-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
30-Mar-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪-୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂଘ ର ମୋଟ୍ ୫୬୭ ସଭ୍ଯ ରୁ ୪୩୩ ଜଣ ସଭ୍ଯ ଭୋଟ୍ ଦେଇଥିଲେ l ଓକିଲ ସଂଘର ସଭପତି ଭାବରେ ତୃତୀୟ ଥର ପାଇଁ ଅମରେଶ କୁମାର ତ୍ରିପାଠୀ ୨୨୧ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବlସୁ ରଥ ୧୯୭ ଖଣ୍ଡ ଭୋଟ ପାଇଥିଲେ l ପ୍ରମୋଦ କୁମାର ବହିଦାର ୧୮୪ ଟି ଭୋଟ୍ ପାଇ ସମ୍ପାଦକ
ଭାବରେ ନିର୍ବାଚିତ ହୋଇଛନ୍ତି l ଯୁଗ୍ମ ସମ୍ପାଦକ ଭାବେ ଶତୃଜିତ ସାହୁ ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ସରୋଜ କୁମାର ଗୁପ୍ତା, କୋଷାଧ୍ୟକ୍ଷ ଭାବେ ସମୀର ମିଶ୍ର ନିର୍ଦ୍ଵନ୍ଦରେ ମନୋନୀତ ହୋଇଛନ୍ତି l
କାର୍ଯ୍ୟକାରୀ କମିଟିକୁ ସୌମ୍ୟ ରଞ୍ଜନ ପଣ୍ଡା, ଦୀନେଶ ନାଗ , ଶିବ ଦ୍ଵିବେଦୀ, ଦିଲୀପ ବିଶି , ଅସିତ୍ ଷଡଙ୍ଗୀ , ଏସ୍ ଶ୍ରୀନିବାସ
ରାଓ, ଆର୍ତ୍ତତ୍ରାଣ ପୁରୋହିତ, ସନ୍ତୋଷ ପାଣିଗ୍ରାହୀ, ରଶ୍ମି ପଣ୍ଡା ମନୋନୀତ ହୋଇଛନ୍ତି l ଆଜିର ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ନିର୍ବାଚନ ପରିଚାଳନାରେ ଆଶିଷ ପାଢୀ , ରଶ୍ମୀ ପଣ୍ଡା , ସୁଭ୍ରାଂଶୁ ବଗର୍ତ୍ତୀ , ବିବେକାନନ୍ଦ ମିଶ୍ର , ବ୍ରଜମୋହନ ମିଶ୍ର, ସୁରେନ୍ଦ୍ର ମିଶ୍ର, ଜିତେନ୍ଦ୍ର ପୁରୋହିତ, ପ୍ରମୁଖ ସହଯୋଗ କରିଥିଲେ l