-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
02-Mar-2024
ବୌଦ୍ଧ (ପ୍ରେରଣା ଖବର ): ମସିହାରେ ଐତିହାସିକ ଚିରଘାଟକୁ ମହାନଦୀ ଆଳତୀ ଘାଟରେ ପରିଣତ କରାଯାଇଛି l ଗତକାଲି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ତଥା ମୁଖ୍ୟ ଉପଦେଷ୍ଟା ସତ୍ୟରଞ୍ଜନ ସାହୁ ଯୋଗଦାନ କରିଥିଲେ l ମହାନଦୀ ଆଳତୀ ଘାଟରେ ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା l କମିଟିର ପ୍ରତିଷ୍ଠାତା ସଦସ୍ୟ ଦେବାଶିଷ ପୁରୋହିତ ମହାନଦୀ ଆଳତୀ ସମ୍ପର୍କରେ ବିବରଣୀ ପ୍ରକାଶ କରିଥିଲେ l ଆଳତୀ ଘାଟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଏହି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତି l
ଏହାକୁ ସମ୍ପୂର୍ଣ୍ଣ କରିବା ସହିତ ଦୈନିକ ଆଳତୀ କରିବା ପାଇଁ ଏକ ମାଷ୍ଟର ପ୍ଲାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ବୈଠକରେ ଟୁନୁରାମ ଅଗ୍ରୱାଲା, ଯୁଗଳ ସାମଲ, ବିଶ୍ୱେଶ୍ୱର ପୃଷ୍ଟି, ଡ଼ ସୁଜାତା ସାହୁ, ସୁମିତା ସାହୁ, ରାଜଲକ୍ଷ୍ମୀ ବିଶ୍ୱାଳ, ସୁମନ ଷଡ଼ଙ୍ଗୀ, ନଟବର ଅଗ୍ରୱାଲ, କଲ୍ୟାଣୀ ଶତପଥି, ସୂର୍ଯ୍ୟ ନାରାୟଣ ପଣ୍ଡା, ରଂଜିତା ମିଶ୍ର, ପଟ୍ଟନାୟକ, ସତ୍ୟ ନାରାୟଣ ପାଣି, ପ୍ରବୀର ଦାସ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ l ଏକ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତାବ କରି
ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଶେଷରେ ବ୍ରହ୍ମଚାରୀ ଆଦିତ୍ୟ ଦାସ ସତସଙ୍ଗ ପରିଚାଳନା କରିଥିଲେ l ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ସାମ୍ବାଦିକଙ୍କ ସମେତ ଆଳତୀ ଘାଟ ଓ ଯୋଗ ସମିତି ର ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ l