-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
16-Apr-2024
ବାଲାଙ୍ଗୀର,-ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ହାର ବଢାଇବାକୁ ପ୍ରଶାସନ ଉଦ୍ୟମ ଚଳାଇଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ପ୍ରୟାସ ଚାଲିଛି । ସେହିକ୍ରମରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଆବାସ ପାଖରେ ଥିବା ଏସଏଚଜି ଆଉଟଲେଟଠାରେ ଟେରାକୋଟା ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଉଟଲେଟରେ ଥିବା ପାଣି ମାଠିଆମାନଙ୍କୁ ମତଦାତା ନିଶ୍ଚୟ ଭୋଟଦେବାକୁ ବାର୍ତ୍ତା ଲେଖି ପ୍ରଦର୍ଶିତ ଓ ବିକ୍ରୟ କରାଯାଇଛି । ଗ୍ରାହକମାନେ ମଧ୍ୟ ନିର୍ବାଚନ ପର୍ବରେ ସାମିଲ ନିଶ୍ଚୟ ମତସାବ୍ୟସ୍ତ କରିବାକୁ ଆଗ୍ରହ ପ୍ରକାଶ କରି ଏହି ମାଠିଆ କିଣୁଥିବା ଲକ୍ଷ୍ୟ କରାଯାଇଥିଲା । ସକାଳ ୯ଟାରେ ଜିଲ୍ଲାପରିଷଦର ସିଇଓ ପ୍ରଭାତ ମହାପାତ୍ର,ଓରମାସ ସିଇଓ କମଳେନ୍ଦୁ ପଲ,ମିଶନଶକ୍ତି ସଂଯୋଜିକା ସୁମନ ଦ୍ୱିବେଦୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ ସାହୁଙ୍କ ଉପସ୍ଥିତିରେ ମିଶନଶକ୍ତିର ମହିଳାମାନେ ଏହାକୁ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ସମସ୍ତ ମତଦାତା ଯେଭଳି ସୁବିଧାରେ ଓ ନିର୍ଭୟରେ ଭୋଟ ଦେଇପାରିବେ ସେନେଇ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ସିଇଓ ପ୍ରଭାତ ମହାପାତ୍ର କହିଛନ୍ତ