-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ରାଜନୀତି

ସରକାର ଓ ବିରୋଧୀଙ୍କ ସମ୍ପର୍କ ଅତି ମଧୁର କିନ୍ତୁ ଉଭୟ ଦଳୀୟ ଲୋକଙ୍କ ସମ୍ପର୍କ ଭାଇବୋହୁ ଦେଢଶୁର

17-Mar-2024



ଭୁବନେଶ୍ବର (ମଧୁସ୍ମିତା ତ୍ରିପାଠୀ ): ନିର୍ବାଚନ ଯେତିକି ପାଖେଇ ଆସୁଛି  ତତସହିତ ନିର୍ବାଚନ ମାହୋଲ ସେତିକି ସରଗରମ ହେଉଛି |ନିଜ ନିଜର ଦଳ ପାଇଁ ରାଲି ହେଉ କିମ୍ବା ଲୋକ କିଣିବାକୁ ତତ୍ପରତା ବଢ଼ି ବଢ଼ି ଯାଉଛି | ଏଠି ପ୍ରତ୍ୟେକ  ଦଳର ଲୋକଙ୍କ ମଧ୍ୟରେ ଶତ୍ରୁତା ମଧ୍ୟ ଗୋଟେ ପ୍ରକାର ଦେଖାଦେଉଛି  | ବନ୍ଧୁ ହେଉ ଭାଇ ହେଉ କିମ୍ବା ସମ୍ପର୍କୀୟ ବ୍ୟକ୍ତି ଦଳକୁ ନେଇ ବଢୁଛି ଯୁକ୍ତି, ଦେଖାଦେଉଛି ବିବାଦ, ସୃଷ୍ଟି ହେଉଛି କଳହ ଏବଂ ଏହାକୁ କେନ୍ଦ୍ର କରି ଅନେକ ସମୟରେ ଭୟଙ୍କର ଗଣ୍ଡଗୋଳ ହତ୍ୟା ମଧ୍ୟ ଘଟୁଛି l ଲୋକେ ବୁଝିପାରୁନାହାନ୍ତି ଏଠି ସରକାର ଓ ବିରୋଧୀଙ୍କର ସ୍ୱାମୀ ସ୍ତ୍ରୀ ର ମଧୁର ସମ୍ପର୍କ | ବାହାରେ ଦେଖାନ୍ତି ସେମାନଙ୍କ ସମ୍ପର୍କ ଅହି ନକୁଳ ପରି କିନ୍ତୁ ବାସ୍ତବରେ ସେମାନଙ୍କ ମଧ୍ୟରେ ପ୍ରେମ ଅତି ନିବିଡ଼ | କିନ୍ତୁ ଲୋକେ ଏଠି ଦଳ ଦଳ ମଧ୍ୟରେ ବିରାଟ ଦୁର୍ଗ ନିର୍ମାଣ କରି ଏବେଠାରୁ ହିଁ ଭାଇବୋହୁ ଦେଢଶୁର ପରି ରହିଲେଣି | ନିର୍ବାଚନ ସରିଯିବ ମାହୋଲ ଥଣ୍ଡା ହେଲା ପରେ ଉଭୟ ଦଳ ଦୁଇ ସମୁଦୀ ପରି କୋଳାଗତ ହେବେ, ଆପଣଙ୍କୁ କଣ ଲାଭ ମିଳିବ ? ନିର୍ବାଚନ ଗୋଟେ ପ୍ରକ୍ରିୟା, ମାତ୍ର ଯାହାକି ସରକାର ଗଢିବା ରେ ସହାୟତା ଏବଂ ଭୋଟଦାନ ଗୋଟେ ସ୍ୱାଧୀନତା ଯାହା ଦ୍ୱାରା ଆପଣଙ୍କ ହିସାବରେ ମତ ଦେଇପାରିବେ | ଯାହାକୁ ଯେଉଁ ଦଳ ର ପ୍ରାଥୀ ଯୋଗ୍ୟ ମନେ ହେବେ ସେ ତାଙ୍କୁ ଭୋଟ ଦେବେ |ଏହା ଏକ ସାଧାରଣ ପ୍ରକ୍ରିୟା ମାତ୍ର ଏହାକୁ ଗୁରୁତର ସହ ନେଇ ନିଜ ନିଜ ମଧ୍ୟରେ ଶତ୍ରୁତା ଆଚରଣ ମୂର୍ଖତା ମାତ୍ର |ନିର୍ବାଚନ ପୂର୍ବରୁ ଆସର ଜମେ ଭୋଜି କରିବାରେ |ଆପଣ ଜାଣିଛନ୍ତି ନିର୍ବାଚନ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ କିଏ ଥାଏ? ଭାବୁଥିବେ ନିଶ୍ଚୟ ପ୍ରତ୍ୟେକ ଦଳର ପାର୍ଥୀ l ନା ବିଲକୁଲ ନୁହେଁ , ଗାଁ ର କୁଜିନେତାମାନେ |ପାର୍ଥୀ ଠାରୁ ପଇସା ଖସେଇ ଭୋଜିଭାତ ମଟନ କରି ମଦ ରେ ଗଡି ସେଥିରେ ନିରୀହ ଲୋକଙ୍କୁ ଫସେଇ ଭୋଟ ଆଦାୟ କରିବା ସେମାନଙ୍କ କାମ | ଆଜ୍ଞା !  କହିଲେ କୂଳକୁ ଲାଜ, ନକହିଲେ କୁଳ ଭାସି ଯାଉଛି ଭଳି ଆମ ଜନସାଧାରଣ କଣ କମ କି ! ଟଙ୍କା ପାଞ୍ଚ ଶହ କି ହଜାର ପାଇଁ ଅରାମ ରେ ଯେଉଁ ଦଳର ଲୋକ ଅଧିକ ପଇସା ଦେଲା ତାକୁ ହିଁ ଭୋଟ ଦେବେ | ବୁଝିପାରୁନାହାନ୍ତି କି ଯେଉଁ ପାର୍ଥୀ କିମ୍ବା ତାଙ୍କ ଚେଲା ତମ ପଛରେ ଏତେ ପଡିଛନ୍ତି ସେମାନେ ନିର୍ବାଚନ ସରିଲା ପରେ ତମକୁ ଆଉ ଚିହ୍ନି ପାରିବେନି | ଆଉ ଆପଣଙ୍କ ସମସ୍ୟା ଦୂରରେ ଥାଉ ଆପଣଙ୍କ ସହ କଥା ହବାକୁ ବି ସମୟ ହେବନି ବାବୁମାନଙ୍କୁ | ଭାବୁଛ କି  କେତେବେଳେ ଦେଖାହବ ଠିକ ୫ ବର୍ଷ ପରେ ପୁଣି ସେଇ ନିର୍ବାଚନ ସମୟରେ ନୂଆ ଆଶା ଆଉ ଭରସା ନେଇ ଆପଣଙ୍କ ନିକଟରେ ପହଞ୍ଚି ଯିବେ |ଆଉ ଅନେକ ଲୋକ ଦଳ କୁ ପ୍ରାଧାନ୍ୟ ଦିଅନ୍ତି କି ସେ ଯେଉଁ ଦଳର ସେହି ଦଳର ପାର୍ଥୀ ଯିଏ ଛିଡା ହେବେ ଭୋଟ ତାଙ୍କୁ ହିଁ ଦେବେ  ପରନ୍ତୁ ଦଳ ଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ପାର୍ଥୀଙ୍କ ବ୍ୟକ୍ତିତ୍ୱ | ଯଦି ପାର୍ଥୀ ଆପଣକୁ ସଠିକ ଲାଗୁନି ତେବେ ଆପଣ ଅନ୍ୟ ଦଳର ପାର୍ଥୀଙ୍କୁ ଚୟନ କରିପାରିବେ | ଯେଉଁ ବିରାଟ ଦାୟିତ୍ୱ ଜନସାଧାରଣଙ୍କ ନିକଟରେ ଦିଆଯାଇଛି ତାହା କୌଣସି ଛୋଟ କାମ ନୁହେଁ କାରଣ ଆପଣଙ୍କ ଛୋଟ ଭୁଲ ନିଷ୍ପତି ରାଜ୍ୟର ଭବିଷ୍ୟତକୁ ଅନ୍ଧାରକୁ ନେଇଯାଇପାରେ | ନିର୍ବାଚନ ହେଉଛି ସେହି ଘଡିସନ୍ଧି ମୁହୂର୍ତ ଯେଉଁ ସମୟରେ ଆପଣଙ୍କ ସଠିକ ମତାମତ ର ଆବଶ୍ୟକ ଅତ୍ୟନ୍ତ ଜରୁରୀ | ଲୋଭଶକ୍ତ କରି ଭୋଟ ନବାକୁ ପ୍ରୟାସ ତ ସମସ୍ତେ କରିବେ ପରନ୍ତୁ ଆପଣଙ୍କ ନିଷ୍ପତି ନିଜ ସ୍ୱାର୍ଥ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ଦୁର୍ନୀତି ପାଇଁ ନେବାକୁ ପଡିବ | ଆଉ ଯେଉଁ ବ୍ୟକ୍ତି କିଛି ଟଙ୍କା ପାଇଁ ଭୋଟ ବିକ୍ରି କରନ୍ତି ହୁଏତ ସେମାନେ ଜାଣନ୍ତି ନି କି ଗୋଟେ ଭୋଟ ର ମୂଲ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କାର ମୂଲ୍ୟଠାରୁ ବି ବହୁତ ବେଶୀ |ଏଣୁ ସତର୍କ ହୁଅନ୍ତୁ ଦଳ ନୁହେଁ ପାର୍ଥୀ ଚୟନ କରନ୍ତୁ | ଭଲ ଦଳକୁ ନେଇ ପାର୍ଥୀ ନୁହେଁ ବରଂ ଭଲ ପାର୍ଥୀ କୁ ନେଇ ଭଲ ଦଳ ଗଠିତ ହୋଇଥାଏ |ଆପଣଙ୍କ ନିଷ୍ପତି ଆପଣଙ୍କ ଉନ୍ନତି ର ପଥ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like