-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-Apr-2024
ସିନ୍ଧେକେଲା(ଦୀନେଶ ଜୈନ ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ରଣାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରାମବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଝିଅ ହେଲେ ପାଠୋଇ ଗାଁ ଯିବ ଆଗେଇ ସ୍ଲୋଗାନ ଦ୍ୱାରା ଗାଁ ପରିମଳ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶୀ ଗୁରୁ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏ ଯୋଗଦେଇ ତାଙ୍କ ନେତୃତ୍ବରେ ତାଙ୍କ ଛାତ୍ରୀ ଜ୍ୟୋସ୍ନା ବଗର୍ତ୍ତି ,
କୁନି ଛାତ୍ରୀ ମିଳି ରଣା ନୃତ୍ୟ ଓ ସମ୍ବଳପୁରୀ ଚୁଟକୁଲା ପରିବେଷଣ କରି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ପ୍ରଖ୍ୟାତ ସଙ୍ଗୀତ ଗୁରୁ କଳାକାର ପଣ୍ଡା ଙ୍କ ରଚିତ ନାବାଳିକା କନ୍ୟାର ବାହାଘର ବନ୍ଦ ନାଟିକା ପରିବେଷଣ ରେ ସମସ୍ତେ ମନମୁଗ୍ଧ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ଅଗସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସୀମାନ୍ତ ଦଳାଇ ଓ କନିଷ୍ଠ ଶିକ୍ଷକ ବାନାମ୍ବର ଦୀପ ପ୍ରମୁଖ ସହଯୋଗ କରିଥିଲେ ।