-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
31-Mar-2024
ବୌଦ୍ଧ/ହରଭଙ୍ଗା (ଜୟା ନନ୍ଦ ମିଶ୍ର ): ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ପୁରୁଣାପାଣି ରେଳ ଷ୍ଟେସନ ଠାରୁ ଝାରମୁଣ୍ଡା ପର୍ଯ୍ୟନ୍ତ ପାଖାପାଖି ୨୫ କିଲୋମିଟର ଗୋଟିଏ ରେଳ ଇଞ୍ଜିନ ଇଷ୍ଟକୋଷ୍ଟ ରେଲୱେ ବିଭାଗ ପକ୍ଷରୁ ଟ୍ରାଏଲ ରନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l ଯାହାକୁ ନେଇ ଜିଲ୍ଲା ବାସୀଙ୍କ ମଧ୍ୟରେ ଆହୁରି ଗୋଟାଏ ପ୍ରକାର ଖୁସିର ଲହରୀ ଖେଳିଯାଇଛି l ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସୋନପୁର ଠାରୁ ତେଲନଦୀ ବ୍ରିଜ ଉପର ଦେଇ ପୁରୁଣାପାଣି ଷ୍ଟେସନ ପର୍ଯ୍ୟନ୍ତ ଆସିଥିବା ବେଳେ ଆଜି ସଫଳତା ସହ ପାଖାପାଖି ୨୫ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି ।ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ବୌଦ୍ଧ ସହରର ମୁଖ୍ୟ ଷ୍ଟେସନ ପର୍ଯ୍ୟନ୍ତ ଗଡିବ ଟ୍ରେନ ନେଇ ରେଲ ବିଭାଗ ପକ୍ଷରୁ ସୂଚନା ମିଳିଛି l