-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
12-Mar-2024
ବଲାଙ୍ଗୀର(ପ୍ରେରଣା ଖବର): ଗତ ମାର୍ଚ୍ଚ ୭ ତରିଖ ଦିନ ଦେଓଗାଁ ବ୍ଳକ ପଲାସଖଣ୍ଡ ଗାଁ ରେ ଘଟିଥିବା ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ଏଥିରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନାରୁ ପ୍ରକଶ ଯେ, ଗତ ମାର୍ଚ୍ଚ ୭ ତରିଖ ଦିନ ୧୨ଟା ସମୟରେ ପଲାସଖଣ୍ଡ ଗାଁ ର ସମର୍ପଣ ଫାଇନାନ୍ସ ରେ ଏବିଏମ୍ ଭାବରେ କାର୍ଯ୍ୟରତ ସୀତାରାମ ବାଗଙ୍କୁ ଭୟଭୀତ କରାଇ କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଠାରୁ ୬୨ହଜାର ୬୧ଠ ଟଙ୍କା ଲୁଟ୍ କରିଥିଲେ । ଏହି ଡକାୟତି ଘଟଣା ପରେ ସଂପୃକ୍ତ ଡକାୟତ ମାନଙ୍କୁ ଧରିବା ପାଇଁ ଉଭୟ ଦେଓଗାଁ ଓ ବଲାଙ୍ଗୀର ପୋଲିସ ତନାଘନା ଆରମ୍ଭ କରିଥିଲା । ବଲାଙ୍ଗୀର ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ଦେଓଗାଁ ଆଇଆଇସି ଏଚ୍.ବି ଗଡତ୍ୟା ଓ ସଦର ଏସ୍ଡିପିଓ ଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଦୀପକ ଡୁଙ୍ଗଡୁଙ୍ଗ ଓ ଏଏସ୍ଆଇ ଏସ୍ . ଦୋରାଙ୍କୁ ନେଇ ଗଠିତ ଟିମ୍ ଡକାୟତ ମାନଙ୍କୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଖୋଜାଖୋଜି କରୁଥିଲା । ତେବେ ଆଜି ଡକାୟତି ଘଟଣାରେ ସଂପୃକ୍ତ ୪ଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଦେଓଗାଁ ଥାନା ଅନ୍ତର୍ଗତ ପଲାସଖଣ୍ଡ ଗାଁ ର ଶ୍ରୀକାନ୍ତ ଘିବେଲା(୨୨) ଓ ବନୀଲ ନନ୍ଦ(୨ଠ) ସଇଁନ୍ତଳା ଥାନା ଘୁନସର ଗାଁ ର ରାହୁଲ ଭୋଇ(୨୧) ଓ ସଇଁନ୍ତଳାର ଶିବୁ ଓରଫ୍ ଧବଳେଶ୍ୱର ସା ଙ୍କୁ ପୋଲିସ ଗିରଫ କରିଛି । ଆଜି ବଲାଙ୍ଗୀର ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ୪ ଡକାୟତଙ୍କୁ ହାଜର କରାଯାଇଛି । ଏଥିସହ ଏମାନଙ୍କ ଠାରୁ ୪ଠ ହଜାର ଟଙ୍କା, ଗୋଟିଏ ଲାଲ ରଙ୍ଗର ଆପାଚି ବାଇକ୍ , ଲାଲ ରଙ୍ଗର ହିରୋ ଡିଲକ୍ସ ବାଇକ୍, ଗୋଟଏ ଛୁରୀ ଓ ୪ ଟି ବିଭିନ୍ନ କଂପାନୀର ମୋବାଇଲ ଜବତ୍ କରିଛି ପୋଲିସ । ଏହି ୪ଜଣ ଯୁବକ ଏହା ପୂର୍ବରୁ ତୁଷୁରା ଥାନା ଲଣ୍ଡା ପଥର ଗାଁ ରେ ହୋଇଥିବା ୩୫ହଜାର ଟଙ୍କା ଲୁଟ୍ ଘଟଣା ଓ ଖଜୁର ପଡା ଗାଁ ରେ ହୋଇଥିବା ୩ଠହଜାର ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଦେଓଗାଁ ପିଏସ୍ କେଶ ନମ୍ବର ୫ଠ, ଦଫା ୩୯୨ ଆଇପିସିରେ ୪ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ ।