-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
06-Feb-2024
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଶନ ଶକ୍ତି ବ୍ଲକ ଫେଡରେସନ ସମ୍ପାଦିକା ରୀନା ସାହୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପକ୍ଷରୁ ଦୁବେଇ ସହରକୁ ପରିଦର୍ଶନ ରେ ଯାଇ ଫେରିବା ପରେ ସୋମବାର ଆଇସିଡିଏସ କାର୍ଯଳୟ ଠାରେ ମିଶନ ଶକ୍ତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସିଡ଼ିପିଓ ଜି. ଗୁଡଲା,ମିଶନ ଶକ୍ତି ବିପିସି ବିପିନ ବାରିକ,ସୁପରଭାଇଜର ଗୀତା ହରିଜନ, ଉର୍ମିଳା ସାହୁ ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ ,ଉପ ସଭାନେତ୍ରୀ ମାଧବୀ ସାହୁ,ସହ ସମ୍ପାଦିକା ଜାହ୍ନବୀ ସାହୁ,କୋଷାଧ୍ୟକ୍ଷ ସୁଷମା ରଣା ,ଶାନ୍ତି ପ୍ରିୟା ହୋତାଵଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ତେବେ ଏହି ପରିଦର୍ଶନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ୩୫ ଜଣ ମହିଳା ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ରୁ ୪ଜଣ ଫେଡରେସନ ନେତ୍ରୀ ମାନେ ସାମିଲ ହୋଇଥିଲେ।