-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
15-Apr-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ବଡଟିକା ନିକଟରୁ ଗତ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବନ ବିଭାଗ ଏକ ଖଇର କାଠ ବୋଝେଇ ପିକଅଫ୍ ଭ୍ୟାନ ଜବତ କରିଛି l ଚଢ଼ାଉ ସମୟରେ କାଠ ମାଫିଆ ମାନେ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରୁ ବନବିଭାଗ ଏକ ବାଇକ୍ ମଧ୍ୟ ଜବତ କରିଥିବା ଜାଣିବାକୁ ମିଳିଛି l ଜବତ କାଠ ଆନୁମାନିକ ୧୨ କ୍ଵିଣ୍ଟାଲ ହେବ ବୋଲି ବନବିଭାଗ ସୂଚନା ଦେଇଛି । ରେଞ୍ଜ ଅଧିକାରୀ ପାଉଲ ହରପାଲ ଙ୍କ ନେତୃତ୍ୱରେ ଫରେଷ୍ଟର ବାବୁଲା ଦାସ, ବସନ୍ତ ମହାକୁରଙ୍କ ସମେତ ପାରା ୱାଚର୍ ତଥା ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ । ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ରୁ ପ୍ରକାଶ l