-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
08-Apr-2024
ତରଭା(କପିଳାସ ସେଠ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କର୍ମୀ, ନେତା, ସାଂସଦ, ବିଧାୟକ ପ୍ରାଥୀ ତଳ ସ୍ତର ମତଦାତା, ବିଭିନ୍ନ ଅନୁଷ୍ଠାନ ସହିତ ସଂପର୍କ ରଖିବା ସହିତ ଆଲୋଚନା ଓ ପରାମର୍ଶ ନେବାରେ ଲାଗିପଡିଛନ୍ତି I ବଲାଙ୍ଗୀର ସାଂସଦ ତଥା ବିଜେପି ଲୋକସଭା ପ୍ରାଥୀ ସଂଗୀତ କୁମାରୀ ସିଂଦେଓ ଏବଂ ସୋନପୁର ବିଧାୟକ ପ୍ରାଥୀ ପ୍ରମୋଦ ମହାପାତ୍ର ଆଜି (ସୋମବାର)ତରଭା ଆସି ସହର ର ବିଭିନ୍ନ ବ୍ୟକ୍ତି, ବ୍ୟବସାୟୀ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ସହିତ ଆଲୋଚନା କରିଥିଲେ I ଏହା ପରେ ଦିନ ୧ ଟା ସମୟରେ ସ୍ଥାନୀୟ ଏକ ହୋଟେଲରେ ଆଲୋଚନା ହୋଇଥିଲା I କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ନେଇ ଆଲୋଚନା କରିବା ସହ ସାଂସଦ ଓ ବିଧାୟକ ପ୍ରାଥୀଙ୍କୁ ଆଶିର୍ବାଦ କରିବାକୁ ସାଂସଦ ସଂଗୀତ ସିଂଦେଓ ଅନୁରୋଧ କରିଥିଲେ I ରାଜ୍ୟରେ ଆମକୁ ପରୀକ୍ଷା କରନ୍ତୁ, ଆମକୁ ସୁଯୋଗ ଦିଅନ୍ତୁ I ଥରେ ପରିବର୍ତ୍ତନ ଆବଶ୍ୟକ I ଖୋର୍ଦ୍ଧା -ବଲାଙ୍ଗୀର କାର୍ଯ୍ୟ ତୁରାନ୍ୱିତ କରିବା ସହ ସୋନପୁର ପ୍ରୟାନ୍ତ ୪ଗୋଟି ରେଳ ର ଚଳାଚଳ କରାଯାଇଛି I ଏହା ସହ ବିଭିନ୍ନ ଯୋଜନା ନେଇ ଆଲୋଚନା ହୋଇ ଥିଲା I ତରଭା ଥରେ ତରଭା ରୋଡ଼ ରେଳ ଷ୍ଟେସନ, ତରଭା ସବଡ଼ିଭିଜନଏବଂ ରେଷ୍ଟ ହାଉସ, ଜିଲ୍ଲା ରେ ଥିବା ଜେ.ଏନ. ଭି.ରେ ଆବଶ୍ୟକ ମୁତାବକ ଶିକ୍ଷକ ଅଭାବ ନେଇ ଦାବୀ ଉଠି ଥିଲା I ଆବଶ୍ୟକ ମୁତାବକ ଜିଲ୍ଲା ର ଉନ୍ନତି ଦରକାର, ଆମକୁ ପିଲା ମାନଙ୍କର ସୁବିଧା, ସୁଯୋଗ ଆବଶ୍ୟକ ରହିଛି I ବୁଲୁ ରିଭୋଲେସନ କାର୍ଯ୍ୟ କାରି କରାଯାଇ କୌଣସି ଜମି ଜଳ ସୋଚନ ନ ହୋଇ ରହିବ ନାହିଁ I ଜଳ ସୋଚନ କୁ ଗୁରୁତ୍ୱ ଦିଆଯିବା ସହ ଫୁଟ ପ୍ରସେସିଙ୍ଗ ୟୁନିଟ କରାଯିଵା ନେଇମତ ରହିଥିଲା (ଆଲୋଚନା ହୋଇ ଥିଲା) ତରଭା ଡ୍ରାଇଭର ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଂଘ କାର୍ଯ୍ୟାଳୟ ପାଇଁ ସାଂସଦଙ୍କ ଦୃଷ୍ଟି
ଆକର୍ଷଣ କରାଯାଇଥିଲା i ପରିବର୍ତ୍ତନ ନେଇ ଯୁବଗୋଷ୍ଠୀର ମୁଖ୍ୟ ଭୂମିକା ରହିବ ବୋଲି ମତ ରହିଥିଲା I ତରଭା ସଂଘ ଓକିଲ ସଂଘରୁ ସୁଭିଜ୍ଞ ଦରୱାନ, ସାନନ୍ଦ ବିହାରୀ ମହାପାତ୍ର, ହନୁମାନ ମିଶ୍ର, ତରଭା ସାମ୍ବାଦିକ ସଂଘ ସଭାପତି ଅଶୋକ ସାହୁ, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁ, ଅକ୍ଷୟ ବାଘଙ୍କ ସମେତ ବ୍ଲକ ବିଜେପି ର ବରିଷ୍ଟ ନେତା ରାମନାରାୟଣ ବେଜ,ରାଜକିଶୋର ମେଣ୍ଡଳୀ, କଲ୍ୟାଣ ନାଏକ, ମୁଚୁରାମ ମେଣ୍ଡଳୀ, ଭବାନୀ ପଣ୍ଡା, ସୁବାସ ସାହୁ, ଫଲଗୁନି କର୍ଣ୍ଣ, ଶୁଭ୍ରାଂଶୁ ମହାକୁର, ଙ୍କ ସମେତ ବିଜେପି କର୍ମୀ, ମହିଳା, ମାହେଶ୍ୱରୀ ସଂଗଠନ ର ସଭାପତି ପ୍ରଦୀପ ମେହେର,, ଯୁବ ଗୋଷ୍ଟି, ସ୍ଥାନୀୟ ବ୍ୟକ୍ତି, ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I