-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଜିଲ୍ଲା

ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ ଦଳିତନେତା ଦ୍ରୋଣ କୁମ୍ଭାର ଓ ବେବି କୁମ୍ଭାର

17-Mar-2024



ବଲାଙ୍ଗିର,-ବଲାଙ୍ଗୀର ସହରର ଜଣାଶୁଣା ଚେହେରା ତଥା ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କ ବିଜେଡିକୁ ଘରବାହୁଡା ହୋଇଛି । ଆଜି ଦ୍ରୋଣ କୁମ୍ଭାର ଓ ତାଙ୍କ ପତ୍ନୀ ବେବି କୁମ୍ଭାର ତାଙ୍କର ୨୦୦ସମର୍ଥକଙ୍କ ସହ ବିଜେଡିଦଳରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ,କଳିକେଶନାରାୟଣ ସିଂଦେଓଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଆଜି ସେ ବିଜେଡିରେ ଯୋଗଦେଇଥିବା ଦ୍ରୋଣ କହିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଶୈଳଶ୍ରୀ ପ୍ୟାଲେସରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଶୈଳଶ୍ରୀ ପ୍ୟାଲେସଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କଳିକେଶ ସମସ୍ତଙ୍କ ବିଜେଡିଉତ୍ତରିୟ ଓ ଫୁଲମାଳ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଅନଙ୍ଗଉଦୟ ସିଂଦେଓ,କଳିକେଶନାରାୟଣ ସିଂଦେଓ,ବରିଷ୍ଠନେତା ପାଣ୍ଡବଚନ୍ଦ୍ର କୁମ୍ଭାର ପ୍ରମୁଖ ମଞ୍ଚାସୀନ ରହିଥିଲେ । ପାଣ୍ଡବ କୁମ୍ଭାର ତାଙ୍କ ବକ୍ତବ୍ୟରେ କହିଲେ ଯେ,ଆଜି ରାଜ୍ୟରେ ନବୀନ ସରକାର ଦଳିତସମାଜକୁ ପ୍ରଧାନ୍ୟ ଦେଉଛନ୍ତି । ରାଜ୍ୟରେ ବିକାଶରେ ଦଳିତମାନଙ୍କର ମଧ୍ୟ ଅବଦାନ ରହିଆସିଛି । ଏବେ କଳିକେଶ ବାବୁଙ୍କ ନେତୃତ୍ୱରେ ବଲାଙ୍ଗୀରର ବିକାଶ ହେଉଛି ବୋଲି କହି କର୍ମିଙ୍କୁ ଉତ୍ସାହିତ କରିଥିଲେ ।

ଶେଷରେ ମନୋଜ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ପ୍ରକାଶ ଯେ,ଦ୍ରୋଣ କୁମ୍ଭାର ଗତ ୨୦୧୯ ନିର୍ବାଚନରେ ଲୋଇସିଂହା ସଂରକ୍ଷିତ ଆସନରୁ ବିଏସପିଦଳରୁ ବିଧାୟକ ପ୍ରାର୍ଥି ହୋଇଥିଲେ । ସେ ବିଏସପି ଦଳର ଜିଲ୍ଲା ସଭାପତି ମଧ୍ୟ ରହିଥିଲେ । ଜିଲ୍ଲାର ଅନେକଗୁଡିକଏ ଦଳିତଙ୍କୁ ନ୍ୟାୟ ଆନ୍ଦୋଳନରେ ସେ ସକ୍ରୀୟ ରହିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋଚାଳକସଂଘ,ମେହେନ୍ତରସଂଘର ମଧ୍ୟ ସଭାପତି ରହିଛନ୍ତି । ତେଣୁ ବିଜେଡିରେ ତାଙ୍କର ଯୋଗଦାନ ପରେ ୧୭ନମ୍ବର ୱାର୍ଡ ସମେତ ସହରର ଅନେକଗୁଡିଏ ଅଞ୍ଚଳରେ ବିଜେଡିଦଳ ମଜବୁତ ହେବ ବୋଲି କୁହାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like