-+91-9937148622 |
prerana_bgr@rediffmail.com |
Saturday 6th June 2026 |
R.N.I. Regd No. ODIODI/2010/46693
Breaking News
13-Feb-2024
(ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଧର୍ମେଶ ଡେନ୍ସ ଏକାଡେମୀ ର ନିର୍ଦେଶକ ଧର୍ମେଶ ମେହେର ଙ୍କୁ ମିଳିଲା ସଫଳତା । ଗତ ଡ଼ିସେମ୍ବର ୨୨ ରୁ ୨୬ ତାରିଖ ଦୁର୍ଗ ରାଇପୁର ରେ ଚାଲିଥିବା ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ ରେ ଧର୍ମେଶ ଙ୍କୁ ନୃତ୍ୟ ରତ୍ନାକର ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଛି l ତାଙ୍କ ସହିତ ତାଙ୍କ 2 ଟି ଛାତ୍ର ଶ୍ରେୟନ୍ସ ଯୋଶୀ ଓ ତନିଶ ଶବର ଡୁଇଟ ଡ୍ୟାନ୍ସ ରେ ପ୍ରଥମ ପୁରସ୍କାର ପାଇଛନ୍ତି ଓ ଧର୍ମେଷ ଡ୍ୟାନ୍ସ ଏକାଡେମୀ ର ଆସସଷ୍ଟାଣ୍ଟ ଶିକ୍ଷକ ପବିତ୍ର କୈବର୍ତ ମଧ୍ୟ ସିନିୟର୍ ସେମି କ୍ଲାସିକାଲ ଫର୍ମ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଧର୍ମେଶ ଜଣେ ଓଡିଶା ରେ ଜଣାଶୁଣା ନୃତ୍ୟ ଗୁରୁ ଏବଂ କରାଟେ ଗୁରୁ ହୋଇଥିବାରୁ ସେ ବିଭିନ୍ନ ବଡ଼ ବଡ଼ ଟିଭି ସୋ ରେ ଯୋଗଦେଇ ସଫଳତା ଅର୍ଜନ କରିଛନ୍ତି ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ବିଭିନ୍ନ ଅନୁଷ୍ଠାନ କୁ ଯାଇ ନୃତ୍ୟ ଓ କରାଟେ ଶିକ୍ଷା ଦେଇଥାନ୍ତି l ତେଣୁ ସେ ଜଣେ ନୂଆପଡା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ବୋଲି ସବୁବେଳେ ସାଧାରଣ ରେ ଚର୍ଚ୍ଚା ହୋଇଥାଏ l ଧର୍ମେଶ ନିଜ ଅଞ୍ଚଳ ର ଛାତ୍ର, ଛାତ୍ରୀ ଙ୍କୁ ଆଗକୁ ବଢେଇବାର ପ୍ରୟାସ ପାଇଁ ସବୁବେଳେ ଜନ ମାନସରେ ପ୍ରଶଂସା ପାଇଥାନ୍ତି l