-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
15-Apr-2024
ତରଭା(କପିଳାସ ସେଠ : ତରଭା ବ୍ଲକ ର ବିଭିନ୍ନ ଦଳର ଅସନ୍ତୋଷ କର୍ମି ଓ ବ୍ୟକ୍ତି ବିଶେଷ ଆଜି ସାଂସଦ ସଂଗୀତ କୁମାରୀ ସିଂଦେଓ ଙ୍କ ଉପସ୍ଥିତ ରେ ୨୫୦ କର୍ମି ଅନୁଷ୍ଠାନିକ ଭାବେ ବିଜେପି ରେ ମିଶି ଛନ୍ତି I ସହର ର ଏକ କଲ୍ୟାଣ ମଣ୍ଡପ ରେ ବିଜେପି ର ମିଶ୍ରଣ ପର୍ବ ରେ ବଲାଙ୍ଗୀର ସାଂସଦ ତଥା ପ୍ରାଥୀ ସଂଗୀତ କୁମାରୀ ସିଂଦେଓ ଓସୋନପୁର ବିଧାୟକ ପ୍ରାଥୀ ପ୍ରମୋଦ ମହାପାତ୍ର, ଙ୍କ ସହ ରାମ ନାରାୟଣ ବେଜ ସୁଦେଷ୍ଣା ନେଗୀ, ସୁରେଶ ମହଲା,, ରାଜକିଶୋର ମେଣ୍ଡଳୀ ସନାତନକର୍ମି , ସୁବାଷ ସାହୁ, ଗୋବିନ୍ଦ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସିନ ହୋଇ ଥିଲେ I ମିଡ଼ିଆ ସେଲ ସଂଯୋଜକ କଲ୍ୟାଣ ନାଏକ ମଞ୍ଚ ପରିଚାଳନା କରିଥିଲେ I ବିଜେପି ର ନୀତି ଆଦର୍ଶ ଓ ମୋଦି ଜି ଙ୍କ ବିଶ୍ୱାସ କୁ ନେଇ ଆଜି 250କର୍ମୀ ଯୋଗ ଦାନ କରିଛନ୍ତି I ମୋଦି ଜି ଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ କରନ୍ତୁ I ସାଂସଦ ଭାବେ ମୋତେ ଓ ବିଧାନସଭା ସଭା ପ୍ରାଥୀ ପ୍ରମୋଦ ବାବୁ ଙ୍କୁ ଆଶ୍ରିବାଦ କରନ୍ତୁ I ରାଜ୍ୟରେ ବିଜେପି ସରକାର ଆଣନ୍ତୁ, ଆଗାମୀ ଦିନ ରେ ଜଳ ସୋଚନ ଓ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ଉପସ୍ଥିତ କର୍ମି ଙ୍କୁ ଉଦବୋଧନ ଦେଇଥିଲେ I କୃପାନିଧି ମିଶ୍ର, ମଧୁ ଦେହେରି, ବରମେଶ ବାରିକ ଙ୍କ ସମର୍ଥକ ମାନଙ୍କ ସହିତ କମସରା ମଣ୍ଡଳ, ମେଣ୍ଡା ମଣ୍ଡଳ ଅଞ୍ଚଳ ସମେତ ଶତାଧିକ କର୍ମି ଯୋଗଦାନ କରିଥିବାର ସୂଚନା ଦିଆଯାଇଥିଲା I ରାମ ନାରାୟଣ ବେଜ ଧନ୍ୟବାଦ ଦେଇଥିଲେ I