-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
18-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତର ବ୍ରାହ୍ମଣି ବିଜୟ କଳା ମଣ୍ଡପଠାରେ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ଓ ଲୋକ ମହୋତ୍ସବ ଆଜି ଉତଘାଟିତ ହୋଇଛି l ଏହି ଅବସରେ ଅପରାହ୍ନ ରେ ଏକ ମଶାଲ ଶୋଭାଯାତ୍ରl ଅନୁଷ୍ଠିତ ହୋଇଥିଲା l ମଶାଲ ଶୋଭାଯାତ୍ରା ରେ ମହିଳା ସଂକୀର୍ତନ୍ୟ ସହ ପରଭା ନୃତ୍ୟ, ଝାଳିଆ ଶବର ନୃତ୍ୟ ସହ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା l ଉତଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ମହାକୁଡ଼ ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ,ନାଟ୍ୟକାର ହରିହର ପ୍ରଧାନ, ଶିକ୍ଷାବିତ ସତ୍ୟବାନ ବସ୍ତିଆ, ସରକାରୀ ଓକିଲ ରାଧା ବଲ୍ଲଭ ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ରଞ୍ଜନ କୁମାର ପାତ୍ର ପରିଚାଳନା କରିଥିବା ବେଳେ ବାମାନ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ lସୁରେନ୍ଦ୍ର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ lଉତଘାଟନି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାର କଲାକାରଙ୍କ ନାଚ ଗୀତରେ ଦୁଲୁକି ଉଠିଥିଲା ମଞ୍ଚ lଲୋକକଳା ଲୋକ ସଂସ୍କୃତି ପୁନଃରୁଦ୍ଧାର ଉଦେଶ୍ୟରେ ଦୀର୍ଘ ପାଞ୍ଚ ବର୍ଷ ହେଲା ଏହି ମହୋତ୍ସବ ଆୟୋଜିତ ହେଉଛି l ଅନୁଷ୍ଠାନର ସଭାପତି ଅର୍ଜୁନ ପ୍ରଧାନ, ସମ୍ପାଦକ ନେପାଳ ପାଳିଆ ସମେତ ସମସ୍ତ କର୍ମକର୍ତା ସକ୍ରିୟ ସହଯୋଗ କରିଥିଲେ l