-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Apr-2024
ବୋଡ଼େନ - (ପ୍ରେରଣା) ଜାତୀୟ ସେବା ସଂସ୍ଥା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଏବଂ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଶାଖାର ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଶାଖାର ଆଜୀବନ ସଦସ୍ୟ ଅଧ୍ୟାପକ ରବିରଞ୍ଜନ ପ୍ରଧାନ ଓ ପିତାମ୍ବର ଦୀପ ସହକାରୀ ଶିକ୍ଷକ ପ୍ରମୁଖ ମଞ୍ଚା ସିନ ଥିଲେ ।କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଓଡ଼ିଆ ଓ ଓଡ଼ିଶାର ବୀରତ୍ଵ ଗାଥା ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥା ର ସ୍ବେଚ୍ଛାସେବୀମାନେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି ।ପରିଶେଷରେ ଓଡ଼ିଆ ବିଭାଗର ଛାତ୍ର ବୈଷ୍ଣବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।