-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
03-Apr-2024
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ନିକଟରେ ଥିବା କ୍ୟାଥୋଲିକ ଚର୍ଚ୍ଚ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବକୁ ବହୁ ଆଡମ୍ବର ସହକାରେ ଖ୍ରୀଷ୍ଟା ବିଶ୍ଵାସୀ ରାତ୍ରୀ ଉଜାଗର ଆନନ୍ଦ ଉଲ୍ଲାସର ସହ ପୁଣ୍ୟ ରବିବାର ପାଳନ କରିଥାଆନ୍ତି। ଏ ଅବସରରେ ପବିଙ୍ଗିଆ ଗ୍ରାମ୍ୟ କମିଟି ପରିଚାଳନା ନେତୃତ୍ୱରେ ଶନିବାର ମଧ୍ୟ ରାତ୍ରୀକାଳୀନ ଉଜାଗର ଉପାସନା କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା । କ୍ୟାଥୋଲିକ ଚର୍ଚ୍ଚ ର ମୁଖ୍ୟ ଯାଜକ
ପ୍ରେମାନନ୍ଦ ନାୟକ ପୌରହିତ୍ କରି ଦିବ୍ୟ ଯଜ୍ଞ ପୂଜାର୍ଚ୍ଚନା ବିଧିବଦ୍ଧ ଭାବେ ସମ୍ପାଦନା କରିଥିଲେ । ସେହିପରି ଭାବରେ ସହକାରୀ ଯାଜକ ଶ୍ରୀ ଅସିତ ଭାଘସିଂ ବାଇବଲ ରୁ ମୃତ୍ୟୁଞ୍ଜୟୀ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବାକ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ପବିଙ୍ଗିଆ କ୍ୟାଥୋଲିକ ଧର୍ମ ପ୍ରଦେଶର ମୁଖ୍ୟ ଧର୍ମ ପ୍ରଚାରକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ଦିଗାଲ ପରିଚାଳନା କରିଥିଲେ। ଶେଷରେ ଖ୍ରୀଷ୍ଟ ଧର୍ମ ବିଶାଷିଙ୍କୁ ଧନ୍ୟବାଦ ଅପୌଣ କରି ଦିବ୍ୟ ଯଜ୍ଞ ସମାପ୍ତ କରିଥିଲେ (କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ)