-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
13-Feb-2024
ବଲାଙ୍ଗୀର ଆକାଶ ବାଣୀ କେନ୍ଦ୍ର ଠାରେ ବିଶ୍ୱ ରେଡ଼ିଓ ଦିବସ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ଭବାନୀପାଟଣା କ୍ଲଷ୍ଟର ମୁଖ୍ୟ ଡେପୁଟି ଡାଇରେକ୍ଟର ଜେନେରାଲ ମଦନ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ରେଡ଼ିଓ ଯାତ୍ରା ନାମରେ ଏକ ରେଡ଼ିଓ ପ୍ରଦର୍ଶନୀ ଆୟୋଜିତ କରାଯିବା ସହ ବିଶ୍ୱ ରେଡ଼ିଓ ଜନ୍ମଦିନ ପାଇଁ କେକ କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରି ଯୁଗ ବଦଳିବା ସହ ଶ୍ରୋତାମାନଙ୍କ ଆଗ୍ରହ ଓ ଚିନ୍ତାଧାରା ବଦଳିଥିଲେ ମଧ୍ୟ ଏବେବି ଆକାଶବାଣୀ ବା ରେଡିଓ ର କାଟତି ବିଶ୍ୱ ସାରା ରହିଛି ଓ ରହିବ ବୋଲି ମୁଖ୍ଯଅତିଥି ଶ୍ରୀ ସିଂପ୍ରକାଶ କରିଥିଲେ l
ବଲାଙ୍ଗୀର କେନ୍ଦ୍ର ମୁଖ୍ୟ ମନୋଜ ପୂଜାରୀ ଓ ଯାନ୍ତ୍ରିକ ବିଭାଗ ର ମୁଖ୍ୟ ବିଜୟ କୁମାର ପୁରୋହିତ ମଧ୍ଯ ମଂଚାସୀନ ହୋଇଥିଲେ l ଯାନ୍ତ୍ରିକ ସହାୟକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ଯ ଙ୍କସମେତ ଅନ୍ଯ ଉଦଘୋଷକ ଉଦଘୋଷିକା ଉପସ୍ଥାପକ ଉପସ୍ଥାପିକା ମାନଙ୍କ ବକ୍ତବ୍ଯ ପ୍ରଦାନ ପରେ ବଲାଙ୍ଗୀର ଜିଲ୍ଲା ର କିଛି ବଛାବଛା ପୁରାତନ ରେଡ଼ିଓ ଶ୍ରୋତା
ନୀଲୁ କୁମାର ଦାଶ, ପଙ୍କଜସାହୁ, ପ୍ରଦୀପ କୁମାର ନାଏକ, ଏଲ କ୍ରିଷ୍ଣା ରାଓ , ଶଶିକାନ୍ତ ସାହୁ ତାଙ୍କ ରେଡ଼ିଓ ସହ ସମ୍ପର୍କ ଓ ଅନୁଭୂତି ବର୍ଣ୍ଣନା କରିଥିଲେ l ପରେ ମୁଖ୍ୟ ଅତିଥି ଶ୍ରୀ ସିଂ ଉପସ୍ଥିତ ପୁରାତନ ଶ୍ରୋତା ମାନଙ୍କୁ ସାମ୍ମନିତ କରିଥିଲେ l