-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
14-Feb-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଓ ଶିଶୁ ଠାରୁ ବୁଢ଼ା ପର୍ଯ୍ୟନ୍ତ ମାଲମାଲ ଯୋଜନା ଖଞ୍ଜି ଦେଇଛନ୍ତି |ସେ ଯୋଜନା ସବୁକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ନାଟଗୁରୁ ତଥା ଅଞ୍ଚଳର କଳାକାର ମାନେ | ମାଁ ଦୁଲାରଦେଇ ଦେଶିଆ ନାଟଗୁରୁ ସଂଘର କଳାକାରମାନେ ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମବୁଲି ଲୋକକଳା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଲିଛି | ନାଟଗୁରୁ ବିଚିତ୍ର ହରିଜନ ଓ ନିର୍ଦେଶକ ବିଶ୍ୱ ରଞ୍ଜନ ପାତ୍ରଙ୍କ ଉଦ୍ୟମରେ ସଂଘର ସମସ୍ତ କଳାକାର ଡାବୁଗାଁ ବ୍ଲକ ଅଧିନସ୍ଥ ଚିକିଲି, ଭିମାଗୁଡା, ଚେରଚେଟିଆଗୁଡା, ଡୁମୁଣୀଗୁଡା, ଉମରାହାଣ୍ଡି ଆଦି ଗ୍ରାମରେ ପହଂଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା ଯୋଜନା,ମିଶନ ଶକ୍ତି ଯୋଜନା, ଆଦର୍ଶ ବିଦ୍ୟାଳୟ ଯୋଜନା, ଫସଲ ବୀମା ଯୋଜନା ଏହିପରି ୧୫ଗୋଟି ଯୋଜନାକୁ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି |ଆମ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଯାହାସବୁ ଯୋଜନା ଖଞ୍ଜି ଦେଇଛନ୍ତି, ତାହା ଜନସାଧାରଣ ଜାଣି ପାରୁନାହାନ୍ତି |ତେଣୁ ସରକାରଙ୍କ ନିର୍ଦେଶ କ୍ରମେ ଆମେ ଗୀତିନାଟ୍ୟ ମାଧ୍ୟମରେ ଜନସାଧାରଣ ଙ୍କ ନିକଟକୁ ଯୋଜନା ସବୁକୁ ପହଞ୍ଚାଉଛୁ ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି |