-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
16-Apr-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକର ତେନ୍ତୁଳିଖୁଣ୍ଟି ଗ୍ରାମରୁ ଏକ ବାଇକ ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀ ନବୀନ ଜୈନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତେନ୍ତୁଳୀଖୁଣ୍ଟି, ସିରଜାପାଳି, କୁରେଭନା, ଜାମମୁଣ୍ଡା, ଦେଉଳଗୁଡି, ଡୁଙ୍ଗିବାହାଳ, ଗୁଡଭେଲା, କେଟଗାଁ, ମାଢେକେଲା, ସିରାବାହାଳ, ଭୂଆଁପଡା, ଆଟଗାଁ, କେନ୍ଦୁପଦର, ପେନ୍ଦିମୁଣ୍ଡା, ଡାହିମାଲ, ଜମ୍ଭେଲ, ଡୁଙ୍ଗରିପାଳି ଗ୍ରାମ ନିର୍ବାଚନ ପ୍ରଚାର କରିଥିବା ବେଳେ ଦେଉଳଗୁଡି, ଭୂଆଁପଡା ଓ ଡୁଙ୍ଗିବାହାଳ ଗ୍ରାମରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଗୁଡଭେଲା ବ୍ଳକ ଉପାଧ୍ୟକ୍ଷ ଟୁକୁ ପାଣିଗ୍ରାହୀ, ମାଢେକେଲା ଗ୍ରାମପଞ୍ଚାୟତ ସମିତି ସଭ୍ଯ ଉଜ୍ଜ୍ବଳ ଭୋଇ, ଗମ୍ଭାରୀଗୁଡା ଗ୍ରାମପଞ୍ଚାୟତ ପିଙ୍କି ବେସରା, ଘୁନା ଗ୍ରାମପଞ୍ଚାୟତ ସରପଞ୍ଚ କବିତା ମହାନନ୍ଦ, ବିରାମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ପ୍ରଧାନ, ରୁଷୁଡା ଗ୍ରାମପଞ୍ଚାୟତ ସରପଞ୍ଚ କୈଳାସ ବେହେରା, ବଡଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଚମ୍ପୀ ବାରିକ, ନୂଆଁପଡା ଗ୍ରାମପଞ୍ଚାୟତ ସରପଞ୍ଚ କୁଞ୍ଜ ବିହାରୀ ସାହୁ, ଦେଉଗୁଡି ସରପଞ୍ଚ ମଧୁମତି ଅଗ୍ରୱାଲ, ଜାମୁଟ ଭାବସିଂ ମାଝୀ,ମାଢେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ରଘୁମଣୀ ମହାନନ୍ଦ,ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଲିଙ୍ଗରାଜ ରଣା ସମେତ ଶହ ଶହ ବିଭିନ୍ନ ଦଳର କର୍ମୀ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗଦାନ କରିଥିଲେ । ସମସ୍ତଙ୍କୁ ଶ୍ରୀ ଜୈନ ଫୁଳମାଳ ଓ ଦଳୀୟ ଉତ୍ତରାୟଣ ଦେଇ ସ୍ବାଗତ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ଭକୁଆ ବନାଉଥିବା ନେଇ ମତ ରଖିଥିବା ସହ କେନ୍ଦ୍ର ସରକାରଙ୍କ ହାତମୁଠାକୁ ଟାଣ କରିବା ପାଇଁ ଗୋଟିଏ ଭୋଟ ଓ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଆଉ ଗୋଟିଏ ଭୋଟ ଦେବାକୁ ସମସ୍ତଙ୍କୁ ଭୋଟ ଭିକ୍ଷା କରିଥିଲେ ଶ୍ରୀ ଜୈନ। ପୂର୍ବତନ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଭାଜପା ଉପସଭାପତି ଦିନବନ୍ଧୁ ବେହେରା,ୟସ ପାଣିଗ୍ରାହୀ, ଈଶ୍ବର ବାଗ,ଗୁଡଭେଲାବ୍ଲକ ମଣ୍ଡଳ ସଭାପତି ସତ୍ଯବାନ ବାଗ,, ରୁଣୁ ଗୋପାଳ ସାହୁ, ମହେଶ କେଡିଆ ଆଦି ଉପସ୍ଥିତ ଥିଲେ l