-+91-9937148622 |

prerana_bgr@rediffmail.com |

  Tuesday 28th May 2024 |

| | | |

R.N.I. Regd No. ODIODI/2010/46693

Breaking News

ପୁଣି ମଣିଷ ଖାଇଲା ବିଜୁ ଏକ୍ସପ୍ରେସ ୱେ , ହେଲପର ଆହତ ଡ୍ରାଇଭର ମୃତ   (28-May-2024)       ||      ଲୁପ୍ତ ହେବାକୁ ବସିଲାଣି ଗ୍ରାମାଞ୍ଚଳରେ ଶଗଡ଼ ଗାଡି |   (28-May-2024)       ||      କନ୍ଧମାଳ : ଗରିବ ଅସହାୟ ମାନଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..ଭିନ୍ନକ୍ଷମଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପ୍ରଦାନ   (28-May-2024)       ||      ଟିଟିଲାଗଡ ଦୋକାନ ପୋଡ଼ି ଘଟଣା ରେ ଜଣେ ଗିରଫ    (28-May-2024)       ||      ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*- *ସମାଜ ରେ ମାନବ ବାଦ୍ ର ପ୍ରତିଷ୍ଠା ଲକ୍ଷ୍ୟ ହେବା ଉଚିତ*- ମୁଖ୍ୟ ଅତିଥି -   (28-May-2024)       ||      ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା   (27-May-2024)       ||      ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର   (27-May-2024)       ||      ସ୍ୱର୍ଗୀୟା ବିନୋଦିନୀ ପାଣିଗ୍ରାହି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଥଣ୍ଡା ସର୍ବତ ବଣ୍ଟନ   (27-May-2024)       ||      ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି   (27-May-2024)       ||      ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ପାଟଣାଗଡ଼ ରେ ପ୍ରଥମ ଅନ୍ଵେଷା ଠାକୁର   (27-May-2024)       ||      ସୁବର୍ଣ୍ଣପୁର ପୋଲିସ୍ ପକ୍ଷ ରୁ ୩ କ୍ଵିଣ୍ଟାଲ ୭୫ କେଜି ଗଂଜେଇ ଜବତ, ସୋନପୁର ପୋଲିସ୍ ର ବଡ ସଫଳତା   (27-May-2024)       ||      ୪୨ ମୌଜା ବିକାଶ ପରିଷଦ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ଅଭିନନ୍ଦନ ଓ ସମ୍ୱର୍ଦ୍ଧନା   (27-May-2024)       ||      ବଲାଙ୍ଗୀର ଜିଲ୍ଲା ; ଯୁକ୍ତଦୁଇ ବିଜ୍ଞାନରେ ୮୧.୧୫%,କଳାରେ ୭୭.୬୬% ଓ ବାଣିଜ୍ୟରେ ୭୦.୨୩% ପାସ   (27-May-2024)       ||      ବଲାଙ୍ଗୀର ଜିଲ୍ଲାରେ ମାଟ୍ରୀକପରୀକ୍ଷା ରେଜଲ୍ଟ,୯୪.୩୯% ପାହାର   (27-May-2024)       ||      ଅଞ୍ଚଳବାସୀଙ୍କ ସ୍ୱପ୍ନସାକାର ହେଉଛି... ମେଣ୍ଡା ହାଇସ୍କୁଲ ଓ ଏମବିଆର କଲେଜ ରେଜଲ୍ଟରେ ଝିଅଙ୍କ କମାଲ    (27-May-2024)       ||      ଡାବୁଗାଁ ମା ଗୃହରେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ଗର୍ଭବତୀ ମହିଳାମାନେ   (27-May-2024)       ||      ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତିର ବୈଠକ,କଳାକାର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା ନେଇ ଉଦବେଗ    (27-May-2024)       ||      ଉଚ୍ଚନିଚ୍ଚ ପଥୁରିଆ ରାସ୍ତା ପାଇଁ ଯାତାୟତ ବାଧାପ୍ରାପ୍ତ    (27-May-2024)       ||      ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନର୍ଲା ହାଇସ୍କୁଲ ଛାତ୍ରୀ ଶୁଭ ଦର୍ଶିନୀ ବେରୁକ ବ୍ଲକ ଟ୍ଟପର   (26-May-2024)       ||      ଅବସର ପ୍ରାପ୍ତ ନ୍ୟାୟ ମୂର୍ତ୍ତୀ ଶ୍ରୀ ଚିତ୍ତ ରଞ୍ଜନ ଦାଶ ଙ୍କୁ ସୋନପୁର ଠାରେ ଭବ୍ୟ ସ୍ଵାଗତ   (26-May-2024)       ||     

HOME   ରାଜ୍ୟ

ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ, ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

11-Mar-2024



ଭୁବନେଶ୍ବର(ପ୍ରେରଣା ଖବର ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଓ ଖୋର୍ଦ୍ଧା ଜିଲ୍ଲା ଜଟଣି କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡିଶାର ଦୀର୍ଘତମ ସେତୁ, ରାକଡୋର- ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ  ସେତୁ ଓ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁ।

 ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ଦିଆଯାଇଥିବା ପ୍ରକଳ୍ପ ଗୁଡିକ ହେଲା – କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ,  ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ  ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟବିଶିଷ୍ଟ ସେତୁ ନିର୍ମାଣ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡିଶାର ଏକ ପ୍ରମୁଖ ପୀଠ ହେଉଛି  ହରିଶଙ୍କର। Integrated Development of Heritage and Monuments and Tourist destination ଯୋଜନାରେ ହୋଇଥିବା ଏହି ପୀଠର ରୂପାନ୍ତରଣ କାର୍ଯ୍ୟ ଏଠାକୁ ଆସୁଥିବା ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

ସେ ଆହୁରି ମଧ୍ୟ କହିଥିଲେ ଯେ ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ। ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। କଟକ ଜିଲ୍ଲାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଗାଦି ଓ ପୀଠ ଏବଂ ଖୋର୍ଦ୍ଧା ଜିଲ୍ଲାର ମା’ ଉଗ୍ରତାରା ପୀଠର ରୂପାନ୍ତରଣ ପାଇଁ ଆଜି ଭିତ୍ତି ଦିଆଗଲା। ଏହି ମହାନ ପୀଠ ଗୁଡିକର ବିକାଶ ଦ୍ୱାରା ଓଡିଆ ଜାତିର ଭାବଗତ ବନ୍ଧନ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। 

କେନ୍ଦୁଝରର ଯୋଡାଠାରେ ରାଜ୍ୟର ସବୁଠାରୁ ବଡ ଫ୍ଲାଏ ଓଭର, ଜଟଣିଠାରେ ରେଳ ଓଭରବ୍ରିଜ, ତେଲ ନଦୀ ଉପରେ ହାଇ ଲେଭଲ ସେତୁ, ମର୍ଯ୍ୟାକୁଦ ରାସ୍ତା ହାଇ ଲେଭଲ ସେତୁ ଏବଂ ଆଠମଲ୍ଲିକ-ଧଳପୁର ରାସ୍ତାରେ ସବୁଠାରୁ ବଡ ସେତୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଆମର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକାର ପାଇବେ। ଯୋଗାଯୋଗ ହେଉଛି ସମୃଦ୍ଧିର ଆଧାର ବୋଲି କହି 5T ଉପକ୍ରମରେ ଆଜି ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆସିଛି ଏବଂ ଏହା ବିକାଶର ମାର୍ଗକୁ ପ୍ରଶସ୍ତ କରିଛି ବୋଲି କହିଥିଲେ।

ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି କହି ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ଏହି ସହଯୋଗ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। 


5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ କମ୍ ସମୟ ମଧ୍ୟରେ ବାବା ହରିଶଙ୍କରଙ୍କ ପୀଠ ରୂପାନ୍ତରଣ କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ ହୋଇଛି। ଯୋଡାଠାରେ ଓଡିଶାର ଦୀର୍ଘତମ ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ ଏବଂ ନେମାଳବାସୀଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଅନୁରୋଧ ରକ୍ଷା କରିଛନ୍ତି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପୀଠର ଉନ୍ନତିକରଣ ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। 

କାର୍ଯ୍ୟକ୍ରମରେ, ବୌଦ୍ଧଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଖୋର୍ଦ୍ଧାଠାରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପାଟଣାଗଡଠାରେ ବିଧାୟକ ଶ୍ରୀ ସରୋଜ କୁମାର ମେହେର, ଚମ୍ପୁଆଠାରେ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହନ୍ତ, ନେମାଳଠାରେ ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ମାହାଙ୍ଗାଠାରେ ବିଧାୟକ ଶ୍ରୀ ପ୍ରତାପ ଜେନା, ଖୋର୍ଦ୍ଧାଠାରେ ଆମ ଓଡିଶା ନବୀନ ଓଡିଶା ସଂଯୋଜିକା ଶ୍ରୀମତୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର ଯୋଗଦେଇ କହିଥିଲେ ଯେ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥାନ୍ତି। ଓଡିଶାବାସୀ ଆଜି ଗର୍ବିତ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇ। ଯିଏ କି ଲୋକଙ୍କ ମତାମତ ଆଧାରରେ ଦିନରାତି ଓଡିଶାବାସୀଙ୍କ କଲ୍ୟାଣ ଚିନ୍ତା କରିଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତରଣକୁ ସମଗ୍ର ବିଶ୍ୱ ଦେଖୁଛି। ଓଡିଶାକୁ ଏକ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଏବଂ ଓଡିଶାବାସୀ କିଭଳି ଭଲରେ ରହିବେ ସେହି ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଇ.ଆଇ.ସି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନ୍ୟବାଦ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଣି ମଣିଷ ଖାଇଲା ବିଜୁ ଏକ୍ସପ୍ରେସ ୱେ , ହେଲପର ଆହତ ଡ୍ରାଇଭର ମୃତ   28-May-2024
  ଜିଲ୍ଲା  
ଲୁପ୍ତ ହେବାକୁ ବସିଲାଣି ଗ୍ରାମାଞ୍ଚଳରେ ଶଗଡ଼ ଗାଡି |   28-May-2024
  ଜିଲ୍ଲା  
କନ୍ଧମାଳ : ଗରିବ ଅସହାୟ ମାନଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..ଭିନ୍ନକ୍ଷମଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପ୍ରଦାନ   28-May-2024
  ଅପରାଧ  
ଟିଟିଲାଗଡ ଦୋକାନ ପୋଡ଼ି ଘଟଣା ରେ ଜଣେ ଗିରଫ   28-May-2024
  ଜିଲ୍ଲା  
ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*- *ସମାଜ ରେ ମାନବ ବାଦ୍ ର ପ୍ରତିଷ୍ଠା ଲକ୍ଷ୍ୟ ହେବା ଉଚିତ*- ମୁଖ୍ୟ ଅତିଥି -   28-May-2024
  ଜିଲ୍ଲା  
ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା   27-May-2024
  ରାଜନୀତି  
ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର   27-May-2024
  ଜିଲ୍ଲା  
ସ୍ୱର୍ଗୀୟା ବିନୋଦିନୀ ପାଣିଗ୍ରାହି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଥଣ୍ଡା ସର୍ବତ ବଣ୍ଟନ   27-May-2024
  ଜିଲ୍ଲା  
ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି   27-May-2024
  ଜିଲ୍ଲା  
ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ପାଟଣାଗଡ଼ ରେ ପ୍ରଥମ ଅନ୍ଵେଷା ଠାକୁର   27-May-2024
  ଜିଲ୍ଲା  
ସୁବର୍ଣ୍ଣପୁର ପୋଲିସ୍ ପକ୍ଷ ରୁ ୩ କ୍ଵିଣ୍ଟାଲ ୭୫ କେଜି ଗଂଜେଇ ଜବତ, ସୋନପୁର ପୋଲିସ୍ ର ବଡ ସଫଳତା   27-May-2024
  ଜିଲ୍ଲା  
୪୨ ମୌଜା ବିକାଶ ପରିଷଦ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ଅଭିନନ୍ଦନ ଓ ସମ୍ୱର୍ଦ୍ଧନା   27-May-2024

You Might Also Like