-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
28-Mar-2024
ହରଭଙ୍ଗା(ଜୟାନନ୍ଦ ମିଶ୍ର ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲାପାଳ ଜେ.ସୋନାଲ। ସେଠାରେ ରହୁଥିବା ୨୬ଟି ଆଦିବାସୀ ପରିବାର ଲୋକଙ୍କ ସହିତ ଜିଲାପାଳ ସିଧାସଳଖ କଥାବାର୍ତ୍ତା ହେବା ସହ ସେମାନଙ୍କ ଜୀବନ,ଜୀବିକା ବିଷୟରେ ଆଲୋଚନା କରିଥିଲେ। ସଠିକ ସମୟରେ ଭତ୍ତl, ଚାଉଳ ଇତ୍ୟାଦି ସରକାରୀ ସହାୟତା ମିଳୁଛି କି ନାହିଁ ସେ ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ। ଏହା କାମଧନ୍ଦା ପାଇଁ ମନରେଗା ଯୋଜନାରେ ଲୋକଙ୍କୁ କିପରି ସୁବିଧାରେ କାମ ଯୋଗାଇଦିଆଯାଇପାରିବ ସେ ଦିଗରେ ବିଡିଓଙ୍କୁ ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁରେ ଅଚଳ ଅବସ୍ଥାରେ ଥିବା ନଳକୂପଗୁଡିକ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମାରଡା ଗାଁ ରେ ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଥିଲେ ସୁଦ୍ଧା ଅନେକ ଲୋକଙ୍କ ଘରେ ଉପରେ କଳାପଲିଥିନ ଟଣା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କେତେ ଲୋକଙ୍କ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ସେ ବିଷୟରେ ଅନୁଧ୍ୟାନ ପାଇଁ ହରଭଙ୍ଗା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲାପାଳ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଦିନରୁ ଆଭ୍ୟନ୍ତରୀଣ ଅଂଚଳ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସିଧାସଳଖ ବୁଝୁଥିବା ଦେଖିବାକୁ ମିଳୁଛି। ଏଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ଦୁର୍ଗମ ଅଂଚଳ ଉପରେ ଫୋକସଥିବା ଦେଖିବାକୁ ମିଳିଛି। ଆଜିର ଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ଅନେକ ଅଧିକାରୀ ଉପସ୍ଥିତ ଥିଲେ l