-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
02-Apr-2024
ତରଭା(କପିଳାସ ସେଠ): ତରଭା ତହସିଲ କାର୍ଯ୍ୟାଳୟ ରେ ବିଭାଗୀୟ ଅଧିକାରୀ ବୀରେନ୍ଦ୍ର କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ତରଭା ତହସିଲ ର ବରିଷ୍ଠ ରାଜସ୍ବ ସହାୟକ ବିଜୟ କୁମାର ସାହୁ ସେବାରୁ ନିବୃତ ସମ୍ବର୍ଦ୍ଧନା ସଭାରେ ତହସିଲଦାର ତୁଳା ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦାନକରି ଥିବା ବେଳେ ସାମ୍ମନ୍ୱିତ ଅତିଥିଭାବେ ଅତିରିକ୍ତ ତହସିଲଦାର ଦୀପ୍ତି ମୟୀ ଭୁଏ, ଯୋଗ ଦେଇ ଶ୍ରୀସାହୁ ଙ୍କ ଚାକିରୀ ଜୀବନ ର ଅଭୁଲା କାର୍ଯ୍ୟ ନେଇ ମତ ରଖି ଥିଲେ l ରାଜସ୍ୱ ସହାୟକ ଶିବାନନ୍ଦ ବାଘ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ରାଜସ୍ବ ସହାୟକ ପ୍ରେମା ନନ୍ଦ କୁଆଁର,ରାଜସ୍ୱ ନିରୀକ୍ଷକଚାନ୍ଦନୀ ତାଣ୍ଡି, ଯାଜ୍ଞସେନୀ ଛତ୍ରିଆ, ଦୀପ୍ତି ଶିଖା ବେହେରା,ସୁଶାନ୍ତ ସାହୁ, ରଂଜିତା ମେହେର ପ୍ରମୁଖ ଶ୍ରୀ ସାହୁ ଜଣେ କର୍ତ୍ତବ୍ୟ ନିଷ୍ଠ,ବ୍ୟକ୍ତି ଥିଲେ ବୋଲି ମତ ଦେଇ ଥିଲେ I ତରଭା ତହସିଲ ପରିବାର ପକ୍ଷରୁ ଶ୍ରୀ ସାହୁ ଙ୍କ ଦୀର୍ଘା ୟୁ ତଥା ସୁସ୍ଥ ଜୀବନ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ l ଶ୍ରୀ ସାହୁ ଜିଲ୍ଲା ର ବିଭିନ୍ନ ବିଭାଗ ର କାlର୍ଯ୍ୟା ଳୟ ମାନଙ୍କରେ ନିଷ୍ଠା ସହିତ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ l ପ୍ରଥମେ ସୋନପୁର ତହସିଲ ରେ ଚାକିରୀ ଆରମ୍ଭ କରି ବୀରମହାରାଜପୁର, ଉଲୁଣ୍ଡା ଶେଷରେ ତରଭା ତହସିଲ ରେ ସେବା ଯୋଗାଇ ଚାକିରୀ ନିବୃତ ହୋଇଥିଲେ I ସେବାରୁ ନିବୃତ ସମ୍ୱର୍ଦ୍ଧନା ପତ୍ର ପ୍ରଦାନ ବେଳେ ଏକ ଭା ବବୀହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା l ଅବସରପ୍ରାପ୍ତ ବରିଷ୍ଟରାଜସ୍ବ ସହାୟକବିଜୟ କୁମାର ସାହୁଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ସେଵା ରୁ ନିବୃତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ଶିବାନନ୍ଦ ବାଘ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ