-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ଜିଲ୍ଲା

ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ 

02-Mar-2024



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି । ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା ।  ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି ।  

ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଅର୍ଡର ନଂ ୨୨୩୫ତା ୧୭.୧୧.୨୦୧୨ ଅନୁସାରେ ଖାଲିଥିବା ୧୩ ଗୋଟି ପଦବୀ ରେ ମାତ୍ର ୫ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ବେଳେ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ୨୮ ଜଣ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି । ତନ୍ମଧ୍ୟରୁ କେତେକ ପ୍ରାର୍ଥୀନି ୧୯୮୬ ମସିହାରୁ ୧୯୯୩ ମସିହା ମଧ୍ୟରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା ଜଣାପଡିଛି । ଏପରିକି ପଦୋନ୍ନତି ସମୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ବରିଷ୍ଠତା ଏବଂ ଉପଯୁକ୍ତ ପ୍ରାର୍ଥୀନି ଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କେବଳ ବରିଷ୍ଠତା କୁ ଗୁରୁତ୍ବ ଦିଆଯାଇ ଅନ୍ୟ ଦିଗ ଗୁଡିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି । ଯାହାଫଳରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମାନେ ବାଦ ପଡି ଯାଇଥିବା ଜଣାପଡିଛି । 
ଏହାବ୍ୟତୀତ ଯଦିଓ ୨୦୧୬ ମସିହାରେ ତିଆରି ହୋଇଥିବା ଗ୍ରେଡେସନ ତାଲିକା ଅନୁସାରେ କ୍ରମିକ ନଂ ୧ ରୁ ୧୮, ୨୦,୨୧,୩୧,୩୭,୩୮,୪୦,୧୧୧,୧୬୪ ଓ ୧୭୫ ନମ୍ବର ରେ ଥିବା ୨୮ ଜଣ ଅଙ୍ଗନଵାଡି କର୍ମୀ ଙ୍କୁ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି ତଦନୁସାରେ ୨୮ ନମ୍ବର ରେ ଥିବା ପ୍ରାର୍ଥୀନି ଙ୍କ ଗ୍ରେଡେସନ ତାଲିକା ଅନୁସାରେ ୧୭୫ ନମ୍ବର କୁ ଅନୁଧ୍ୟାନ କଲେ ସମ୍ପୃକ୍ତ  ଅଙ୍ଗନଵାଡି କର୍ମୀ ୧୨.୧୧.୧୯୯୨ ରେ ଯୋଗ ଦେଇଥିବା ବେଳେ ୧୯୯୯ ରେ ମାଟ୍ରିକ ପାଶ କରିଥିବା ଜଣାପଡିଛି  ଏହାବ୍ୟତୀତ ୨୦୦୮ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ଅଙ୍ଗନଵାଡି କର୍ମୀ ମାନଙ୍କ ତଥ୍ୟ ଏବଂ ୨୦୧୬ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି । ଗତ ୨୦୧୬ ମସିହାରେ କେବଳ ପଦୋନ୍ନତି ଦେବାକୁ ଶୁହାଇବା ଉଦ୍ଦେଶ୍ୟରେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା ଅଭିଯୋଗ ହେଉଛି । ଯଦିଓ ଯଏନିଙ୍ଗ ତାରିଖ ଅନୁସାରେ ବରିଷ୍ଠତା ଭିତ୍ତିରେ ସଠିକ ଭାବେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା କୁହାଯାଉଛି ତେବେ ୨୦୨୧ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକା ଅନୁସାରେ ୨୦୧୩ ଓ ୨୦୧୫ ମସିହାରେ ମାଟ୍ରିକ ପାଶ କରି ୧୯୮୩ ଓ ୧୯୮୪ ରେ ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କ୍ରମିକ ନଂ ୩, ୬, ୭,୧୭  ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ କିପରି ୨୦୧୬ ମସିହାର ଗ୍ରେଡେସନ ତାଲିକା ରେ ସ୍ଥାନ ପାଇ ନାହି ତାହା ସନ୍ଦେହ ପ୍ରକାଶ ପାଉଛି ।  ଯଦିଓ ୨୦୧୬ ମସିହାର ଗ୍ରେଡେସନ ତାଲିକା ଠିକ ଓ ତଦନୁସାରେ ଅଙ୍ଗନଵାଡି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଇଛି ତେବେ ନିଯୁକ୍ତି ପରେ କ୍ରମିକ ନଂ ୧୯, ୨୨ ରୁ ୩୦, ୩୨, ୩୪ ରୁ ୩୬ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ ପରବର୍ତ୍ତୀ ୨୦୨୧ ଗ୍ରେଡେସନ ତାଲିକା ରେ ୧ ନଂ ରୁ ରହିବା ବିଧେୟ । ଏଥି ପାଇଁ ବ୍ୟାପକ କିକବେକ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ୨୦୧୬ ମସିହାରେ ହୋଇଥିବା ପଦୋନ୍ନତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି । 
ଅନ୍ୟପକ୍ଷରେ ଅଧିକାଂଶ ପ୍ରାର୍ଥୀନି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେବା ପରେ ମାଟ୍ରିକ ପାଶ କରିଥିବା ବିଭାଗୀୟ ଗ୍ରେଡେସନ ତାଲିକା ୨୦୨୧ ରୁ ଏବଂ ଡ୍ରାଫଟ ଗ୍ରେଡେସନ ତାଲିକା ୨୦୨୪ ରୁ ଜଣାପଡୁଛି । ହେଲେ ଅଙ୍ଗନଵାଡି କର୍ମୀ ଭାବେ କାର୍ଯ୍ୟରତ ଥାଇ ଉଚ୍ଚ ଶିକ୍ଷା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ନାହି, ଯଦିଓ ବିଭାଗୀୟ ଅନୁମତି ନେଇନାହାନ୍ତି ତେବେ କିପରି ଭାବେ ରେଗୁଲାର କି ପତ୍ରାଳାପ ମାଧ୍ୟମରେ ସମ୍ପୃକ୍ତ କର୍ମୀ ମାଟ୍ରିକ ପାଶ କରିଛନ୍ତି ସେସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କର୍ମୀ ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନଵାଡି କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି । ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପାଶ କରିଥିବା ଅଙ୍ଗନଵାଡି କର୍ମୀ ଙ୍କୁ ବରିଷ୍ଠତା ଏବଂ ଯୋଗ୍ୟତା (seniority & suitability)  ଭିତ୍ତିରେ ସୁପର ଭାଇଜର ଭାବେ ପଦୋନ୍ନତି ଦେବାକୁ ସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like