-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
02-Mar-2024
ବଲାଙ୍ଗୀର, ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ ହୋଇଛି l ଗତ ଦୁଇଦିନ ତଳେ ବଲାଙ୍ଗୀର ସହରର ସଚେତନ ନାଗରିକ ଇନକମ ଟେକ୍ସ ଅଫିସରେ ଚାଲିଥିବା ଠିକା କାମ ଦେଖିବାକୁ ଯାଇଥିଲେ l ସେଠାରେ କୌଣସି ସି. ପି. ଡବ୍ଲୁ ର ଅଧିକାରୀ କିମ୍ବା ଠିକାଦାର ନଥିଲେ l ପରେ କାମ କରୁଥିବା ଲୋକଙ୍କୁ ପଚାରିବାରୁ କୁଶ ଜେନା ନାମକ ଜଣେ ବ୍ୟକ୍ତି ପହଂଚି ଥିଲେ l ତାଙ୍କୁ ସଚେତନ ନାଗରୀକମାନେ ଠିକାଦାର କେଉଁ ଆଡେ ବୋଲି ପଚାରିବାରୁ ସେ ଭୁବନେଶ୍ୱରରେ ରହନ୍ତି, ଦଶ ବାର ଦିନ ରେ ଆସନ୍ତି ବୋଲି ଶ୍ରୀ ଜେନା କହିଥିଲେ l ସେହିପରି ସି .ପି. ଡବ୍ଲୁ ର କୌଣସି ଅଧିକାରୀ ଆସନ୍ତି କି ବୋଲି ପଚାରି ବାରୁ ସେମାନେ ବି କେଭେ କେମିତି କାମ ତଦାରଖ କରିବାକୁ ଆସନ୍ତି ମୁଁ ସବୁ ଦେଖ ରେଖା କରେ ବୋଲି ଉତ୍ତର ରଖିଥିଲେ l ତେବେ ବିନା ଠିକାଦାର ବିନା ଅଧିକାରୀ ରେ କେମିତି ଏଠି ଠିକା କାମ ଚାଲିଥିବ ତାହା ଭଗବାନଙ୍କୁ ଜଣା l ତେବେ ହଟାତ ପେପର ବ୍ଲକ କାମ ଚାଲିଥିବା ଦେଖି ଶ୍ରୀ ଜେନାଙ୍କୁ ପଚାରିବାରୁ ଏଠି ତ 80 ଏମ ଏମ ବ୍ଲକ ବସିବା ଜାଗାରେ 60 ଏମ ଏମ ବ୍ଲକ କାହିଁକି ବସାଉଛ ବୋଲି ପଚାରିବାରୁ 60 ବି ବସୁଛି 80 ବି ବସୁଛି ବଲି ଉତ୍ତର ରଖି ଥିଲେ l କିନ୍ତୁ ଆଜି ହଠାତ ଠିକାଦାର ଅରବିନ୍ଦ ଝା ଯିଏ କି ଏହି ଇନକମ ଟେକ୍ସ ଅଫିସ କୁ ତିଆରି କରିବାକୁ ଠିକା ନେଇଛନ୍ତି ଆସିଥିଲେ l ତାଙ୍କୁ ଦେଖି ସଚେତନ ନାଗରୀକମାନେ ମାନେ କାବା ହୋଇ ରହିଛନ୍ତି