-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
06-Feb-2024
ବଲାଙ୍ଗିର, ପ୍ୟାର ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରଣ୍ଡକ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗୀତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମନୀତ ଅତିଥି ଭାବରେ ଉପ-ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସୁପ୍ରିମ ଟାକ୍ସ ନିଦ୍ଧେଶକ ଅଜିତ ପାଲ, ଅଙ୍ଗ ଜଳ ସେଚନ ଅଧ୍ୟକ୍ଷ ଆକାଶ ମିଶ୍ର ଓ କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସିନ ଥିଲେ । ରାଜେନ୍ଦ୍ର ଧରୁଆ, ନରସିଂ ସ୍ୱାମୀ ନାଇଡୁ, ସୁଦର୍ଶନ ସେଠ ଓ ବୈକୁଣ୍ଟ ଜେନା ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ଉଦଘାଟନୀ ପ୍ରଥମ ଦିନର ଖେଳରେ ବଲାଙ୍ଗିର ଫୁଟବଲ କ୍ଲବ ଓ ଏଥେଲେଟିକ ଏସୋସିଏସନ ବରଗଡର କଦଲି ପାଲି ମଧ୍ୟରେ ହୋଇଥିଲା । ବଦଲି ପାଲିର ବିବେକ ବାଗ ୧ ଗୋଲ ଦେଇ କଦଲିପାଲିକୁ ବିଜୟ କରିଥିଲେ । ୧-୦ ରେ କଦଲି ପାଲି ବିଜୟ ହୋଇଥିଲା । ଆଜିର ଏହି ଉଦଘାଟନି ଉତ୍ସବରେ ବଲାଙ୍ଗିର ବିଶିଷ୍ଠ କ୍ରିଡାବିତ ଶ୍ରୀଧର ବଢିଆ ଓ ଶୁଭ୍ରାଶୁଂ ଶେଖର ଅମାତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା । କୋଷାଧ୍ୟକ୍ଷ ରଞ୍ଜିତ ବେହେରା, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସମୁନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସାଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ବିଭିତି ସ୍ୱାଇଁ, ଶକ୍ତି ଅମାତ, ଟକିି ମହାପାତ୍ର, ଟିକୁ ପରିଚ୍ଚା, ନତ୍ୟା ପଧାନ, ଅଙ୍କୁଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ସି.ସି.ଏଫ.ଏ ବିରମାହାରାଜପୁର ଓ ୟୁତ କ୍ଲବ ବଲାଙ୍ଗିର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।