-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
13-Feb-2024
ବଲାଙ୍ଗିର: ଆଜି ଅପରାହ୍ନ ୫ ଟା ବେଳେ ବିଜେଡି ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ମୁଖ୍ୟ ଶୀର୍ଷକ ଥିଲା ମିଛ ବନାମ ସତ।ଏହି ମିଛ ବନାମ ସତ ଶୀର୍ଷକରେ ଏକ ବଡ଼ ପ୍ରସଙ୍ଗର ଖୁଲସା ହୋଇଥିଲା।ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ର ବିଜେଡି ନେତା ଲକ୍ଷ୍ମଣ ମେହେର ନରସିଂହ ମିଶ୍ର ଙ୍କୁ କଂଗ୍ରେସ ଦଳ ସହ ପରିଚୟ କରାଇଥିବା ଖୁଳମ୍ ଖୁଳ୍ଲା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ।କୁଆଡେ ଲକ୍ଷଣ ମେହେର ନରସିଂହ ମିଶ୍ର ଙ୍କୁ ଦେଓଗାଁ ଅଞ୍ଚଳ ସହ ପରିଚିତ କରିଥିଲେ।ସେ ଆଉ ମଧ୍ୟ କହିଛନ୍ତି ,ଲକ୍ଷଣ ମେହେର ନରସିଂହ ମିଶ୍ର ସହ ନ ଥିଲେ ବରଂ ନରସିଂହ ମିଶ୍ର ଲକ୍ଷ୍ମଣ ମେହେର ସହ ଥିଲେ।ତେବେ ନରସିଂହ ମିଶ୍ର କଣ ଲକ୍ଷଣ ମେହେର ଙ୍କ ଛତ୍ରଛାୟା ତଳେ ଥିଲେ କି ବୋଲି ଚର୍ଚ୍ଚା ହେଉଛି।ଯଦି ଲକ୍ଷଣ ମେହେର ନରସିଂହ ମିଶ୍ର ଭଳିଆ ନେତା ଙ୍କ ପଥ ପ୍ରଦର୍ଶକ ଏବଂ କଂଗ୍ରେସ କହିଲେ ଲକ୍ଷଣ ମେହେର ଙ୍କୁ ବୁଝାଉଥିଲା ସେ କାହିଁକି କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳରେ ଆଶ୍ରୟ ନେଲେ।ଲକ୍ଷଣ ମେହେର ବିଗତ ଦିନରେ ବିଡିସିସି ବ୍ୟାଙ୍କ୍ ର ସଭାପତି ଥିବା ବେଳେ ବର୍ତ୍ତମାନ ସେ ସମିତି ସଭ୍ୟ ଏବଂ ଜରାସିଂହା ସମବାୟ ସମିତି ର ଡାଇରେକ୍ଟର ପଦବୀ ଅଳଙ୍କୃତ କରିଛନ୍ତି।ନରସିଂହ ମିଶ୍ର ଙ୍କ ପ୍ରତି ବ୍ୟବହାର କରିଥିବା ଭାଷା ସମସ୍ତଙ୍କୁ ଚକିତ କରିଥିଲା।ଗଣମାଧ୍ୟମ ର ପ୍ରଶ୍ନ ବାଣ ରେ କିଛି ସମୟ ପାଇଁ ଲକ୍ଷଣ ମେହେର ହଡବଡେଇ ଯାଇଥଲେ।ଆଗକୁ ନିର୍ବାଚନ ଏଣୁ ଭାଷା ସଞ୍ଜମ କରିବା ଜରୁରୀ ବୋଲି ଚର୍ଚ୍ଚା ହେଉଛି।