-+91-9937148622 |
prerana_bgr@rediffmail.com |
Thursday 14th November 2024 |
R.N.I. Regd No. ODIODI/2010/46693
Breaking News
17-Mar-2024
ତରଭା(କପିଳାସ ସେଠ): ତରଭା ନିକଟସ୍ଥ ସରଗଜଗ୍ରାମ ରେ ବିଶ୍ୱ ଶାନ୍ତିଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ପାଇଁ ଆଜି ଦିନ ୨ ଟା ରେ ତରଭା ଅଭିନ୍ନ ଦାରୁବ୍ରହ୍ମ ଜଗନ୍ନାଥ ମହା ପ୍ରଭୁ ଙ୍କ ଠାରୁ ନେତୃତ୍ୱ ନେଇ ଥିବା ପଣ୍ଡିତ, ଶତାଧିକ ମହିଳା ଓ ଆୟୋଜୋକ କର୍ମକର୍ତା ବିରାଟ ଶୋଭାଯାତ୍ରା ଆସି ତରଭା ସହର ଦୁଇ ମୁଖ୍ୟ ରାସ୍ତା ପରିକ୍ରମା କରି ମହାଯଜ୍ଞ ପାଇଁ ଆଜ୍ଞା ମାଳ ନିଆଯାଇଥିଲା I ନିବୃତ୍ତି ଯୋର କୂଳରେ ସରଗଜ ଗ୍ରାମର ପୁର୍ବ ଜନବସତି ପଦର ଠାରେ ନ ଦିନ ବ୍ୟାପି ବିଶ୍ୱ ଶାନ୍ତି ଶ୍ରୀ ଶ୍ରୀ ବିଷ୍ଣୁ ମହା ଯଜ୍ଞ, ଅଖଣ୍ଡ ନାମ ସଂକୀର୍ତନ୍ୟ, ଜପ ଯଜ୍ଞଶ୍ରୀମଦଭାଗବତପରାୟଣ, ପ୍ରବଚନ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ
ହେବ I ଏଥି ପାଇଁ ଶ୍ରୀ ଶ୍ରୀ ବିଷ୍ଣୁ ମହା ଯଜ୍ଞ କମିଟି ଓ ସରଗଜ ଗ୍ରାମ ବାସୀ ବୃନ୍ଦ ଶତାଧିକ ମହିଳାଙ୍କ ସହ ପଣ୍ଡିତ ମହାଦେବ ମିଶ୍ର, ଯଜ୍ଞ ଆଚାର୍ଯ୍ୟ ପଣ୍ଡିତ ବୈରାଗୀ ଚରଣ ଆଚାର୍ଯ୍ୟ, ପୁରୀ ରାମଜୀ ମଠାଧୀଶ ପଣ୍ଡିତ ବଂଶୀଧର ମହାପାତ୍ର, ବଲାଙ୍ଗୀର ଖୁଜେନ ପାଳି ମଠ ମହନ୍ତ ସତ୍ୟ ପରମାନନ୍ଦ ସରସ୍ବତୀ, ସତ୍ୟ ପ୍ରେମାନନ୍ଦ ସରସ୍ବତୀ, ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ କର୍ତ୍ତା ସୁଧିରେନ୍ଦ୍ର ମିଶ୍ର, ଗୀତାଞ୍ଜଳି ମିଶ୍ର, ସୁଶାନ୍ତ କୁମାର ମିଶ୍ର, ଅନିତା ମହାପାତ୍ର, ଏବଂ ବୁଦ୍ଧ ଦେବ ମିଶ୍ର, ପ୍ରିତୀମୟୀ ତ୍ରିପାଠୀ ପ୍ରମୁଖ ଦୀର୍ଘ ଏଗାର କିଲୋମିଟର ରାସ୍ତା ଶୋଭାଯାତ୍ରା ହୋଇ ଥିଲା I ଯଜ୍ଞ ପାଇଁ ନିବୃତ୍ତି ଯୋର ର ଦେଓଗାଁ ଘାଟ ଠାରୁ କର୍ତ୍ତା ଓ ମହିଳାଙ୍କ ଦ୍ୱାରା ପୂର୍ଣ କଳସ ଧାରଣ କରି ସରଗଜ ଗ୍ରାମ ରେ ଶୋଭାଯାତ୍ରା ମାଧ୍ୟମରେ ଯଜ୍ଞ ସ୍ଥାନରେ ସ୍ଥାପନ କରାଯାଇଥିଲା I ସମସ୍ତ କାର୍ଯ୍ୟରେ ସରଗଜ ଗ୍ରାମବାସୀ ସହଯୋଗ କରିଛନ୍ତି I