-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
28-Mar-2024
ବଲାଙ୍ଗିର/ସଇଁତଳା (ପ୍ରେରଣା ଖବର ): ନିର୍ବାଚନ ପୂର୍ବରୁ ବଲାଙ୍ଗିର କଂଗ୍ରେସ କୁ ଲାଗିଛି ଏକ ବଡ ଝଟକା l ଡିଷ୍ଟ୍ରିକ୍ଟ କଂଗ୍ରେସ କମିଟି ର ସଭାପତି ତଥା ଆଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏ ଆଇ ସି ସି ) ସଦସ୍ୟ ପଦବୀରୁ ଆଜି ସଇଁତଳା ର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ଇସ୍ତଫା ଦେଇଛନ୍ତି l ନିଜର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଜରିଆରେ ସେ ଏ ଆଇ ସି ସି ପ୍ରେସିଡେଣ୍ଟ ମଲ୍ଲିକାର୍ଜୁନ ଖର୍ଗେ ଙ୍କୁ ପଠାଇବା ସହ ସେ ଦୀର୍ଘ ୩୮ ବର୍ଷ କାଳ ଜଣେ ନିଷ୍ଠାପର କର୍ମୀ ଭାବରେ କଂଗ୍ରେସ ଦଳରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ପାଇଥିବାରୁ ଦଳକୁ ନିଜର କୃତଜ୍ଞତା ଜଣାଇଛନ୍ତି l ତେବେ ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଦଳ ଛାଡିବା ପରେ ତାଙ୍କର ଆଗାମୀ ରଣନୀତି କଣ ରହିବ ତାହାକୁ ସମସ୍ତଙ୍କ ଅପେକ୍ଷା l