-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
01-Apr-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୮୯ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି । ସ୍ଥାନୀୟ ନୀଉଁ ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଓଡ଼ିଶା ର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ ଏବଂ ଜିଲ୍ଲାରେ ଥିବା ପୋଲିସ ମାନଙ୍କୁ ଦେଶ ଓ ଜାତି ସକାଶେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ସମ ଦୃଷ୍ଟିରେ ଜନତା ଙ୍କ ସେବା ଓ ସହଯୋଗ କରିବା ସହିତ ସିଷ୍ଟlଚାର, ଚରିତ୍ର ବାନ, ଏକ ଆଦର୍ଶ ହେବାକୁ କହି ସର୍ଵ ନିମ୍ନ ବଳ ପ୍ରୟୋଗ କରି ଆଇନ୍ କୁ ମଧ୍ୟ ସମ୍ମାନ ଦେବାକୁ ଅଭିଭାଷଣ ରେ ଏସପି ଶ୍ରିମାଲ ପୋଲିସ୍ ବାହିନୀ ଙ୍କୁ ପରାମର୍ଶ କରିଥିଲେ l ଉତ୍ତମ ସେବା ପ୍ରଦାନ କରିଥିବା ଜିଲ୍ଲାର ରାମପୁର ଥାନା ର ବେଷ୍ଟ ପୋଲିସ ଅଫିସର ଏସ ଆଇ ଅବିନାଶ ପଧାନ, ଜିଲ୍ଲା ପୋଲିସ୍ ର ଏ ଏସ ଆଇ ଶୁକଦେବ ଚାନ୍ଦ, କ୍ରାଇମ୍ ହାବିଲଦାର ବୃନ୍ଦାବନ ପଞ୍ଚବିହାର , କନଷ୍ଟେବଳ ପ୍ରଦୀପ ସାହୁ, ଟ୍ରାଫିକ କନେଷ୍ଟବଳ ପ୍ରତିମା ବଗର୍ତ୍ତି, ଏ ପି ଆର୍ କନେଷ୍ଟବଳ ସୁମିତ ରଥ ଙ୍କୁ ଆଜିର ମୁଖ୍ୟ ଅତିଥି ଏସପି ଶ୍ରୀ ଶ୍ରିମାଲ ଙ୍କ ଦ୍ବାରା ମାନପତ୍ର ଫୁଲ ତୋଡା ଓ ଉପ ଢୌକାନ ପ୍ରଦାନ୍ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ଜିଲ୍ଲା ପୋଲିସ୍ ର ପ୍ୟାରେଡ କମାଣ୍ଡର ଭାବେ ପ୍ୟାରେଡ ର ପରିଚାଳନା କରିଥିବା ବେଳେ ଜିଲ୍ଲା ପୋଲିସର ପାଞ୍ଚ ପ୍ଲାଟୁନ ଆରକ୍ଷୀ ବାହିନୀ ର ମିଳିତ ପ୍ୟାରେଡ ରେ ଭାଗ ନେଇଥିଲେ। ଡି ଏସ ପି ଚନ୍ଦ୍ର ଶେଖର ଶବର ସମ୍ବର୍ଦ୍ଧନା ସଭା ପରିଚାଳନl କରିଥିଲେ l ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକ, ଡି ଏସ ପି ଚନ୍ଦ୍ର ଶେଖର ଶବର, ରେଣୁକା ସୁନା, ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବି ଏମ୍ ପୂର ଏସ ଡି ପି ଓ ବାସୁଦେବ ଛତ୍ରିଆ, ସୋନପୁର ଥାନା ଅଧିକାରୀ ଲୋକ ନାଥ ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ । ଏହି ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶା ପୋଲିସ କଡ଼ା ପରିଶ୍ରମ କରିବା ସହିତ ଆପଣ ମାନଙ୍କ ଖୁବ୍ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ରଖିଛନ୍ତି l