-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
20-Feb-2024
ବଲାଙ୍ଗୀର(ପ୍ରେରଣା ଖବର ): ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଶଳବାଦୀ ନେତା ପ୍ରମୋଦ ମିଶ୍ର ସାମ୍ପ୍ରତିକ ପରିସ୍ଥିତିରେ ଚାଲିଥିବା ରାଜନୀତିକୁ କଡା ଭାଷା ରେ ନିନ୍ଦା କରିଛନ୍ତି l କୋଶଲ ରାଜ୍ଯ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଯୋଗ ଦେଇ ନିର୍ବାଚନ ପୂର୍ବରୁ ବଲାଙ୍ଗୀରରେ ଚାଲିଥିବା ପୋଷ୍ଟର ରାଜନୀତିକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ। ନିର୍ବାଚନ ଜିତିବା ପୂର୍ବରୁ ଏହି ନେତା ମାନଙ୍କର କେତେ ସମ୍ପତ୍ତି ଥିଲା ଓ ଏବେ ଏମାନେ କେତେ ସମ୍ପତ୍ତି ର ମାଲିକ ହୋଇଛନ୍ତି , ତାହା ଏହି ପୋଷ୍ଟରରେ ନେତା ମାନେ ପ୍ରକାଶ କରିଲେ ଭଲ ହୁଅନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି l ବଲାଙ୍ଗୀରରେ କ୍ରାଇମ୍ ବଢ଼ିଥିବା ବେଳେ ବଲାଙ୍ଗୀର ବିକାଶ ଦିଗରେ ଥିବା ଡିଣ୍ଡିମ ପିଟୁଥିବା ବଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ରାଜନୈତିକ ପରିବାର ସମସ୍ତଙ୍କୁ ଭକୁଆ ବନାଉଥିବା ସମ୍ପର୍କରେ ଅବଗତ କରାଇଥିଲେ।ବଲାଙ୍ଗୀରରେ ହୋଇଥିବା ଗତାନୁଗତିକ ବିକାଶକୁ ବିକାଶ କହିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠାଇଥିଲେ। କିଛି ରାସ୍ତାଘାଟ ତିଆରି କରିଦେଲେ ବିକାଶ ହୋଇଯାଏ , ଏହା ଭୁଲ।ଜିଲ୍ଲାର ବିକାଶ ସେତେବେଳେ ହେବ ଯେତେବେଳ ପର୍ଯ୍ୟନ୍ତ ଇନଫ୍ରାଷ୍ଟ୍ରକ୍ଚର୍ ଡେଭଲପମେଣ୍ଟ ଏବଂ ହ୍ୟୁମେନ୍ ରିସୋର୍ସ ର ବିକାଶ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ବିକାଶ ପୁରୁଷ ମାନେ ବିକାଶ ନା ରେ ବାହାବାହା ନେବା କେତେଦୂର ଯଥାର୍ଥ ବୋଲି ଶ୍ରୀ ମିଶ୍ର ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ କରିଛନ୍ତି।ବିକାଶ ପୁରୁଷ ମାନେ ବଲାଙ୍ଗୀରର ଯଦି ବିକାଶ ହୋଇଛି ବୋଲି କହୁଛନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଜିଲ୍ଲାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ପରିବାରବାଦକୁ ତୀବ୍ର ନିନ୍ଦା ସହ ବିରୋଧ କରିଥିଲେ।ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ଥିଲା ପରିବାରବାଦକୁ ବିରୋଧ କରିବା,କୋଶଳକୁ ଲଂଚପେଡ୍ କରା ନ ଯାଉ, ନେତା ମାନେ ପୋଷ୍ଟର ରାଜନୀତିରୁ ଦୂରେଇ ରହନ୍ତୁ ବୋଲି ଖୁଲମଖୁଲ୍ଲା ଚାଲେଞ୍ଜ କରିଛନ୍ତି ଶ୍ରୀ ମିଶ୍ର । ଜୀବନ ସାରା କୋଶଲ କୁ ବିରୋଧ କରୁଥିବା କିଛି ନେତା ଆଜି ନିଜର ସ୍ୱାର୍ଥ ପାଇଁ କୋଶଲ କୁ ବ୍ୟବହାର କରୁଛନ୍ତି l ଏହା ଦ୍ଵାରା କୋଶଳ ରାଜ୍ଯ ଆନ୍ଦୋଳନକୁ କ୍ଷତି ପହଞ୍ଚିବାକୁ ଯାଉଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ l ଆାଗାମୀ ଦିନରେ ଏହି ନେତା ମାନେ ନିଜ ପ୍ରକୃତିରେ ପରିବର୍ତ୍ତନ ନ ଆଣିଲେ ମୁଁ ଏମାନଙ୍କ ବିରୁଦ୍ଧରେ ସର୍ବସମ୍ମୁଖରେ ଏହିପରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ଯ ଉପସ୍ଥାପନ କରିବି ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି l
ଆଜିର ସାମ୍ବାଦିକ ସମ୍ମିଳନୀରେ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଙ୍କ ସମେତ ଶ୍ରମିକ ନେତା ତଥା କୋଶଲବାଦୀ ନେତା ରବି ମିଶ୍ର,ଶରତ ହୋତା,ଅବଦୁଲ ଜମାଲ ଖାନ୍, ବିଭୁଦତ୍ତ ମିଶ୍ର ଓ ରଣରାଜ୍ ସିଂ ଦେଓ ମଞ୍ଚାସୀନ ଥିଲେ।