ୪୦ ବର୍ଷ ଧରି ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ରାଜତନ୍ତ୍ର ଶାସନ ବିରୁଦ୍ଧରେ ସ୍ଵାଧୀନ ପ୍ରାର୍ଥୀ ରୁପେ ନିର୍ବାଚନ ଲଢ଼ିବାକୁ ଶ୍ରୀ ବଳରାମ ଯାଦବ ଘୋଷଣା କରି ସୁବର୍ଣ୍ଣପୁର ଜିଲ୍ଲା ବିଯେପି କର୍ମକର୍ତ୍ତା ମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ଅତ୍ୟାଚାରୀ, ଅହଙ୍କାରୀ ଓ ଗର୍ବି ସାଂସଦ ସାଂସଦ କ୍ଷମତା ନିଶାରେ ଅନ୍ଧ ହୋଇ ଦେବତୂଲ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ କୁକୁର କହିବାକୁ ମଧ୍ୟ ପଛାଉ ନାହାଁନ୍ତି ବୋଲି ସେ ଦୃଢ ନିନ୍ଦା କରିଥଲେ। ସେଠାରେ ଉପସ୍ଥିତ ଥିବା ଶତାଧିକ ନେତୃତ୍ଵ ମଧ୍ୟରୁ ନିର୍ବାଚନ ଲଢିବାକୁ ଜୋନ୍ କମିଟି ମାନ ଗଠନ କରଯାଇଥିଲା। ପୁଣୀ ପ୍ରତ୍ୟେକ ଜୋନରେ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ମାନ ଗଠନ କରି ବୁଥ୍ ଓ ୱାଡ କମିଟି ମାନ ଶିଘ୍ର ଗଠନ କହିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣାପଡିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶଶି ପୁରୋହିତ, ସୁରେଶ୍ ମିଶ୍ର, ଶ୍ରଦ୍ଧାଞ୍ଜଳୀ ମିଶ୍ର,ଦିଲ୍ଲିପ ପୁରୋହିତ, ଧର୍ମନିରଞ୍ଜନ ପଣ୍ଡା, ମହେନ୍ଦ୍ର ମହାଲିକ୍, ପ୍ରକାସ ପାଢ଼ୀ, ସୁରେଶ୍ ପାତ୍ର, ଦଶରଥ ମେହେର, ସୀର୍ଣିବାସ ଚାନ୍ଦ୍, ବାପି ଦାସ୍, ଦଶରଥ ମହାକୁଡ, ସୁରଥ ଭୋଇ, ସୁଜିତ୍ ପଶାୟତ ପ୍ରମୁଖ ଯୋଗ ଦେଇ ଭବିଷ୍ୟତ ଲଢେ଼ଇ ପାଇଁ ଶପଥ ନେଇଥିଲେ। ପ୍ରକାଶ ଥାଉକି ଆଗାମୀ ନିର୍ବାଚନରେ ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରାଯିବାକୁ ଶ୍ରୀ ବଳଦେବ ପ୍ରସାଦ ବେଦବାକ କହିଥିଲେ।