-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
20-Mar-2024
ବଲାଙ୍ଗୀର,୨୦.୦୩.୨୪ - ଆସନ୍ତା ହୋଲି ପର୍ବ ପାଇଁ ବଲାଙ୍ଗିର ମାରୱାଡି ସମ୍ମିଳନ ଓ ମାରୱାଡି ଯୁବା ମଂଚ ତରଫରୁ ୨୩ ମାର୍ଚ୍ଚରେ ନଟରାଜ ପେଲେସ ରେ ହାସ୍ୟ କବି ସମ୍ମିଳନୀ ହେବାକୁ ଯାଉଛି । ଏହି କବି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ କବି, କବିୟତ୍ରୀ ଯୋଗ ଦେଇ ହାସ୍ୟ କବି ସମ୍ମିଳନୀକୁ ଉର୍କତ୍ସିତ କରିବେ । ଇନ୍ଦୋରର ଜାନି ବୈରାଗି, ଦିଲ୍ଲୀର ସରଦାର ମନଜିତ ସିଂହ, ମଧ୍ୟପ୍ରଦେଶ ନିମଚ୍ଚ ର ଡା. ପ୍ରେରଣା ଠାକରେ, ଇନ୍ଦୋରର ଅତୁଲ ଜ୍ୱାଲା, ଛତିଶଗଡର ରାୟପୁର ଅଜୟ ଅଟ୍ଟପଟୁ, ରାଜସ୍ଥାନ କୋଟାର ଅର୍ଜୁନ ଅହ୍ଲଡ ଆଦି କବି ଓ କବିୟତ୍ରୀ ଯୋଗ ଦେବାର ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଛି । କାର୍ଯ୍ୟକ୍ରମକୁ ମାରୱାଡି ସମ୍ମିଳନୀର ସଭାପତି ଇଂ.ମନୋଜ ଜୈନ, ମାରୱାଡି ଯୁବ ମଂଚର ସଭାପତି ରିତେଶ ଅଗ୍ରୱାଲା, ଉପ-ସଭାପତି ସଂଜୟ ଅଗ୍ରୱାଲା, ବିକାଶ ବଂଶଲ, ରବି କୁମାର ଅଗ୍ରୱାଲା, ନିଲେଶ କୁମାର ଅଗ୍ରୱାଲା, ନରେଶ କୁମାର ଅଗ୍ରୱାଲ, ଆଶିଷ ଚୈାଧୁରି, ଅମିତ ଚୈାଧୁରି, ଶୈଳେସ ଜୈନ ପ୍ରମୁଖ ପରିଚାଳନା କରୁଛନ୍ତି ।