-+91-9937148622 |

prerana_bgr@rediffmail.com |

  Monday 10th February 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   (09-Feb-2025)       ||      ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (09-Feb-2025)       ||      ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   (09-Feb-2025)       ||      ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   (09-Feb-2025)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   (09-Feb-2025)       ||      ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (09-Feb-2025)       ||      ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   (09-Feb-2025)       ||      ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   (09-Feb-2025)       ||      ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   (09-Feb-2025)       ||      *ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ*-   (09-Feb-2025)       ||      ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ଅନୁଷ୍ଠିତ    (09-Feb-2025)       ||      ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||     

HOME   ରାଜନୀତି

କଂଗ୍ରେସ ବିଧାୟକଙ୍କୁ ବିଜେଡିର ଟାର୍ଗେଟ... ବିକାଶ ପ୍ରକଳ୍ପକୁ ନେଇ ହୋଡିଂ ଲଗାଇ ବାହାବଃା ନେଉଛନ୍ତି ବିରୋଧୀ

13-Feb-2024



ବଲାଙ୍ଗୀର(ପ୍ରେରଣା ଖବର) -ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବଲାଙ୍ଗୀରରେ ରାଜନୈତିକ ବାତାବରଣ ମଧ୍ୟ ଉଷ୍ମ ହେଉଛି । ସହରରେ ବିଭିନ୍ନ ରାଜନୈତିକଦଳର ନେତା ବିକାଶ ପ୍ରକଲ୍ପର ଫଟୋଦେଇ ହୋଡିଂ ଲଗାଇ ସେମାନେ କରାଇଥିବା ଲେଖିଛନ୍ତି । ବଲାଙ୍ଗୀରରେ ଥିବା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଚଳିତଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରି ତାଙ୍କ ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଆଗକୁ ଆଣିଛନ୍ତି । ତେବେ କେତେକ ବିକାଶମୂଳକ ପ୍ରକଲ୍ପ ସେମାନେ କରାଇଥିବା ଉଲ୍ଲେଖ ହୋଇ କଂଗ୍ରେସର ହୋଡିଂ ଲାଗିଛି । ଏହାକୁ ବିଜେଡି ଆଜି ଏକ ପ୍ରେସମିଟ ଜରିଆରେ ପ୍ରତିବାଦ କରିଛି । ସାମ୍ବାଦିକ ସମ୍ବିଳନୀରେ କିଛି ଚିଠି ସହ ତଥ୍ୟଦେଇ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ କରାଇଥିବା ପ୍ରକଳ୍ପରେ କଂଗ୍ରେସ ବିଧାୟକ ବାବାବା ନେଉଛନ୍ତି ବୋଲି ଅଭିଯୋଗ କରିଛି । ବିଜେଡିଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ଦଳର ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ପ୍ରଦ୍ୟୁତ ମିଶ୍ର,ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ପୌରାଧ୍ୟକ୍ଷା ଲିକା ସାହୁ,ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତି ବାଗ,ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ଜିଲ୍ଲା ବିଜୁ ଛାତ୍ରଜନତାଦଳର ସଭାପତି ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ । 
      ବିଜେଡି ଦାବି କରିଛି ଯେ,ବଲାଙ୍ଗୀର ଜିଲ୍ଲା ସମେତ ସଦର ବିଧାନସଭା ନିର୍ବାଚନମଣ୍ଡଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଧ୍ୟାନଦେଇ ଅନେକଗୁଡିଏ ବିକାଶମୂଳକ କାମ କରାଇଛନ୍ତି । ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିଜେଡିଦଳ ଜିଲ୍ଲାର ଅନେକ ବିକାଶ ପ୍ରକଲ୍ପକୁ ସଫଳ କରାଯାଇ ପାରିଛି । ସେଥି ମଧ୍ୟରେ ବଲାଙ୍ଗୀରର ଲୋୟରସୁକତେଲ ପ୍ରକଲ୍ପକାମ,ମେଡିକାଲ କଲେଜ ଓ ହସପିଟାଲ,ଏମସିଏଚ ବିଲ୍‌ଡିଂ,ଇଣ୍ଡୋରଷ୍ଟାଡିୟମ,ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର,ବଲାଙ୍ଗୀରକୁ ତେଲନଦୀରୁ ପାନୀୟଜଳ ପ୍ରକଲ୍ପ,ବାଇପାସ ରୋଡ ଓ ବ୍ରିଜ,ସ୍କୁଲକଲେଜ,ଖେଳପଡିଆ,ପର୍ଯ୍ୟଟନକ୍ଷେତ୍ରଗୁଡିକ ସହ ବଲାଙ୍ଗୀରର ମନ୍ଦିରଗୁଡିକର ଉନ୍ନତିକରଣ ଇତ୍ୟାଦି ରହିଛି । ଅନଙ୍ଗଉଦୟ ସିଂଦେଓ ବଲାଙ୍ଗୀରର ବିଧାୟକ ତଥା ରାଜ୍ୟର ମନ୍ତ୍ରୀଥିବା ବେଳେ ୨୦୦୧ ମସିହାରେ ଲୋୟରସୁକତେଲ ପ୍ରକଲ୍ପର ଶୀଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ୨୦୦୯ ମସିହାରୁ ୨୦୧୯ମସିହା ପର୍ଯ୍ୟନ୍ତ କଳିକେଶନାରାୟଣ ସିଂଦେଓ ସାଂସଦ ଥିବା ସମୟରେ ଦୁଇଥର ଲୋୟରସୁକତେଲ ପ୍ରକଲ୍ପର ଅଟକଳକୁ କେନ୍ଦ୍ରରୁ ଅନୁମୋଦନ କରାଇଥିଲେ । ଏହା ସହିତ ୨୦୧୩ ମସିହାରେ ଅନେକ ବିରୋଧ ସତ୍ୱେ ଯେତେବେଳେ କାମ ଆରମ୍ଭ କରାଗଲା ସେତେବେଳେ ନା ନରସିଂହ ବାବୁ କୌଣସି ପ୍ରତିନିଧି ଥିଲେ ନାଁ ତାଙ୍କର ଦଳ ସରକାରରେ ଥିଲା । ଏବେ କିନ୍ତୁ ସେ ତାହାର ଶ୍ରେୟ ନେବାକୁ ଅପଚେଷ୍ଟା କରୁଛନ୍ତି । ଠିକ ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇ ବଲାଙ୍ଗୀର ହସପିଟାଲରେ ମାତୃ ଓ ଶିଶୁ ହସପିଟାଲ ବିଲଡିଂ କରାଗଲା ସେତେବେଳେ ମଧ୍ୟ ନରସିଂହ ବାବୁ କୌଣସି ପଦବୀରେ ନଥିଲେ । ସେତେବେଳେ ସେ ହୀନ ଚକ୍ରାନ୍ତ କରି ଏହାର ଶୀଳାନ୍ୟାସ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ତାଙ୍କ ସମର୍ଥକଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରାଇଥିଲେ । ଏବେ ସେ ସେହି କଥାକୁ ଭୁଲିଯାଇ ଏମସିଏଚ ବିଲଡିଂ କରାଇଥିବା କଥା କହୁଛନ୍ତି । ବଲାଙ୍ଗୀରରେ ସରକାରୀ ମେଡିକାଲ କଲେଜର ସ୍ୱପ୍ନ ମୁଖ୍ୟମନ୍ତ୍ରୀ ଦେଖାଇଥିଲେ । କଳିକେଶ ନାରାୟଣ ସିଂଦେଓ ସାଂସଦ ଓ ଅନଙ୍ଗଉଦୟ ସିଂଦେଓ ବିଧାୟକ ଥିବା ବେଳେ ୨୦୧୩ ମସିହାରେ ଏହାର କେନ୍ଦ୍ରୀୟ ଅନୁମୋଦନ ମିଳିଥିଲା ଓ ପରେ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ ଏକ ଟିଚିଂ ହସପିଟାଲର ପ୍ରସ୍ତାବ ଦେଇଥିଲେ ଏବେ ଯାହା ସରିବାକୁ ଯାଉଛି । ତାହାର ମଧ୍ୟ ବିରୋଧି ଶ୍ରେୟନେବାକୁ ବସୁଛନ୍ତି । କେବଳ ସେତିକି ନୁହେଁ ବଲାଙ୍ଗୀର ସହରରେ ଯେତେବେଳେ ପାନୀୟଜଳର ସଂକଟ ହୋଇଥିଲା ତାହାର ପ୍ରତିକାର ପାଇଁ ଅନଙ୍ଗଉଦୟ ସିଂଦେଓ ନିଜେ ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଭୁବନେଶ୍ୱରରେ ଏକ ବୈଠକ କରାଇ ତେଲନଦୀରୁ ପାନୀୟଜଳ ଆଣିବା ପାଇଁ ୬୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଇଥିଲେ । ଯାହାକି ବଲାଙ୍ଗୀର ସହରରେ ଜଳସମସ୍ୟାକୁ ଅନେକ ପରିମାଣରେ ସମାଧାନ ହୋଇଛିି । ବଲାଙ୍ଗୀର ପିଆର ହାଇସ୍କୁଲ ପଡିଆରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ ମଧ୍ୟ କଳିକେଶନାରାୟଣ ସିଂଦେଓ ସାଂସଦ ଥିବା ବେଳେ କେନ୍ଦ୍ରର ଗେଲରୁ ଅନୁଦାନ ଆସିଥିଲା । ଠିକ ସେହିପରି ବିରୋଧିଙ୍କ ବିରୋଧ ସତ୍ୱେ ବଲାଙ୍ଗୀର ସହରର ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଦୁଇଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ କଳିକେଶ ବାବୁ କରାଇ ପାରିଥିଲେ । ବଲାଙ୍ଗୀର ସହରରେ ଏକ ଉନ୍ନତ ବସଟର୍ମିନାଲ,ସ୍ମାର୍ଟପାର୍କ,ଦେଓଗାଁର ଭୀମପାହାଡ ପର୍ଯ୍ୟଟନସ୍ଥଳୀ ଇତ୍ୟାଦିକୁ ଦେଖିଲେ ବିରୋଧି ଛାନିଆଁ ହୋଇଯାଉଛନ୍ତି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ  ଇତି ମଧ୍ୟରେ ଶହଶହ ସଂଖ୍ୟାରେ ରାସ୍ତା,ବ୍ରୀଜ,ପାନୀୟଜଳ ପ୍ରକଲ୍ପ,କଲ୍ୟାଣମଣ୍ଡପ ଇତ୍ୟାଦି ନିର୍ମାଣ ହୋଇସାରିଛି । ଅନେକ ସ୍କୁଲକଲେଜ ଓ ମନ୍ଦିରରର ରୂପାନ୍ତରଣ କରାଯାଇ ଉନ୍ନତିକରଣ କରାଯାଇଛି । ବିକାଶ ପଥରେ ବଲାଙ୍ଗୀର ଚାଲିଥିବା ବେଳେ ବିରୋଧି ଏହାକୁ ନିଜେ କରାଇଥିବା କହି ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି ବୋଲି ବିଜେଡିଦଳ ଦାବି କରିଛି । ତେବେ ବିଧାୟକ ତାଙ୍କ ଅମଳରେ ବଲାଙ୍ଗୀରବାସୀଙ୍କୁ ମିନିବ୍ୟାଙ୍କକର ସ୍ୱପ୍ନଦେଖାଇ ତାଙ୍କ ପୁଅପୁତୁରା ଓ ସମର୍ଥକଙ୍କ ଲାଭ କରାଇଥିବା ଲକ୍ଷ୍ମୀ ଯୋର ପ୍ରକଲ୍ପର କାହିଁକି ବାହାବା ନେଉନାହାଁନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।  ବିଜେଡି ଆହୁରି ଅଭିଯୋଗ କରିଛି ଯେ,ବଲାଙ୍ଗୀରବାସୀ ଜାଣିଛନ୍ତି କଂଗ୍ରେସ ବିଧାୟକ ଗତ କିଛିବର୍ଷ ଭିତରେ ବଲାଙ୍ଗୀରର ବିକାଶ କରନ୍ତୁ କି ନକରନ୍ତୁ ତାଙ୍କ ପରିବାରର ବିକାଶ କରାଇଛନ୍ତି । କିଛି ବର୍ଷ ଆଗରୁ ତାଙ୍କର ଆର୍ôଥକ ସ୍ଥିତି କଣ ଥିଲା ଓ ଏବେ ତାଙ୍କର ସ୍ଥିତି କେଉଁଠି ଯାଇ ପହଞ୍ଚିଛି  ତାହା ବଲାଙ୍ଗୀରବାସୀ ଆକଳନ କରନ୍ତୁ ବୋଲି କୁହାଯାଇଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   09-Feb-2025
  ଜିଲ୍ଲା  
ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   09-Feb-2025
  ଜିଲ୍ଲା  
ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   09-Feb-2025
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   09-Feb-2025
  ଜିଲ୍ଲା  
ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   09-Feb-2025
  ଜିଲ୍ଲା  
ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   09-Feb-2025
  ଜିଲ୍ଲା  
ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   09-Feb-2025

You Might Also Like