-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
07-Apr-2024
ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀରର ବରିଷ୍ଠ ରାଜନେତା ,ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି, ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କୁ ବିଜେଡିଦଳରେ ରାଜ୍ୟସଂପାଦକ ପଦବୀ ଦିଆଯାଇଛି । ଆଜି ବିଜେଡିପକ୍ଷରୁ ରାଜ୍ୟସାଂଗଠନିକ ସଂପାଦକ ପ୍ରଣବପ୍ରକାଶ ଦାସ ୪ଜଣଙ୍କୁ ରାଜ୍ୟ ସଂପାଦକ ପଦବୀରେ ନିଯୁକ୍ତି ଦିଆଯାଇଥିବା ଘୋଷଣା କରିଛନ୍ତି । ସେଥିରେ ବଲାଙ୍ଗୀରର ଲକ୍ଷ୍ମଣକୁମାର ମେହେର ରହିଛନ୍ତି । ଆଜିର ଏହି ଘୋଷଣା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଆଜିର ଏହି ନିଯୁକ୍ତି ନେଇ ଲକ୍ଷ୍ମଣ ମେହେର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ,ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବପ୍ରକାଶ ଦାସ(ବବି),ବଲାଙ୍ଗୀର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ,ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ୫ବର୍ଷ ହେଲା ସେ ବିଜେଡିଦଳର ସଂଗଠନ ପାଇଁ କାମ କରିଆସୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶମୁଖି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହୋଇଛୁ ବୋଲି ଲକ୍ଷ୍ମଣ କହିଛନ୍ତି । ଏହା ସହିତ ଆଗକୁ ବିଜେଡିର ସଂଗଠନକୁ ମଜବୁତ କରି ବିଜେଡିଦଳର ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ଜିଣାଇବୁ ବୋଲି ଲକ୍ଷ୍ମଣ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ପ୍ରକାଶ ଯେ,ଲକ୍ଷ୍ମଣ ଗତ ୧୯୮୪ ମସିହାରେ ପ୍ରଥମଥର ପାଇଁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ସେ ଦେଓଗାଁ ବ୍ଲକର ଅଧ୍ୟକ୍ଷ(୨ଥର),ଜିଲ୍ଲାପରିଷଦ ସଭ୍ୟ,ବିଡିସିସି ବ୍ୟାଙ୍କର ସଭାପତି(୩ଥର) ରହିଆସିଥିଲେ ଓ ବଲାଙ୍ଗୀର ସମେତ ସୋନପୁର ଜିଲ୍ଲାରେ ଲୋକସମ୍ପର୍କ ରଖିଆସିଛନ୍ତି । ଗତ ୨୦୧୯ ମସିହାରେ ସେ କଂଗ୍ରେସଦଳ ତ୍ୟାଗ କରି ବିଜେଡିଦଳରେ ଯୋଗଦେଇଥିଲେ ଓ ୫ବର୍ଷ ହେଲା ସାଂଗଠାନିକ କାମ କରୁଥିଲେ । ଏବେ ବିଜେଡିଦଳ ତାଙ୍କୁ ନୂଆ ଦାୟୀତ୍ୱ ଦେଇଥିବାରୁ ଜିଲ୍ଲା ବିଜେଡିରେ ଖୁସିର ଲହରୀ ଖେଳିଯାଇଛି ।